ETV Bharat / bharat

INDIA CORONA: ଦିନକରେ 12,514 ନୂଆ ସଂକ୍ରମିତ, 251 ମୃତ

author img

By

Published : Nov 1, 2021, 11:28 AM IST

INDIA CORONA: ଦିନକରେ 12,514 ନୂଆ ସଂକ୍ରମିତ, 251 ମୃତ
INDIA CORONA: ଦିନକରେ 12,514 ନୂଆ ସଂକ୍ରମିତ, 251 ମୃତ

ତଳମୁହାଁ କୋରୋନା ଗ୍ରାଫ୍ । ଏବେ କିଛି ଦିନ ଧରି 15 ହଜାର ତଳକୁ ରହୁଛି ସଂକ୍ରମଣ । ତେବେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 12 ହଜାର 514 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 251 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ତଳମୁହାଁ କୋରୋନା ଗ୍ରାଫ୍ । ଏବେ କିଛି ଦିନ ଧରି 15 ହଜାର ତଳକୁ ରହୁଛି ସଂକ୍ରମଣ । ତେବେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 12 ହଜାର 514 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 251 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 42 ଲକ୍ଷ 85 ହଜାର 814ରେ ପହଁଚିଥିବା ବେଳେ ମୃତ୍ୟୁ ସଂଖ୍ୟା 4 ଲକ୍ଷ 58 ହଜାର 437ରେ ପହଞ୍ଚିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଦିନକ ମଧ୍ୟରେ 12 ହଜାର 718 ଜଣ ସୁସ୍ଥ ହୋଇଛନ୍ତି, ଯାହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୩ କୋଟି 36 ଲକ୍ଷ 68 ହଜାର 560ରେ ପହଞ୍ଚିଛି । ସେହିପରି ଦେଶରେ ମୋଟ 1 ଲକ୍ଷ 58 ହଜାର 817ଟି ସକ୍ରିୟ ମାମଲା ରହିଛି । ଦେଶରେ ଆଜି ପର୍ଯ୍ୟନ୍ତ 106 କୋଟି 31 ଲକ୍ଷ 24 ହଜାର 205 ଟୀକାକରଣ ସରିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.