ଭାରତ-ଆମେରିକା ତଟରକ୍ଷୀ ବାହିନୀର ମିଳିତ ସମରାଭ୍ୟାସ

author img

By

Published : Sep 20, 2022, 2:17 PM IST

ଭାରତ ଆମେରିକାର ତଟରକ୍ଷୀ ବାହିନୀର ମିଳିତ ସମରାଭ୍ୟାସ

ସେପ୍ଟେମ୍ବର 16 ରୁ 19 ପର୍ଯ୍ୟନ୍ତ USCG ଜାହାଜରେ ଭିବିଏସ୍ଏସ୍, କ୍ରସ୍ ଡେକ୍ ପରିଦର୍ଶନ ଇଣ୍ଡିଆନ୍ କୋଷ୍ଟଗାର୍ଡ ପ୍ରତିପକ୍ଷଙ୍କ ସହ ଚେନ୍ନାଇରେ ଅନୁଷ୍ଠିତ ହୋଇଥିଲା । ଏହି ମିଳିତ ସମରାଭ୍ୟାସର ନାମ bhyas-01/22 । ଅଧିକ ପଢନ୍ତୁ

ଚେନ୍ନାଇ: ଜଳ ପଥରେ ଶତ୍ରୁକୁ ମାତ ଦେବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ନୌସେନା । 4ଦିନିଆ ଚେନ୍ନାଇ କୋଷ୍ଟ ଗାର୍ଡକୁ ଆସିଥିବା ଆମେରିକାର ତଟରକ୍ଷା ବାହିନୀ ଓ ଭାରତ ମିଳିତ ସମରାଭ୍ୟାସ ଶେଷ ହୋଇଛି । ଭାରତୀୟ ତଟରକ୍ଷା ବାହିନୀର ବିବୃତ୍ତି ଅନୁସାରେ ସେପ୍ଟେମ୍ବର 16 ରୁ 19 ପର୍ଯ୍ୟନ୍ତ USCG ଜାହାଜରେ ଭିବିଏସ୍ଏସ୍, କ୍ରସ୍ ଡେକ୍ ପରିଦର୍ଶନ ଇଣ୍ଡିଆନ୍ କୋଷ୍ଟଗାର୍ଡ ପ୍ରତିପକ୍ଷଙ୍କ ସହ ଚେନ୍ନାଇରେ ଅନୁଷ୍ଠିତ ହୋଇଥିଲା । ଏହି ମିଳିତ ସମରାଭ୍ୟାସର ନାମ bhyas-01/22 ।

ଏହା ବି ପଢନ୍ତୁ...ନୋଏଡାରେ କାନ୍ଥ ଭୁଶୁଡି ୪ ମୃତ, ୨ ଗୁରୁତର

ଏହି ଡ୍ରିଲରେ ତଟରକ୍ଷୀ ବାହିନୀ ପରସ୍ପରର ସାମର୍ଥ୍ୟ ସହିତ ପରିଚିତ ହୋଇଥିଲେ । ସାମୁଦ୍ରିକ ଅନୁସନ୍ଧାନ, ଉଦ୍ଧାର ଏବଂ ବୋର୍ଡିଂ ଅପରେସନ୍ ଏବଂ ଅନ୍ୟାନ୍ୟ ସାମୁଦ୍ରିକ ଆଇନ ପ୍ରଣୟନ କ୍ଷେତ୍ରରେ କାର୍ଯ୍ୟକ୍ଷମତା ବୃଦ୍ଧି ଦିଗରେ ଅଭ୍ୟାସ କରିଥିଲେ । ଯାହା ସେମାନଙ୍କର କାର୍ଯ୍ୟ ସ୍ତରର ସମ୍ପର୍କକୁ ମଜବୁତ କରାଇଛ । ଏହି ସମରାଭ୍ୟାସର ମୁଖ୍ୟ ଆକର୍ଷଣ ବିଭିନ୍ନ ଜାହାଜ ଚଳାଚଳ, ଏକ ଜାହାଜ ଅପହରଣର ମୁକାବିଲା ଏବଂ ଉଭୟ ଦେଶର ସମନ୍ୱିତ ଡକାୟତି ବିରୋଧୀ ମିଳିତ ଅପରେସନରେ ସଫଳ ହେବା । ଉଭୟ ଦେଶର ନୌସୈନିକ ଯୁଦ୍ଧ କୌଶଳ ସହ ମିଳିତ ରଣନୀତି ମଧ୍ୟ ପ୍ରଦର୍ଶନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.