ETV Bharat / bharat

India Corona: ଦିନକରେ ୧୪୧୪୮ ନୂଆ ସଂକ୍ରମିତ, 302 ମୃତ

author img

By

Published : Feb 24, 2022, 9:55 AM IST

India Corona: ୧୪୧୪୮ ନୂଆ ସଂକ୍ରମିତ
India Corona: ୧୪୧୪୮ ନୂଆ ସଂକ୍ରମିତ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 14,148 ନୂଆ ସଂକ୍ରମିତ ଚିହ୍ନଟ । 302 ସଂକ୍ରମିତଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣାଧୀନ ମହାମାରୀ । ଆଜି ବି ୧୫ ହଜାର ତଳେ ରହିଛି ଦୈନିକ ପଜିଟିଭ ମାମଲା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 14,148 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 14,148 fresh covid cases) । ସଂକ୍ରମଣ କ୍ରମଶଃ ହ୍ରାସ ପାଇବା ସହ ମୃତ୍ୟୁସଂଖ୍ୟା ମଧ୍ୟ ଏବେ କମିବାରେ ଲାଗିଛି । ଦେଶରେ ଦିନକରେ 302 ସଂକ୍ରମିତ ପ୍ରାଣ ହରାଇଥିବାବେଳେ 30,009 ସୁସ୍ଥ ହୋଇଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟ ଅନୁଯାୟୀ, ଆଜିର ନୂତନ ସଂକ୍ରମଣକୁ ମିଶାଇ ବର୍ତ୍ତମାନ 1,48,359ଟି ସକ୍ରିୟ ମାମଲା ରହିଛି । ପଜିଟିଭ ହାର ଏବେ 1.22% କୁ ହ୍ରାସ ପାଇଛି । ଏଯାବତ୍ ଭାରତରେ ମୋଟ 4,22,19,896 ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିପରି ସମୁଦାୟ 176.52 କୋଟି ଡୋଜ୍ ଟୀକାକରଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.