ETV Bharat / bharat

India Corona: ୬ ହଜାର ତଳେ ସଂକ୍ରମଣ, ବଢୁଛି ମୃତ୍ୟୁ

author img

By

Published : Mar 5, 2022, 9:40 AM IST

India Corona: ୬ ହଜାର ତଳେ ସଂକ୍ରମଣ, ବଢୁଛି ମୃତ୍ୟୁ
India Corona: ୬ ହଜାର ତଳେ ସଂକ୍ରମଣ, ବଢୁଛି ମୃତ୍ୟୁ

ଦେଶରେ କମୁଛି ମହାମାରୀ । ୬ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କୋରୋନା ଗ୍ରାଫ୍‌ । ୬ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 5,921 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 5,921 fresh covid cases) । ସଂକ୍ରମଣ କମୁଥିଲେ ହେଁ କୋରୋନା ଜନିତ ମୃତ୍ୟୁସଂଖ୍ୟା ଦୁଇ ଦିନ ହେଲା ବୃଦ୍ଧି ପାଉଛି । ଦେଶରେ ଦିନକରେ ଆଉ 289 ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଯେହେତୁ ଦେଶରେ ଡେଲ୍‌ଟା ଭାରିଆଣ୍ଟର ଉପସ୍ଥିତି ରହିଛି ତେଣୁ ପଜିଟିଭଙ୍କ ସଂଖ୍ୟା କମୁଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ବଢୁଛି ବୋଲି ପୂର୍ବରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ।

ସେହିପରି ଗତ ୨୪ ଘଣ୍ଟାରେ 11,651 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜିର ନୂତନ ସଂକ୍ରମଣକୁ ମିଶାଇ ଦେଶରେ ମୋଟ 63,878ଟି ସକ୍ରିୟ ମାମଲା ରହିଛି । ଦୈନିକ ପଜିଟିଭ ହାର ହ୍ରାସ ପାଇ 0.63%ରେ ପହଞ୍ଚିଛି । ଏହି କ୍ରମରେ ଏଯାବତ୍ ଦେଶରେ ମୋଟ 4,23,78,721 ସଂକ୍ରମିତ ସୁସ୍ଥ ହୋଇଥିବାବେଳେ ମୃତ୍ୟୁସଂଖ୍ୟା 5,14,878 ରହିଛି । ଦେଶରେ ଏଯାବତ୍ 1,78,55,66,940 କୋଟି ଡୋଜ୍ ଟୀକାକରଣ କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.