ETV Bharat / bharat

India Corona: ଦିନକରେ 796 ସଂକ୍ରମିତ, 19 ମୃତ

author img

By

Published : Apr 12, 2022, 9:52 AM IST

India Corona: ଦିନକରେ 796 ସଂକ୍ରମିତ, 19 ମୃତ
India Corona: ଦିନକରେ 796 ସଂକ୍ରମିତ, 19 ମୃତ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ହଜାରରୁ କମ୍ କୋରୋନା ସଂକ୍ରମିତ ଚିହ୍ନଟ । ଦିନକରେ 19 ସଂକ୍ରମିତଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ଲଗାତାର କମୁଛି ସଂକ୍ରମଣ । ଆଜି(ମଙ୍ଗଳବାର) ମଧ୍ୟ ପଜିଟିଭଙ୍କ ସଂଖ୍ୟା ୧ ହଜାର ତଳେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 796 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 796 fresh covid cases) । ଆଜି ମୃତ୍ୟୁସଂଖ୍ୟା ବି କମ୍ ରେକର୍ଡ ହୋଇଛି । ଦିନକରେ ଦେଶରେ 19 ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ବେଳେ 946 ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟ ଅନୁଯାୟୀ, ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା 10 ହଜାରରେ ପହଞ୍ଚଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ଏବେ ସମୁଦାୟ 10,889 ଜଣ ସଂକ୍ରମିତ ରହିଛନ୍ତି । ଏଯାବତ୍ ଭାରତରେ ମୋଟ 4,25,043,29 ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ 5,21,710 ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ 1,85,90,68,616 କୋଟି ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ 15,65,507 କୋଟି ଡୋଜ୍ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.