ETV Bharat / bharat

INDIA CORONA: ୨୪ ଘଣ୍ଟାରେ 10929 ନୂଆ ସଂକ୍ରମିତ, 392 ମୃତ

author img

By

Published : Nov 6, 2021, 10:27 AM IST

INDIA CORONA: ଖସୁଛି ସଂକ୍ରମଣ, ୨୪ ଘଣ୍ଟାରେ 10,929 ନୂଆ ସଂକ୍ରମିତ
INDIA CORONA: ଖସୁଛି ସଂକ୍ରମଣ, ୨୪ ଘଣ୍ଟାରେ 10,929 ନୂଆ ସଂକ୍ରମିତ

ଦେଶରେ ତଳମୁହାଁ କୋରୋନା ଗ୍ରାଫ୍ । ଗତ 24 ଘଣ୍ଟାରେ ଦେଶରୁ ଚିହ୍ନଟ ହେଲେ ମାତ୍ର 10,929 ନୂଆ ସଂକ୍ରମିତ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କୋରୋନା ଗ୍ରାଫ୍ । ଗତ 24 ଘଣ୍ଟାରେ ଦେଶରୁ ଚିହ୍ନଟ ହେଲେ ମାତ୍ର 10,929 ନୂଆ ସଂକ୍ରମିତ । ଭାରତରେ ମହାମାରୀ ପ୍ରକୋପ କମ୍ ରହିଥିଲେ ହେଁ ଥମୁନାହିଁ ମୃତ୍ୟୁସଂଖ୍ୟା । ଗୋଟିଏ ଦିନରେ ଦେଶରେ 392 ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ସେହିପରି 12,509 ନୂଆ ସଂକ୍ରମିତ କୋରୋନାରୁ ସୁସ୍ଥ ହୋଇ ମୋଟ ସୁସ୍ଥସଂଖ୍ୟା 3 କୋଟି 37 ଲକ୍ଷ 37 ହଜାର 468କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

ଧୀରେ ଧୀରେ ଦେଶରୁ ସଂକ୍ରମଣ ହ୍ରାସ ପାଉଛି । ସେପଟେ ଅକ୍ଟୋବର-ନଭେମ୍ବରରେ ତୃତୀୟ ଲହର ନେଇ ଯେଉଁ ଆଶଙ୍କା କରାଯାଉଥିଲା ତାହା ମଧ୍ୟ ଟଳିଛି । ସଂକ୍ରମଣ କମିବା ସହ ସୁସ୍ଥସଂଖ୍ୟା ବୃଦ୍ଧି ଯୋଗୁଁ ବର୍ତ୍ତମାନ ଦେଶରେ 1,46,950ଟି ସକ୍ରିୟ ମାମଲା ରହିଛି । ସେହିପରି ମୋଟ 4,60,265 ଜଣଙ୍କ ଜୀବନ ନେଇଛି ମହାମାରୀ । ଦେଶରେ ଟୀକାକରଣ ଦ୍ରୁତଗତିରେ ଆଗେଇ ଚାଲିଛି । ଏଯାବତ୍ 1,07,92,19,546 ଡୋଜ ଟୀକାକରଣ କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.