ETV Bharat / bharat

Trishul Exercise: G20 ସମିଟ ବେଳେ ସୀମାରେ ଗର୍ଜିବେ ମିରାଜ ସହ ରାଫେଲ

author img

By ETV Bharat Odisha Team

Published : Sep 1, 2023, 6:23 PM IST

Trishul Exercise: G20 ସମିଟ ବେଳେ ସୀମାରେ ଗର୍ଜିବେ ମିରାଜ ସହ ରାଫେଲ
Trishul Exercise: G20 ସମିଟ ବେଳେ ସୀମାରେ ଗର୍ଜିବେ ମିରାଜ ସହ ରାଫେଲ

ବାୟୁସେନାର ଏହି ଯୁଦ୍ଧାଭ୍ୟାସରେ ଫାଇଟର ଜେଟ ମିରାଜ, ଯୁଦ୍ଧ ବିମାନ ରାଫେଲ, ସୁଖୋଇ 30MKI ସମେତ ସମସ୍ତ ଯୁଦ୍ଧ ବିମାନ ସାମିଲ ହେବ । ଏହା ବ୍ୟତୀତ ଯୁ୍ଦ୍ଧାଭ୍ୟାସ ତ୍ରିଶୁଳରେ ଆପାଚୀ ଚିନୁକ ଭଳି ହେଲିକେପ୍ଟର ମଧ୍ୟ ନିଜ ନିଜ ଶକ୍ତି ପ୍ରଦର୍ଶନ କରିବେ । ବାଯୁସେନାର ଏହି ଅଭ୍ୟାସରେ ସ୍ପେଶାଲ କମାଣ୍ଡୋ ଗରୁଡ ବାହୀନି ମଧ୍ୟ ସାମିଲ ହେବାକୁ ଯାଉଛନ୍ତି । ଏହା ଏକ ନିରନ୍ତର ଅଭ୍ୟାସ ହୋଇଥିଲେ ମଧ୍ୟ ଏହାର ସମୟକୁ ନେଇ ଏବେ ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଚାଲିଥିବ G20 ସମିଟ । ଭାରତରେ ଥିବେ ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ର ଅଧ୍ୟକ୍ଷ । ସାରା ବିଶ୍ବର ନଜର ଥିବ ଭାରତ ଉପରେ । ଠିକ ସେତିକିବେଳେ ଚୀନ- ପାକିସ୍ତାନ ସୀମାରେ ଗର୍ଜନ କରୁଥିବେ ଭାରତୀୟ ବାୟୁସେନାର ଫାଇଟର ଜେଟ ମିରାଜ ସହ ଯୁଦ୍ଧ ବିମାନ ରାଫେଲ । ଆକଶରେ ଚାଲିଥିବ ରଣନୀତି । ଆକାଶ ସୀମା ସୁରକ୍ଷିତ ପାଇଁ ହେଉଥିବ ଯୁଦ୍ଧାଭ୍ୟାସ । କାରଣ ଆସନ୍ତା 4 ତାରିଖରୁ 14 ତାରିଖ ପର୍ଯ୍ୟନ୍ତ ଭାରତ ସୀମା ସଂଲଗ୍ନ ଚୀନ- ପାକିସ୍ତାନ ସୀମା ତଥା ଉତ୍ତରୀୟ କ୍ଷେତ୍ରରେ ଭାରତୀୟ ବାୟୁସେନା କରିବ ଯୁଦ୍ଧାଭ୍ୟାସ ତ୍ରିଶୁଳ ।

ବାୟୁସେନାର ଏହି ଯୁଦ୍ଧାଭ୍ୟାସରେ ଫାଇଟର ଜେଟ ମିରାଜ, ଯୁଦ୍ଧ ବିମାନ ରାଫେଲ, ସୁଖୋଇ 30MKI ସମେତ ସମସ୍ତ ଯୁଦ୍ଧ ବିମାନ ସାମିଲ ହେବ । ଏହା ବ୍ୟତୀତ ଯୁ୍ଦ୍ଧାଭ୍ୟାସ ତ୍ରିଶୁଳରେ ଆପାଚୀ ଚିନୁକ ଭଳି ହେଲିକେପ୍ଟର ମଧ୍ୟ ନିଜ ନିଜ ଶକ୍ତି ପ୍ରଦର୍ଶନ କରିବେ । ବାଯୁସେନାର ଏହି ଅଭ୍ୟାସରେ ସ୍ପେଶାଲ କମାଣ୍ଡୋ ଗରୁଡ ବାହୀନି ମଧ୍ୟ ସାମିଲ ହେବାକୁ ଯାଉଛନ୍ତି । ଏହା ଏକ ନିରନ୍ତର ଅଭ୍ୟାସ ହୋଇଥିଲେ ମଧ୍ୟ ଏହାର ସମୟକୁ ନେଇ ଏବେ ଚର୍ଚ୍ଚା ହେଉଛି । ତ୍ରିଶୁଳ ଯୁଦ୍ଧାଭ୍ୟାସ ଆସନ୍ତା 4 ରୁ 14 ଯାଏଁ ବାୟୁସେନା କରିବାକୁ ଯାଉଛି । ଏହି ଯୁଦ୍ଧାଭ୍ୟାସ ଜମ୍ମୁକାଶ୍ମୀର, ଲଦାଖ, ପଞ୍ଜାବ ଓ ହିମାଚଳ ପ୍ରଦେଶରେ ହେବ । ଅଭ୍ୟାସରେ ବାୟୁସେନାର ସମସ୍ତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ସହ ଯୁଦ୍ଧକୌଶଳ ଦେଖାଇବେ ।

ଏହାବି ପଢନ୍ତୁ- Exercise Garuda-VII: ରାଜସ୍ଥାନରେ ଶକ୍ତି ପ୍ରଦର୍ଶନ କଲେ ଭାରତ-ଫ୍ରାନ୍ସ ବାୟୁସେନା

ବାୟୁସେନା ଆଗାମୀ ଜି20 ଶିଖର ସମ୍ମିଳନୀ ପାଇଁ ମଧ୍ୟ ହାଇଆଲର୍ଟରେ ରହିଛି । ଜି20 ଶିଖର ସମ୍ମିଳନୀରେ ଭାଗ ନେବାକୁ ଭାରତ ଆସିବେ ଶକ୍ତିଶାଳୀ ରାଷ୍ଟ୍ର ରାଷ୍ଟ୍ର ମୁଖ୍ୟ ମାନେ । ଏହାସହ 50 ରୁ ଅଧିକ ଦେଶର ପ୍ରତିନିଧି ମଧ୍ୟ ସାମିଲ ହେବେ । ଏଥପାଇଁ ଦିଲ୍ଲୀ ସମେତ ପୁରା ଦେଶର ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ତିନି ସେନାକୁ ହାଇ ଆଲର୍ଟରେ ରଖିଛି । ଏଥିରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଳାଉଛି ବାୟୁସେନା । ଜି20 ଶିଖର ସମ୍ମିଳନୀ ପାଇଁ ବାୟୁସେନା ପୁରା ହାଇଆଲର୍ଟରେ ଥିବା ବେଳେ ସମସ୍ତ ଅସ୍ତ୍ରଶସ୍ତ୍ରକୁ ଆଲର୍ଟ ମୁଡକୁ ଆଣିଛି । ଆକାଶ ପଥରେ ଯେକୌଣସି ସାମ୍ଭାବ୍ୟ ବିପଦର ପ୍ରତିହତ କରିବା ପାଇଁ ବାୟୁସେନା ଏୟାର ଡିଫେନ୍ସକୁ ଆଟୋମେଟିକ କରିବା ସହିତ କିଛି ଫାଇଟର ଜେଟ ସହ ଅସ୍ତ୍ରଶସ୍ତ୍ର ଷ୍ଟାଣ୍ଡବାଇରେ ରଖିଛି । ଖାଲି ଏତିକି ନୁହେଁ ଛୋଟରୁ ଅତି ଛୋଟ ଧରଣ କୌଣସି ଡ୍ରୋନ ଆକ୍ରମଣକୁ ପ୍ରତିହତ କରିବା ପାଇଁ ମଧ୍ୟ ବାୟୁସେନା ନିଜର ଅତ୍ୟାଧୁନିକ ଡ୍ରୋନକୁ ଆକ୍ଟିଭ କରିଦେଇଛି । ଅନ୍ୟପଟେ ଜି20 ଶିଖର ସମ୍ମିଳନୀକୁ ନଜରରେ ରଖି ଦିଲ୍ଲୀ ପୋଲିସ 29 ଅଗଷ୍ଟରୁ 12 ସେପ୍ଟେମ୍ବର ଯାଏଁ ଦିଲ୍ଲୀ ଆକାଶ ପଥରେ ହେଙ୍ଗ- ଗ୍ଲାଇଡର, ଏୟାର ବେଲୁଲର ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.