ETV Bharat / bharat

INDIA CORONA: ଦିନକରେ ୧.୭୨ ଲକ୍ଷ ସଂକ୍ରମିତ, ୧୦୦୮ ମୃତ

author img

By

Published : Feb 3, 2022, 9:35 AM IST

INDIA CORONA: ଦିନକରେ ୧.୭୨ ଲକ୍ଷ ସଂକ୍ରମିତ, ୧,୦୦୮ ମୃତ
INDIA CORONA: ଦିନକରେ ୧.୭୨ ଲକ୍ଷ ସଂକ୍ରମିତ, ୧,୦୦୮ ମୃତ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 1,72,433 ନୂଆ ସଂକ୍ରମିତ ଚିହ୍ନଟ । ୧୦୦୦ ଉପରେ ରହିଛି ମୃତ୍ୟୁସଂଖ୍ୟା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ପୁଣି ବଢିଲା ସଂକ୍ରମଣ । କିଛି ଦିନ ଧରି କୋରୋନା ଗ୍ରାଫ୍ ଧୀରେ ଧୀରେ ଖସୁଥିବାବେଳେ ଆଜି ସାମାନ୍ୟ ଉପରମୁହାଁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ 1,72,433 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 1,72,433 fresh covid cases) । ଯାହା ଗତକାଲି(ବୁଧବାର) ଅପେକ୍ଷା 6.8% ଅଧିକ । ଆଜି ବି ମୃତ୍ୟୁସଂଖ୍ୟା ୧୦୦୦ ଉପରେ ରହିଛି । ଦିନକରେ ଦେଶରେ 1008 ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବା ବେଳେ 2,59,107 ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ଦେଶରେ ଦ୍ରୁତଗତିରେ ସୁସ୍ଥସଂଖ୍ୟା ବଢୁଥିବା ଯୋଗୁଁ ସକ୍ରିୟ ମାମଲା କମିବାରେ ଲାଗିଛି । ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ମୋଟ ସକ୍ରିୟ ମାମଲା 15,33,921 ରହିଛି । ଦୈନିକ ପଜିଟିଭ୍ ରେଟ୍ 10.99%ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା 167.87 କୋଟି ଟୀକାକରଣ କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.