ETV Bharat / bharat

INDIA CORONA: ଅସମ୍ଭାଳ କୋରୋନା, 24 ଘଣ୍ଟାରେ ଏକ ଲକ୍ଷ 68 ହଜାର ପଜିଟିଭ

author img

By

Published : Jan 11, 2022, 9:39 AM IST

Updated : Jan 11, 2022, 10:07 AM IST

INDIA CORONA
INDIA CORONA

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 1 ଲକ୍ଷ 68 ହଜାର 63 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଦୈନିକ ସଂକ୍ରମଣରେ 10. 64 ପ୍ରତିଶତ ବୃଦ୍ଧି ହୋଇଛି । ଏହାସହ 277 ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ଅଣାୟତ କୋରୋନା ସ୍ଥିତି । ଲଗାତାର ବୃଦ୍ଧି ପାଇବାରେ ଲାଗିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା(India daily corona infection) । ଏପଟେ ମୃତ୍ୟୁ ସଂଖ୍ୟାରେ ବି ଲାଗୁନି ବ୍ରେକ । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 1 ଲକ୍ଷ 68 ହଜାର 63 ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଦୈନିକ ସଂକ୍ରମଣରେ 10. 64 ପ୍ରତିଶତ ବୃଦ୍ଧି ହୋଇଛି । ଏହାସହ 277 ଜଣଙ୍କ ମୁଣ୍ଡ ନେଇଛି ମହାମାରୀ ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ(health ministry data) ଅନୁସାରେ ନୂତନ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 35 କୋଟି 87 ଲକ୍ଷ 5 ହଜାର 790ରେ ପହଞ୍ଚିଛି । ସେହିପରି 8 ଲକ୍ଷ 21 ହଜାର 446 ସକ୍ରିୟ ମାମଲା ରହିଛି ଏବଂ ଗତ 24 ଘଣ୍ଟାରେ 69 ହଜାର 959 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଫଳରେ ଦେଶରେ ମୋଟ ସୁସ୍ଥ ସଂଖ୍ୟା (recovery)34 କୋଟି 57 ଲକ୍ଷ 131ରେ ପହଞ୍ଚିବା ସହ ସୁସ୍ଥ ହାର 96.36% କୁ ବୃଦ୍ଧି ପାଇଛି ।

ଏପଟେ ଗତ 24 ଘଣ୍ଟାରେ 277 ଜଣଙ୍କ ମୃତ୍ୟୁ ହୋଇ ମୃତ୍ୟୁ ସଂଖ୍ୟା 4 ଲକ୍ଷ 84 ହଜାର 231 ରେ ପହଞ୍ଚିଛି । ସେହିପରି କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମାମଲା ମଧ୍ୟ ବଢିଚାଲିଛି । ଦେଶରେ ଏଯାବତ ମୋଟ ଓମିକ୍ରନ ମାମଲା(omicron) 4 ହଜାର 461ରେ ପହଞ୍ଚିଛି । ତେବେ ଦେଶରେ ଦୃତ ସଂକ୍ରମଣକୁ ଦୃଷ୍ଟିରେ ରଖି ଟୀକାକରଣଖୁ ଅଧିକ ଗୁରୁତ୍ବ ଦେଇଛନ୍ତି ସରକାର । ଦେଶରେ ଏଯାବତ 152 କୋଟି 89 ଲକ୍ଷ 70 ହଜାର 294 କୋଟି ଡୋଜ ଟୀକାକରଣ(Corona Vaccination) ସରିଛି ।

@ANI

Last Updated :Jan 11, 2022, 10:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.