ETV Bharat / bharat

India Corona: 14 ହଜାର ଉପରେ ଦୈନିକ ସଂକ୍ରମଣ, 30 ମୃତ

author img

By

Published : Jun 29, 2022, 9:39 AM IST

India Corona: 14 ହଜାର ଉପରେ ଦୈନିକ ସଂକ୍ରମଣ, 30 ମୃତ
India Corona: 14 ହଜାର ଉପରେ ଦୈନିକ ସଂକ୍ରମଣ, 30 ମୃତ

ଦେଶରେ ପୁଣି ବଢିଲା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 14,506 ଜଣ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ତଳ ଉପର ହେଉଛି କୋରୋନା । କିଛି ଦିନ ହେବ ସଂକ୍ରମଣ 10 ହଜାର ଉପରେ ରହିଛି । ଗତକାଲି(ମଙ୍ଗଳବାର) ତୁଳନାରେ ପୁଣି ବଢିଲା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ୍ 14,506 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 14,506 fresh Covid Cases) । ସେହିପରି ସଂକ୍ରମଣ ସହ ଆଜି ମୃତ୍ୟୁସଂଖ୍ୟା ଅଧିକ ରେକର୍ଡ ହୋଇଛି ।

ଦିନକରେ ଦେଶରେ 30 ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ଏଯାବତ ଦେଶରେ 5 ଲକ୍ଷ 25 ହଜାର 077 ଆକ୍ରାନ୍ତ ଆଖି ବୁଜିଛନ୍ତି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା ଲକ୍ଷେ ମୁହାଁ ହୋଇଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 99,602କୁ ବୃଦ୍ଧି ପାଇଛି ।

ଦେଶର ଦୈନିକ ପଜିଟିଭ ରେଟ୍ 3.35%ରେ ପହଞ୍ଚିଛି । ଏଯାବତ୍ 4 କୋଟି 28 ଲକ୍ଷ 08 ହଜାର 666 ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି । ଦେଶବ୍ୟାପୀ ସମୁଦାୟ 197 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.