World Peace Day 2022: ଶାନ୍ତି ଦିଏ ଶକ୍ତି

author img

By

Published : Sep 21, 2022, 11:50 AM IST

World Peace Day 2022 : ଶାନ୍ତି ଦିଏ ଶକ୍ତି

ଆଜି ହେଉଛି ଏହି ମହଙ୍ଗା ଜିନିଷର ଦିନ । ଅର୍ଥାତ୍ ଅନ୍ତର୍ଜାତୀୟ ଶାନ୍ତି ଦିବସ । ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୧ ତାରିଖକୁ ବିଶ୍ବ ଶାନ୍ତି ଦିବସ ରୂପେ ପାଳନ କରାଯାଏ (international peace day) । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆଜି ବିଶ୍ବ ଶାନ୍ତି ଦିବସ (World Peace Day) । ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୧ ତାରିଖକୁ ବିଶ୍ବ ଶାନ୍ତି ଦିବସ ରୂପେ ପାଳନ କରାଯାଏ(international peace day) । ସାରା ବିଶ୍ବରେ ଶାନ୍ତି, ସୌହାର୍ଦ୍ଧ୍ୟ ଓ ଅହିଂସାର ପ୍ରସାର ପାଇଁ ମିଳିତ ଜାତିସଂଘ ପକ୍ଷରୁ ଏହି ଦିବସ ପାଳନ କରାଯାଉଛି । ଜାତି, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସମଭାବ ପ୍ରଦର୍ଶନ କରୁଥିବା ଏକ ବିଶ୍ବ ନିର୍ମାଣ କରିବା ଜାତିସଂଘର ଉଦ୍ଦେଶ୍ୟ ଅଟେ ।

ସେହିପରି ଭିନ୍ନ ଭିନ୍ନ ଲୋକଙ୍କ ପାଇଁ ଶାନ୍ତିର ସଜ୍ଞା ମଧ୍ୟ ଭିନ୍ନ । ମନୁଷ୍ୟ ପାଖେ ସବୁକିଛି ଥାଇ ଯଦି ଶାନ୍ତି ନଥାଇ ତେବେ ସେହି ପରିସ୍ଥିତିରେ କିଛି ନଥିବା ସହ ସମାନ ହୋଇଯାଏ । କିନ୍ତୁ ସାଧୁ ସନ୍ୟାସୀଙ୍କ ମତରେ ଆତ୍ମ ଶାନ୍ତି ହିଁ ପ୍ରକୃତ ଶାନ୍ତି । ଏକ ଶାନ୍ତ ମନ ନିଶ୍ଚିତ ରୂପେ ଏକ ଶାନ୍ତ ପରିବେଶ ସୃଷ୍ଟି କରିପାରିବ । ୧୯୮୧ ମସିହାରେ ଜାତିସଂଘ ବିଶ୍ବ ଶାନ୍ତି ଦିବସ ପାଳନ ନେଇ ଘୋଷଣା କରିଥିଲା । ୧୯୮୨ ମସିହାରେ ପ୍ରଥମ ଥର ଆନ୍ତର୍ଜାତିକ ଶାନ୍ତି ଦିବସ ପାଳନ କରାଗଲା । ଏହାପରେ ୧୯୮୨ରୁ ୨୦୦୧ ପର୍ଯ୍ୟନ୍ତ ସେପ୍ଟେମ୍ବର ମାସର ୩ୟ ମଙ୍ଗଳବାରକୁ ଆନ୍ତର୍ଜାତିକ ଶାନ୍ତି ଦିବସ ଭାବେ ପାଳନ କରାଯାଉଥିଲା । ପରବର୍ତ୍ତୀ ସମୟରେ ୨୦୦୨ ମସିହାରୁ ସେପ୍ଟେମ୍ବର ୨୧ ତାରିଖକୁ ବିଶ୍ବ ଶାନ୍ତି ଦିବସ ରୂପେ ପାଳନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ଜୀବନ ଯୁଦ୍ଧରେ ହାରିଗଲେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ

ଚଳିତ ବର୍ଷ ବିଶ୍ବ ଶାନ୍ତି ଦିବସ ଥିମ ହେଉଛି "ଜାତିଭେଦ ସମାପ୍ତ କର, ଶାନ୍ତି ପ୍ରତିଷ୍ଠା କର " । ଜାତିସଂଘ ଅନୁସାରେ, କେବଳ ହିଂସାର ଅନୁପସ୍ଥିତିରେ ବାସ୍ତବ ଶାନ୍ତି ନୁହେଁ, ବରଂ ଏଭଳି ଏକ ସମାଜ ପ୍ରତିଷ୍ଠା କରିବା ଯେଉଁଠାରେ ପ୍ରତ୍ୟକ ବ୍ୟକ୍ତି ଅନୁଭବ କରିବେ ଯେ ସେମାନେ ବିକଶିତ ହୋଇଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ସମଗ୍ର ବିଶ୍ବରେ ଅଶାନ୍ତ ଓ ଅରାଜଗତାର ବାତାବରଣ ଦେଖାଯିବା ସହ ସାମ୍ପ୍ରଦାୟକ ହିଂସା ଭଳି ଘଟଣା ଦେଖାଯାଉଥିବାରୁ ଏହି ଦିବସର ପାଳନ ଗୁରୁତ୍ବ ବଢିଯାଉଛି । ଆଜିର ଦିନରେ ମିଳିତ ଜାତିସଂଘର ମୁଖ୍ୟ କାର୍ଯ୍ୟାଳୟରେ ଶାନ୍ତିର ଘଣ୍ଟା ବଜାଯାଏ ।

ଭାରତ ଏକ ଶାନ୍ତି ପ୍ରିୟ ଦେଶ । ଭାରତର ପୂର୍ବତନ ରାଷ୍ଟ୍ରପତି ଜବାହାର ନେହେରୁ ବିଶ୍ବରେ ଶାନ୍ତି ପାଇଁ ୫ଟି ମୌଳିକ ମନ୍ତ୍ର ଦେଇଥିଲେ । ସେହି ସମୟରେ ଏହି ମନ୍ତ୍ର ବିଶ୍ବ ଶାନ୍ତି ପ୍ରତିଷ୍ଠାର ଅଗ୍ରଦୂତ ଭାବେ ବିବେଚିତ ହୋଇଥିଲା । ଧଳା ପାରାକୁ ଶାନ୍ତି ଦୂତ ଭାବରେ ବିବେଚନା କରାଯାଏ । ତେଣୁ ଏହି ଦିନ ଭାରତର ବିଭିନ୍ନ ସ୍ଥାନରେ ଧଳା ପାରା ଉଡ଼ାଯାଏ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.