ETV Bharat / bharat

PFI ନେତା ଗିରଫ, କହିଥିଲେ ହାଇକୋର୍ଟ ବିଚାରପତିଙ୍କ ଅନ୍ତବସ୍ତ୍ର ସାଫ୍ରନ ରଙ୍ଗର

author img

By

Published : May 29, 2022, 3:34 PM IST

ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ, ବନ୍ଧା ହେଲେ PFI ନେତା
ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ, ବନ୍ଧା ହେଲେ PFI ନେତା

କେରଳ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ପଡ଼ିଲା ମହଙ୍ଗା । ବନ୍ଧା ହେଲେ PFI ନେତା ୟାହିୟା ଟାଙ୍ଗଲ । ଅଧିକ ପଢନ୍ତୁ

ଥିରୁଅନନ୍ତପୁରମ: କେରଳ ପପୁଲାର ଫ୍ରଣ୍ଟ(PFI) ନେତା ୟାହିୟା ଟାଙ୍ଗଲ(Yahiya Tangal) ଗିରଫ । କେରଳ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବା ତାଙ୍କୁ ମହଙ୍ଗା ପଡିଛି । ଆଲାପୁଜା ପୋଲିସ ୟାହିୟା ଟାଙ୍ଗଲଙ୍କୁ ଗିରଫ କରିଛି । ବିଚାରପତିଙ୍କ ଅନ୍ତବସ୍ତ୍ର ସାଫ୍ରନ(Innerwear is saffron) ରଙ୍ଗର ବୋଲି କହିବା ପରେ ବିବାଦ ଘେରକୁ ଆସିଥିଲେ ଟାଙ୍ଗଲ ।

ଆଲାପୁଜାରେ ରାଲିର ସମୟରେ ସେ କହିଛନ୍ତି ଯେ, "ବର୍ତ୍ତମାନ କୋର୍ଟଗୁଡିକ ସହଜରେ ଚକିତ ହୋଇ ଯାଉଛନ୍ତି । ଆମ ଆଲାପୁଜା ରାଲିର ସ୍ଲୋଗାନ ଶୁଣିବା ପରେ ହାଇକୋର୍ଟର ବିଚାରପତିମାନେ ଚକିତ ହୋଇପଡିଛନ୍ତି । ଆପଣ ଏହାର କାରଣ ଜାଣିଛନ୍ତି କି ? ଏହାର କାରଣ ହେଉଛି ସେମାନଙ୍କର ଅନ୍ତବସ୍ତ୍ର ହେଉଛି ସାଫ୍ରନ୍ । ଯେହେତୁ ଏହା ସାଫ୍ରନ୍, ସେମାନେ ଖୁବଶୀଘ୍ର ହିଟ୍‌ ହୋଇଯିବେ । ଆପଣ ଜଳୁଥିବା ଅନୁଭବ କରିବେ ଏବଂ ଏହା ଆପଣଙ୍କୁ ବିଚଳିତ କରିବ ।"

ନିକଟରେ PFI ରାଲିରେ ଜଣେ ନାବାଳକଙ୍କ ପିତା ଗିରଫ ହେବା ପରେ ଏହାର ପ୍ରତିବାଦରେ ରାଲି କରିଛନ୍ତି ୟାହିୟା । ଏହି ରାଲିର ଏକ ଭିଡ଼ିଓ ଖୁବ ଭାଇରାଲ ହୋଇଥିଲା । ଯେଉଁଥିରେ ଗିରଫ ଯୁବକ ଜଣକ ଆଲାପୁଜାଠାରେ ପିଏଫଆଇ ରାଲିରେ ସ୍ଲୋଗାନ ଦେଇ କହିଥିଲେ ଯେ "ହିନ୍ଦୁମାନେ ସେମାନଙ୍କର ଶେଷ ରୀତିନୀତି ପାଇଁ ଚାଉଳ ରଖିବା ଉଚିତ ଏବଂ ଖ୍ରୀଷ୍ଟିଆନମାନେ ସେମାନଙ୍କର ଅନ୍ତିମ ସଂସ୍କାର ପାଇଁ ଧୂପ ରଖିବା ଉଚିତ । ଯଦି ତୁମକୁ ଉପଯୁକ୍ତ ଜୀବନ ଆବଶ୍ୟକ, ତେବେ ତୁମେ ଆମ ଦେଶରେ ରହିପାରିବ । ଯଦି ତୁମେ ଭଲ ଭାବରେ ବଞ୍ଚୁ ନାହଁ, ଆମେ ସମସ୍ତେ ଆଜାଦି (ସ୍ବାଧୀନତା) ସମ୍ପର୍କରେ ଜାଣୁ । ଏଣୁ ଭଲ ଭାବରେ ବଞ୍ଚ । "

ଏହା ମନ୍ତବ୍ୟ ସେ ସିଧାସଳଖ ଭାବେ କେରଳରେ ରହୁଥିବା ହିନ୍ଦୁ ଓ ଖୀଷ୍ଟିଆନଙ୍କ ପାଇଁ କହିଥିଲେ । ପିଏଫଆଇ ଅନୁସାରେ ସେମାନେ ଯଦି ଉପଯୁକ୍ତ ଭାବେ ବଞ୍ଚିବେ ନାହିଁ ତେବେ ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ । ପୋଲିସ ପିଏଫଆଇ ରାଲିରେ ଏଭଳି ବିବାଦୀୟ ସ୍ଲୋଗାନ (PFI sloganeering case) ଦେଉଥିବା ୧୮ ଜଣଙ୍କୁ ଗିରଫ କରିଛି । ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.