ETV Bharat / bharat

INDIA CORONA: ଦୈନିକ ସଂକ୍ରମଣରେ 56% ବୃଦ୍ଧି, 24 ଘଣ୍ଟାରେ 58,097 ଚିହ୍ନଟ

author img

By

Published : Jan 5, 2022, 10:41 AM IST

INDIA CORONA: ଦୈନିକ ସଂକ୍ରମଣରେ 56% ବୃଦ୍ଧି, 24 ଘଣ୍ଟାରେ 58,097 ଚିହ୍ନଟ
INDIA CORONA: ଦୈନିକ ସଂକ୍ରମଣରେ 56% ବୃଦ୍ଧି, 24 ଘଣ୍ଟାରେ 58,097 ଚିହ୍ନଟ

ଦେଶରେ ପୁଣି ଉପରକୁ ଉଠିଲା କୋରୋନା ଗ୍ରାଫ୍(Corona graph) । ଦିନକୁ ଦିନ ଏବେ ଦ୍ରୁତଗତିରେ ବଢିଚାଲିଛି ଦୈନିକ ସଂକ୍ରମଣ(Daily covid infection) । ଗତ 24 ଘଣ୍ଟା ଭିତରେ ଦେଶରୁ 58 ହଜାର 97 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 58,097 new cases) । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ପୁଣି ଆତଙ୍କ ମଚାଇଲା ମହାମାରୀ । ପୁଣି ଉପରକୁ ଉଠିଲା କୋରୋନା ଗ୍ରାଫ୍(Corona graph) । ଦିନକୁ ଦିନ ଏବେ ଦ୍ରୁତଗତିରେ ବଢିଚାଲିଛି ଦୈନିକ ସଂକ୍ରମଣ(Daily covid infection) । ଗତ 24 ଘଣ୍ଟା ଭିତରେ ଦେଶରୁ 58 ହଜାର 97 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 58,097 new cases) । ଫଳରେ ଦେଶରେ ଦୈନିକ ସଂକ୍ରମଣରେ 56% ବୃଦ୍ଧି ପାଇଛି । ସେହିପରି 15 ହଜାର 389 ଜଣ ଆକ୍ରାନ୍ତ ସୁସ୍ଥ(recovery) ହୋଇଥିବା ବେଳେ ଦିନକରେ 534 ଟି ମୁଣ୍ଡ ନେଇଛି କିଲର ଭାଇରସ ।

ତେବେ ନୂଆ ସଂକ୍ରମିତଙ୍କୁ ମିଶାଇ ବର୍ତ୍ତମାନ ଦେଶରେ ମୋଟ 2 ଲକ୍ଷ 14 ହଜାର 4ଟି ସକ୍ରିୟ ମାମଲା(active cases) ରହିଛି । ଏହି କ୍ରମରେ ମୃତ୍ୟୁସଂଖ୍ୟା 4 ଲକ୍ଷ 82 ହଜାର 551କୁ ବୃଦ୍ଧି ପାଇଥିବାବେଳେ ମୋଟ ସୁସ୍ଥସଂଖ୍ୟା 3 କୋଟି 43 ଲକ୍ଷ 21 ହଜାର 803 ରେ ପହଞ୍ଚିଛି । ଏହାସହ ଓମିକ୍ରନ ଭୟାବହତା ଏବଂ ତୃତୀୟ ଲହର ସମ୍ଭାବନାକୁ ଦୃଷ୍ଟିରେ ରଖି ଭାରତରେ ଟୀକାକରଣ ମଧ୍ୟ ଦ୍ରୁତଗତିରେ ଜାରି ରହିଛି । ଏବେ ସୁଦ୍ଧା ମୋଟ 147.72 କୋଟିରୁ ଅଧିକ ଡୋଜ ଟିକା ଦିଆସରିଛି ।

ଏହାରି ମଧ୍ୟରେ ଗତ ଜାନୁଆରୀ 3 ତାରିଖରୁ 15 ରୁ 18 ବର୍ଷ ବୟସର କିଶୋର ଓ କିଶୋରୀମାନଙ୍କୁ କୋଭିଡ ଟୀକାକରଣ ଆରମ୍ଭ ହୋଇଯାଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଘୋଷଣା କରିଛି ଯେ, ଭରତ ବାୟୋଟେକର କୋଭାକ୍ସିନ ହିଁ ଯୋଗ୍ୟ ପିଲାମାନଙ୍କୁ ଦିଆଯିବ ଏବଂ ପ୍ରଥମ ଡୋଜର 28 ଦିନ ପରେ ଦ୍ବିତୀୟ ଡୋଜ ଦିଆଯିବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.