ETV Bharat / bharat

INDIA CORONA: ଦିନକରେ ୫୦୪୦୭ ନୂଆ ସଂକ୍ରମିତ, ୮୦୪ ମୃତ

author img

By

Published : Feb 12, 2022, 9:34 AM IST

INDIA CORONA: ଦିନକରେ ୫୦୪୦୭ ନୂଆ ସଂକ୍ରମିତ, ୮୦୪ ମୃତ
INDIA CORONA: ଦିନକରେ ୫୦୪୦୭ ନୂଆ ସଂକ୍ରମିତ, ୮୦୪ ମୃତ

ଦେଶରେ ତଳମୁହାଁ କୋରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 50,407 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କୋରୋନା ଗ୍ରାଫ୍ । ଲଗାତାର ଭାବେ କମୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 50,407 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 50,407 fresh covid cases) । ମୃତ୍ୟୁସଂଖ୍ୟା ମଧ୍ୟ ୧୦୦୦ ତଳେ ରହିଛି । ଦିନକରେ ମୋଟ 804 ଜଣ ଆକ୍ରାନ୍ତ ପ୍ରାଣ ହରାଇ ଥିବାବେଳେ 1,36,962 ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା 6,10,443ରେ ପହଞ୍ଚିଛି । ମୋଟ କୋରୋନା ଜନିତ ମୃତ୍ୟୁସଂଖ୍ୟା 5,07,981କୁ ବୃଦ୍ଧି ପାଇଛି । ଦେଶର ଦୈନିକ ପଜିଟିଭ୍ ରେଟ୍ 3.48%କୁ ଖସି ଆସିଛି । ଏଯାବତ୍ ଭାରତରେ ମୋଟ 1,72,29,47,688 ଟୀକାକରଣ କରାଯାଇଛି । କେବଳ ଗତ ୨୪ ଘଣ୍ଟା ମଧ୍ୟରେ 42 ଲକ୍ଷ ଡୋଜ୍ ନେଇଛନ୍ତି ଲୋକେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.