ETV Bharat / bharat

India Corona: 16 ହଜାର ଉପରେ ସଂକ୍ରମଣ, 28 ମୃତ

author img

By

Published : Jul 6, 2022, 9:48 AM IST

India Corona: 16 ହଜାର ଉପରେ ସଂକ୍ରମଣ, 28 ମୃତ
India Corona: 16 ହଜାର ଉପରେ ସଂକ୍ରମଣ, 28 ମୃତ

ଦେଶରେ କମିଲା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 16 ହଜାର 159 ଜଣ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ପୁଣି ଉପରମୁହାଁ ରହିଛି କୋରୋନା ସଂକ୍ରମଣ । ଦିନେ କମିଲେ ଦିନେ ବଢୁଛି । କିଛି ଦିନ ହେବ 10 ହଜାର ଉପରେ ରହିଛି ପଜିଟିଭ ମାମଲା । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ୍ 16 ହଜାର 159 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 16,159 fresh Covid Cases) । ଦିନକରେ 28 ଜଣଙ୍କ ଜୀବନ ନେଇଛି ମହାମାରୀ ।

ମୃତକଙ୍କୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା 5 ଲକ୍ଷ 25 ହଜାର 270କୁ ବୃଦ୍ଧି ହୋଇଛି । ସେହିପରି ଆଜିର ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସକ୍ରିୟ ‌ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ 15 ହଜାର 212କୁ ବୃଦ୍ଧି ପାଇଛି । ଆଜି 15 ହଜାର 394 ଜଣ ସୁସ୍ଥ ହୋଇଛନ୍ତି । ଏଯାବତ ସୁସ୍ଥ ହେଲେଣି 4 କୋଟି 29 ଲକ୍ଷ 07 ହଜାର 327 ଆକ୍ରାନ୍ତ । ଦେଶର ଦୈନିକ ପଜିଟିଭ ରେଟ୍ 3.26%ରେ ପହଞ୍ଚିଛି । ଦେଶବ୍ୟାପୀ ସମୁଦାୟ 198 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.