ETV Bharat / bharat

ବାରଣାସୀରେ ପ୍ରଧାନମନ୍ତ୍ରୀ: ‘2047 ସୁଦ୍ଧା ହେବ ବିକଶିତ ଭାରତ’

author img

By ETV Bharat Odisha Team

Published : Dec 17, 2023, 9:37 PM IST

PM Modi in Varanasi: ନିଜ ସଂସଦୀୟ କ୍ଷେତ୍ର ବାରଣାସୀରେ ପ୍ରଧାନମନ୍ତ୍ରୀ । କାଶୀ-ତାମିଲ ସଙ୍ଗମକୁ ଶୁଭାରମ୍ଭ କଲେ । ବିକଶିତ ଭାରତ ସଙ୍କଳ୍ପ ଯାତ୍ରାକୁ ମଧ୍ୟ କଲେ ସମ୍ବୋଧିତ । କହିଲେ ସାମଗ୍ରିକ ପ୍ରୟାସ ରହିଲେ 2047 ସୁଦ୍ଧା ହେବ ବିକଶିତ ଭାରତ । ଅଧିକ ପଢନ୍ତୁ

ବାରାଣାସୀରେ ପ୍ରଧାନମନ୍ତ୍ରୀ: ‘2047 ସୁଦ୍ଧା ହେବ ବିକଶିତ ଭାରତ’
ବାରାଣାସୀରେ ପ୍ରଧାନମନ୍ତ୍ରୀ: ‘2047 ସୁଦ୍ଧା ହେବ ବିକଶିତ ଭାରତ’

ବାରାଣାସୀରେ ପ୍ରଧାନମନ୍ତ୍ରୀ: ‘2047 ସୁଦ୍ଧା ହେବ ବିକଶିତ ଭାରତ’

ଲକ୍ଷ୍ନୌ: ନିଜ ସଂସଦୀୟ କ୍ଷେତ୍ର ବାରଣାସୀକୁ ଦୁଇ ଦିନିଆ ଗସ୍ତର ପ୍ରଥମ ଦିନରେ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ । କାଶୀ (ବାରଣାସୀ)ର ନମୋ ଘାଟରେ କାଶୀ-ତାମିଲ ସଙ୍ଗମ-2.0 କୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ସହ ସ୍ଥାନୀୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ । ଏହା ବ୍ୟତୀତ ସେ ବାରଣାସୀରେ କେନ୍ଦ୍ର ସରକାର ‘ବିକଶିତ ଭାରତ ସଙ୍କଳ୍ପ ଯାତ୍ରା’ କାର୍ଯ୍ୟକ୍ରମକୁ ମଧ୍ୟ ସମ୍ବୋଧିତ କରିଛନ୍ତି ।

  • Kashi Tamil Sangamam is an innovative programme that celebrates India's cultural diversity and strengthens the spirit of 'Ek Bharat, Shreshtha Bharat.' @KTSangamam https://t.co/tTsjcyJspm

    — Narendra Modi (@narendramodi) December 17, 2023 " class="align-text-top noRightClick twitterSection" data=" ">

କଣ ଏହି କାଶୀ-ତାମିଲ ସଙ୍ଗମ:-

ସ୍ବାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ‘ଆଜାଦୀ କା ଅମୃତ ମହୋତ୍ସବ’ ଏକ ପଦକ୍ଷେପ ହେଉଛି କାଶୀ-ତାମିଲ ସଙ୍ଗମ-2023 । ‘ଏକ ଭାରତ- ଶ୍ରେଷ୍ଠ ଭାରତ’ ଭାବନାକୁ ପ୍ରତିଫଳନ କରିବା ଏହି ସାଂସ୍କୃତିକ ପଦକ୍ଷେପର ଏକ ମୁଖ୍ୟ ଉଦ୍ଦେଶ୍ୟ । ଚଳିତ ବର୍ଷ ଡିସେମ୍ବର 17 ରୁ 30 ତାରିଖ ମଧ୍ୟରେ କାଶୀରେ ଏହି କାଶୀ-ତାମିଲ ସଙ୍ଗମ (KTS)ର ଦ୍ୱିତୀୟ ସଂସ୍କରଣ ଆୟୋଜିତ ହେଉଛି । ଏହା ଉତ୍ତର ଓ ଦକ୍ଷିଣ ଭାରତର ଇତିହାସ ଏବଂ ସଂସ୍କୃତିର ଯୋଡିବାର ଏହା ଏକ ପ୍ରୟାସ ମଧ୍ୟ । ବିଶାଳ ତଥା ବିବିଧ ଭାରତର ଦୁଇ ପ୍ରାନ୍ତରେ ଥିବା ଧାର୍ମିକ ଓ ସାମାଜିକ ବିଭିଧତାର ଆଦାନ ପ୍ରଦାନ, ଜ୍ଞାନ, ସଂସ୍କୃତି ଏବଂ ସର୍ବୋତ୍ତମ ଅଭ୍ୟାସର ପାରସ୍ପରିକ ଆଦାନ ପ୍ରଦାନକୁ ସୁନିଶ୍ଚିତ କରିବା ଓ ଦେଶର ଐକ୍ୟକୁ ଆହୁରି ସୁଦୃଢ କରିବା ପାଇଁ ଏହାକୁ ପାଳନ କରାଯାଉଛି । କାଶୀ-ତାମିଲ ସଙ୍ଗମ ତାମିଲନାଡୁ ଓ ପୁଡୁଚେରୀର 1400 ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ । ଚଳିତ ଥର ଏହି କାର୍ଯ୍ୟକ୍ରମର ଦ୍ବିତୀୟ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦି ଅଂଶ ଗ୍ରହଣ କରିଛନ୍ତି ।

କାଶୀ-ତାମିଲ ସଙ୍ଗମର ପ୍ରଥମ ସଂସ୍କରଣ ଗତବର୍ଷ (2022) ନଭେମ୍ବର 16 ରୁ ଡିସେମ୍ବର 16 ପର୍ଯ୍ୟନ୍ତ ମାସେ ବ୍ୟାପୀ ଆୟୋଜିତ ହୋଇଥିଲା । ଉଭୟ ଉତ୍ତର ଓ ଦକ୍ଷିଣ ଭାରତରୁ ପ୍ରାୟ 2500 ଶହ ବିଶିଷ୍ଟ ବ୍ୟକ୍ତିବିଶେଷ ଏଥିରେ ଅଂଶଗ୍ରହଣ କରିଥିଲେ । ମୁଖ୍ୟ କାର୍ଯ୍ୟକ୍ରମ ବ୍ୟତୀତ ସେମାନେ ଉତ୍ତର ପ୍ରଦେଶ ଅଯୋଧ୍ୟା ରାମମନ୍ଦିର, ପ୍ରୟାଗରାଜ ପରି ଅନ୍ୟ ପ୍ରଖ୍ୟାତ ତୀର୍ଥସ୍ଥାନ ମଧ୍ୟ ପରିଦର୍ଶନ କରିଥିଲେ ।

ଅନ୍ୟପଟେ ଗତକାଲି 5 ରାଜ୍ୟରେ ବିକଶିତ ଭାରତ ସଙ୍କଳ୍ପ ଯାତ୍ରାକୁ ଶୁଭାରମ୍ଭ କରିବା ପରେ ପ୍ରଧାନମନ୍ତ୍ରୀ ନିଜେ ଆଜି ନିଜ ସଂସଦୀୟ କ୍ଷେତ୍ର ବାରଣାସୀରେ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଯଦି 140 କୋଟି ଭାରତୀୟ ସଙ୍କଳ୍ପ ନିଅନ୍ତି, ତେବେ 2047 ସୁଦ୍ଧା ଭାରତ ବିକଶିତ ଭାରତରେ ପରିଣତ ହେବ ବୋଲି ମୋଦି କହିଛନ୍ତି ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି,‘‘ସରକାର, ରାଜନୀତି ଓ ସାମାଜିକ କାର୍ଯ୍ୟ ସହ ଜଡିତ ଦେଶର ସମସ୍ତ ନାଗରିକ ଏହି ବିକଶିତ ଭାରତ ସଙ୍କଳ୍ପ ଯାତ୍ରାକୁ ସଫଳ କରିବା ପାଇଁ ସମୟ ଦେଉଛନ୍ତି । ତେଣୁ ବାରାଣାସୀର ସାଂସଦ ଭାବରେ ମୋର ମଧ୍ୟ ଏକ ଦାୟିତ୍ବ ଥିଲା ଯେ ମୁଁ ମଧ୍ୟ ଏହାକୁ ସମୟ ଦେବା ଉଚିତ୍ । କେନ୍ଦ୍ର ସରକାର ଦେଶର ଉନ୍ନତି ପାଇଁ ଏକାଧିକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଯଦି ଦେଶକୁ ଉନ୍ନତିର ରାସ୍ତାରେ ଆଗେଇ ନେବା ପାଇଁ 140 କୋଟି ଭାରତୀୟଙ୍କ ସାମଗ୍ରୀକ ପ୍ରୟାସ ରୁହେ, ତେବେ 2047 ସୁଦ୍ଧା ଏହା ବାସ୍ତବତାରେ ପରିଣତ ହେବ ।’’

ଏହା ମଧ୍ୟ ପଢନ୍ତୁ:- ଲିବ୍ୟା ଉପକୂଳରେ ବୁଡିଲା ଶରଣାର୍ଥୀ ଜାହାଜ, 60ରୁ ଅଧିକ ମୃତ ଆଶଙ୍କା

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ ଏହାର ପ୍ରଭାବୀ କାର୍ଯ୍ୟକାରିତା ଉପରେ ଗୁରୁତ୍ବାରୋପ କରିଥିଲେ । ହିତାଧିକାରୀମାନେ ସରକାରଙ୍କ ନିକଟକୁ ଦୌଡିବାର ଆବଶ୍ୟକତା ନାହିଁ । ଏହା ବଦଳରେ ସରକାର ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ଉଚିତ ବୋଲି ସେ କହିଛନ୍ତି । ଗତକାଲି 5 ରାଜ୍ୟରେ ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନିଜେ ଶୁଭାରମ୍ଭ କରିଥିଲେ । ବିଭିନ୍ନ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ଓ ସାଂସଦମାନେ ଅଂଶଗ୍ରହଣ କରି କେନ୍ଦ୍ରୀୟ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବାର କାମ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.