ETV Bharat / bharat

INDIA CORONA: ଦେଢ ଲକ୍ଷ ପାର୍‌ କଲା ସଂକ୍ରମଣ

author img

By

Published : Jan 9, 2022, 9:50 AM IST

Updated : Jan 9, 2022, 10:12 AM IST

INDIA CORONA: ଦେଢ ଲକ୍ଷ ପାର୍ କଲା ସଂକ୍ରମଣ
INDIA CORONA: ଦେଢ ଲକ୍ଷ ପାର୍ କଲା ସଂକ୍ରମଣ

ଭାରତରେ କୋରୋନା ବିସ୍ଫୋରଣ । ଗତ ୨୪ ଘଣ୍ଟା ମଧ୍ୟରେ 1,59,632 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଭାରତରେ କୋରୋନା ବିସ୍ଫୋରଣ । ଦିନକରେ ଦେଢ ଲକ୍ଷ ପାର୍ କଲା ପଜିଟିଭ ମାମଲା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 1,59,632 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି 40,863 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ 327ଟି ମୁଣ୍ଡ ନେଇଛି କିଲର ଭାଇରସ । ବର୍ତ୍ତମାନ ଦେଶର ପଜିଟିଭ ହାର୍ 10.21%ରେ ପହଞ୍ଚିଛି । ବିଶେଷକରି ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଏବଂ ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ଦିନକୁ ଦିନ ହୁ ହୁ ହୋଇ ବଢୁଛି ।

ଆଜିର ନୂଆ ସଂକ୍ରମିତଙ୍କୁ ମିଶାଇ ଏବେ ଭାରତରେ ମୋଟ ସକ୍ରିୟ ମାମଲା 5,90,611କୁ ବୃଦ୍ଧି ପାଇଛି । ଏହି କ୍ରମରେ ମୋଟ 3,44,53,603 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ କୋରୋନା ଜନିତ ମୃତ୍ୟୁସଂଖ୍ୟା 4,83,790ରେ ପହଞ୍ଚିଛି । ସେହିପରି ସଂକ୍ରମଣ ଗତି ସହ ଦେଶରେ ଟୀକାକରଣ ଗତି ମଧ୍ୟ ବଢିଚାଲିଛି । ସପ୍ତାହକ ମଧ୍ୟରେ ୨ କୋଟିରୁ ଅଧିକ ୧୫ରୁ ୧୮ ବର୍ଷ ବୟସ୍କ କୋରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି । ଯାହାପରେ ଦେଶରେ ମୋଟ ଟୀକାକରଣ ଡୋଜ ସଂଖ୍ୟା ୧୫୧.୫୮ କୋଟି ଛୁଇଁଛି ।

ସେହିପରି ଆସନ୍ତା ୧୦ରୁ ପ୍ରିକସନ୍ ବା ବୁଷ୍ଟର ଡୋଜ ଟୀକାକରଣ ଆରମ୍ଭ ହେବାକୁ ଯାଉଛି । ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ, ଯେଉଁମାନେ ଦୁଇଟି ଯାକ ଡୋଜ ନେଇଛନ୍ତି ସେମାନେ ଏହି ପ୍ରିକସନ ଡୋଜ ନେଇପାରିବେ । ଏଥିପାଇଁ କୌଣସି ଡାକ୍ତରୀ ପରାମର୍ଶ ଲୋଡା ନାହିଁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଦ୍ବିତୀୟ ଡୋଜର ୯ ମାସ ପରେ ଅର୍ଥାତ ୩୯ ସପ୍ତାହ ପରେ ଏହି ବୁଷ୍ଟର ଡୋଜ ଦିଆଯିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jan 9, 2022, 10:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.