ETV Bharat / bharat

INDIA CORONA: ଦିନକରେ ୫୮୦୭୭ ନୂଆ ସଂକ୍ରମିତ, କମିଲା ମୃତ୍ୟୁ

author img

By

Published : Feb 11, 2022, 9:47 AM IST

INDIA CORONA: ଦିନକରେ ୫୮,୦୭୭ ନୂଆ ସଂକ୍ରମିତ, କମିଲା ମୃତ୍ୟୁ
INDIA CORONA: ଦିନକରେ ୫୮,୦୭୭ ନୂଆ ସଂକ୍ରମିତ, କମିଲା ମୃତ୍ୟୁ

ଦେଶରେ ଧୀରେ ଧୀରେ ଖସୁଛି କୋରୋନା ଗ୍ରାଫ୍ । ଦିନକରେ ୫୮,୦୭୭ ନୂଆ ସଂକ୍ରମିତ ଚିହ୍ନଟ ।

ନୂଆଦିଲ୍ଲୀ: ଦେଶରେ ଦୁର୍ବଳ ହେଉଛି ତୃତୀୟ ଲହର । ଧୀରେ ଧୀରେ ଖସୁଛି କୋରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ 58,077 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 58,077 fresh covid cases) । କିଛି ଦିନର ବ୍ୟବଧାନ ପରେ ଆଜି ଦେଶରେ ମୃତ୍ୟୁସଂଖ୍ୟା ୧୦୦୦ ତଳକୁ ଖସିଛି । ଦିନକରେ ମୋଟ 657 ଜଣ ଆକ୍ରାନ୍ତ ପ୍ରାଣ ହରାଇ ଥିବାବେଳେ 1,50,407 ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା 6,97,802ରେ ପହଞ୍ଚିଛି । ମୋଟ କୋରୋନା ଜନିତ ମୃତ୍ୟୁସଂଖ୍ୟା 5,07,177କୁ ବୃଦ୍ଧି ପାଇଛି । ଦେଶର ଦୈନିକ ପଜିଟିଭ୍ ରେଟ୍ 3.89% ରହିଛି । ଏଯାବତ୍ ଭାରତରେ ମୋଟ 1,71,79,51,432 ଟୀକାକରଣ କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.