ନୋଏଡାରେ କାନ୍ଥ ଭୁଶୁଡି ୪ ମୃତ, ୨ ଗୁରୁତର

author img

By

Published : Sep 20, 2022, 1:04 PM IST

Updated : Sep 20, 2022, 4:09 PM IST

ଦିଲ୍ଲୀରେ କାନ୍ଥ ଭୁଶୁଡି ୪ ମୃତ, ୨ ଗୁରୁତର

ନୋଏଡାରେ କାନ୍ଥ ଭୁଶୁଡିବା ଯୋଗୁଁ ୪ ଜଣ ମୃତ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ନୋଏଡାରେ ବଡ ଅଘଟଣ । ଏଠାରେ ଏକ ବିଲ୍ଡିଂର ପାଚେରୀ କାନ୍ଥ ଭୁଶୁଡିବା ଯୋଗୁଁ ୪ ଜଣଙ୍କ ମୃତ୍ୟୁ ହୋଇଛି । ଆଜି(ମଙ୍ଗଳବାର) ସକାଳେ ଏହି ଅଘଟଣ ଘଟିଛି । ନୋଏଡାର ସେକ୍ଟର ୨୧ରେ ଥିବା ଏକ ରେସିଡେନ୍ସିଆଲ କମ୍ପ୍ଲେକ୍ସର ପାଚେରୀ କାନ୍ଥ ଭୁଶୁଡି ଯାଇଛି । ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଏବେସୁଦ୍ଧା ମୋଟ ୯ ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ: ପୁଣେରେ ବୁଲୁଛି ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ଡୁପ୍ଲିକେଟ୍‌, ଥାନାରେ ମାମଲା ରୁଜୁ

ମିଳିଥିବା ସୂଚନା ଅନୁଯାୟୀ, ଜଲବାୟୁ ବିହାର(Jal Vayu Vihar) ନିକଟରେ ନୋଏଡା କର୍ତ୍ତୃପକ୍ଷ ଦ୍ବାରା ଡ୍ରେନେଜ ମରାମତି କାମ ଚାଲିଥିଲା । ଏହି ସମୟରେ ସେଠାରେ ଥିବା ରେସିଡେନ୍ସିଆଲ କମ୍ପ୍ଲେକ୍ସର କାନ୍ଥ ଭୁଶୁଡି ପଡିଛି । ଏନେଇ ସୂଚନା ପାଇବା ମାତ୍ରେ ପୋଲିସ, ଅଗ୍ନିଶମ ବାହିନୀ ସମେତ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଏ ପର୍ଯ୍ୟନ୍ତ ୯ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ କାନ୍ଥର ଅବଶେଷ ତଳେ ଆହୁରି ଅନେକ ଲୋକ ଦବି ହୋଇ ରହିଥିବାର ଆଶଙ୍କା କରାଯାଉଛି । ଆବର୍ଜନାଗୁଡିକୁ ସମ୍ପୂର୍ଣ୍ଣ ସଫା କରାଯିବା ପରେ ସ୍ଥିତି ସ୍ପଷ୍ଟ ହେବ ବୋଲି କୁହାଯାଉଛି ।

ଏହି ଘଟଣା ଉପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀଙ୍କୁ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

କହିରଖୁଛୁ କି, କିଛି ଦିନ ତଳେ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଦିଲକୁଶା ଅଞ୍ଚଳରେ ଗୋଟିଏ ନିର୍ମାଣଧୀନ କୋଠାର କାନ୍ଥ ଭୁଶୁଡି ଯାଇଥିଲା । ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଥିଲା ।

Last Updated :Sep 20, 2022, 4:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.