ETV Bharat / bharat

BRICS summit: ‘ବିଶ୍ବର ଅଭିବୃଦ୍ଧି ଇଞ୍ଜିନ ହେବ ଭାରତ’

author img

By ETV Bharat Odisha Team

Published : Aug 23, 2023, 9:39 AM IST

BRICS summit
PM Modi at BRICS summit

ଭାରତ ସାରା ବିଶ୍ବର ଗ୍ରୋଥ ଇଞ୍ଜିନ ହେବ । ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହେଉଥିବା 15 ତମ ବ୍ରିକ୍ସ ସମ୍ମିଳନୀରେ ସାମିଲ ହୋଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ଜୋହାନ୍ସବର୍ଗ: ଦୁଇ ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ 15ତମ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇ ବିଜନେସ ଫୋରମ ବୈଠକରେ ଭାରତର ସଫଳତା ବଖାଣିଛନ୍ତି ପ୍ରଧାନମନ୍ତ୍ରୀ । ଭାରତ ଅନଲାଇନ ପେମେଣ୍ଟରେ ବିଶ୍ବର ନମ୍ବର 1 ଦେଶ । ଆଗାମୀ ଦିନରେ ଭାରତ ସାରା ବିଶ୍ବର ଅଭିବୃଦ୍ଧି ଇଞ୍ଜିନ ହେବ ଏହା ସହ ଭାରତର ଅର୍ଥନୀତି 5 ଟ୍ରିଲିୟନ ଡଲାରରେ ପହଞ୍ଚିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଭାରତ 5 ଟ୍ରିଲିୟନ ଡଲାର ଅର୍ଥନୀତି ହେବ: ପ୍ରଥମ ଦିନ ବ୍ରିକ୍ସ ବିଜନେସ ଫୋରମ ବୈଠକରେ ସାମିଲ ହୋଇ ଭାରତର ସଫଳତା ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ''2047ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତବାସୀ । ଖୁବଶୀଘ୍ର ଭାରତ 5 ଟ୍ରିଲିୟନ ଡଲାର ଅର୍ଥନୀତି ହେବ । ଜିଏସଟି ଲାଗୁ ହେବା ଫଳରେ ନିବେଶକଙ୍କ ମନୋବଳ ବଢିଛି । ଘରୋଇ କ୍ଷେତ୍ର ପାଇଁ ପ୍ରତିରକ୍ଷା ଓ ମହାକାଶ କ୍ଷେତ୍ର ଅଧିକ ଶକ୍ତିଶାଳୀ ହୋଇଛି । ସୌରଶକ୍ତି, ପବନ ଶକ୍ତି ଓ ଇ-ଯାନ କ୍ଷେତ୍ରରେ ଭାରତକୁ ଏକ ବିନିର୍ମାଣ ହବରେ ପରିଣତ କରିବାକୁ ପ୍ରୟାସ ଜାରି ରହିଛି । ଆଗାମୀ ଦିନରେ ଭାରତ ସାରା ବିଶ୍ବରେ ଅଭିବୃଦ୍ଧିର ଇଞ୍ଜିନ ହେବ ସେଥିରେ କୌଣସି ସନ୍ଦେହ ନାହିଁ ।''

ଭାରତ ବିଶ୍ବର ଗ୍ରୋଥ ଇଞ୍ଜିନ ହେବ: ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଦକ୍ଷିଣ ଆଫ୍ରିକା ମାଟିରେ ପାଦ ରଖି ମୁଁ ବହୁତ ଖୁସି ଅଛି । ଗତ 10ବର୍ଷରେ ବ୍ରିକ୍ସ ବିଜନେସ କାଉନସିଲ ଆମକୁ ଆର୍ଥିକ ସହଯୋଗ ବଢାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଛି । 2009 ଯେବେ ପ୍ରଥମ ବ୍ରିକ୍ସ ବିଜନେସ ବୈଠକ ହୋଇଥିଲେ ସେବେ ଦେଶ ଏକ ବଡ ଆର୍ଥିକ ସଙ୍କଟରୁ ବାହାରିଥିଲା । ସେହି ସମୟରେ ବ୍ରିକ୍ସ ଅର୍ଥବ୍ୟବସ୍ଥାର ଏକ ଆଶାର କିରଣ ସାଜିଥିଲା । ବର୍ତ୍ତମାନ ସମୟରେ ବିଶ୍ବ ଏକାଧିକ ଆର୍ଥିକ ଚ୍ୟାଲେଞ୍ଜ ସହ ଲଢେଇ କରୁଛି । ଏହି ସମୟରେ ବ୍ରିକ୍ସ ମହ୍ବତ୍ତ୍ବପୂର୍ଣ୍ଣ ଭୂମିକା ତୁଲାଇଛି । ବୈଷୟିକ ଅର୍ଥ ବ୍ୟବସ୍ଥାରେ ଉନ୍ନତୀ ଅବନତି ମଧ୍ୟରେ ଭାରତ ଆଜି ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇଛି । ଖୁବଶୀଘ୍ର ଭାରତ 5 ଟ୍ରିଲିୟନ ଡଲର ଅର୍ଥନୀତି ହେବ । ଏଥିରେ କୌଣସି ସନ୍ଦେହ ନାହିଁ ଆଗାମୀ ଦିନରେ ଭାରତ ବିଶ୍ବର ଗ୍ରୋଥ ଇଞ୍ଜିନ ହେବ । ଭାରତ ସବୁ ପରିସ୍ଥିତିର ମୁକାବିଲା କରି ଅର୍ଥିକ ସୁଧାର ଅବସରରେ ପରିବର୍ତ୍ତିତ କରିଛି । ଗତ ବର୍ଷରେ ମିଶନ ମୋଡରେ ହୋଇଥିବା କାର୍ଯ୍ୟ ପାଇଁ 'ଇଜ୍ ଅଫ ଡୁଇଙ୍ଗରେ' ବୃଦ୍ଧି ଘଟିଛି । ଟେକ୍ନୋଲୋଜି ପ୍ରୟୋଗ କରି ଭାରତ ଏକ ଲମ୍ବ ଡିଆଁ ମାରିଛି ।''

ଏହା ବି ପଢନ୍ତୁ...Special Spiritual Welcome to PM: ଜୋହାନ୍ସବର୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଆଧ୍ୟାତ୍ମିକ ସ୍ବାଗତ

ଏହା ବି ପଢନ୍ତୁ...BRICS Summit: ଆଜି ଦଣିକ୍ଷ ଆଫ୍ରିକା ଗସ୍ତ କଲେ ପ୍ରଧାନମନ୍ତ୍ରୀ

ପ୍ରକାଶ ଥାଉ କି, ଗତକାଲି ଅର୍ଥାତ୍‌ 22 ଅଗଷ୍ଟରୁ ଦୁଇ ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ 15ତମ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପରେ ଗ୍ରୀସ ଗସ୍ତ କରିବେ । ଗତକାଲି ସେ ଦକ୍ଷିଣ ଆଫ୍ରିକାରେ ପହଞ୍ଚିବା ପରେ ତାଙ୍କୁ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ପଲ ଶିପୋକୋସା ମାସାଟାଇଲ ସ୍ବାଗତ କରିଥିଲେ । ପାରମ୍ପରିକ ଆଦିବାସୀ ନୃତ୍ୟ ସହ ପ୍ରଧାନମନ୍ତ୍ରୀଙ୍କୁ ଆଧ୍ୟାତ୍ମିକ ଭାବ୍ୟ ସ୍ବାଗତ କରାଯାଇଥିଲା । ଏହା ସହ ବିମାନବନ୍ଦରରେ ଭାରତୀୟ ବଂଶୋଦ୍ଭବଙ୍କୁ ସାକ୍ଷାତ କରିଥିଲେ । ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଥିଲେ । ବ୍ରିକ୍ସରେ ଭାରତ ସମେତ, ଚୀନ, ବ୍ରାଜିଲ, ଋଷ, ଚୀନ, ଦକ୍ଷିଣ ଆଫ୍ରିକା ରହିଛନ୍ତି । ଆନୁଷ୍ଠାନିକ ଭାବେ 2009 ମସିହାରେ ବ୍ରିକ୍ସର ଗଠନ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.