ETV Bharat / bharat

India Corona: ଖସୁଛି ସଂକ୍ରମଣ, ଦିନକରେ ୧୦୦୯୩ ପଜିଟିଭ

author img

By

Published : Apr 16, 2023, 11:22 AM IST

India Corona
India Corona

ଦୁଇ ଦିନ ହେଲା ସାମାନ୍ୟ ହ୍ରାସ ପାଉଛି କୋରୋନା ସଂକ୍ରମଣ । ଗତକାଲି ସଂକ୍ରମିତଙ୍କ ସଂଖ୍ୟା ୧୦୭୫୩ ରହିଥିବା ବେଳେ ଆଜି ୧୦୦୯୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଗତ ଦୁଇ ଦିନ ହେବ ସଂକ୍ରମଣ ସାମାନ୍ୟ ହ୍ରାସ ପାଇବାରେ ଲାଗିଛି । ଗତକାଲି(ଶନିବାର) ସଂକ୍ରମିତଙ୍କ ସଂଖ୍ୟା ୧୦୭୫୩ ରହିଥିବା ବେଳେ ଆଜି ପୁଣି ସାମାନ୍ୟ ଖସିଛି ସଂକ୍ରମଣ ମାମଲା । ଗତ ୨୪ ଘଣ୍ଟାରେ ୧୦ ହଜାର ୯୩ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜିର ସଂକ୍ରମିତଙ୍କ ସଂଖ୍ୟାକୁ ମିଶାଇ ମୋଟ ଆକ୍ଟିଭ ସଂଖ୍ୟା ୫୭ ହଜାର ୫୪୨ରେ ପହଞ୍ଚିଛି । ଏହାସହ ପଜିଟିଭ ହାର ୦୧୩ ପ୍ରତିଶତ ରହିଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ୬ ହଜାର ୨୪୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମୋଟ ସୁସ୍ଥ ସଂଖ୍ୟା ୪ କୋଟି ୪୨ ଲକ୍ଷ ୨୯ ହଜାର ୪୫୯ରେ ପହଞ୍ଚିଛି । ସୁସ୍ଥତା ହାର ୯୮.୬୮ ରହିଛି ।

ଏହା ମଧ୍ୟ ପଢନ୍ତୁ: YS Viveka Murder: କଡପା ସାଂସଦଙ୍କ ବାପା ଭାସ୍କର ରେଡ୍ଡି ଗିରଫ, ହତ୍ୟା ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ

ଏହା ମଧ୍ୟ ପଢନ୍ତୁ: Atiq Ahmed Murder: ସରକାରଙ୍କୁ ବିରୋଧିଙ୍କ ସମାଲୋଚନା, ୟୁପିରେ ଗ୍ୟାଙ୍ଗଷ୍ଟାର ସହ ଆଇନ ଶୃଙ୍ଖଳାର ହତ୍ୟା ହୋଇଛି

ଅନ୍ୟପଟେ ଗତ ୨୪ ଘଣ୍ଟାରେ କେବଳ ୮୦୭ଜଣ କୋରୋନା ଟିକା ନେଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ୨୨୦.୬୬ କୋଟି ଲୋକ ଟିକା ନେଇସାରିଛନ୍ତି । ଦେଶରୁ କୋରୋନା ହଟାଇବା ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି । ସଂକ୍ରମିତଙ୍କ ସଂଖ୍ୟା କମୁଥିଲେ ହେଁ ମୃତ୍ୟୁହାର ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୨୩ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୋଟ ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୧ ହଜାର ୧୧୪ରେ ପହଞ୍ଚିଛି । ବର୍ତ୍ତମାନ ମୃତ୍ୟୁ ହାର ୧.୧୯ ପ୍ରତିଶତ ରହିଛି । ଦେଶରେ କିଛି ଦିନ ମଧ୍ୟରେ କୋରୋନା ମାମଲା ହୁହୁ ହୋଇ ବୃଦ୍ଧି ପାଉଥିବାରୁ କୋରୋନା ଟେଷ୍ଟ ମଧ୍ୟ ବୃଦ୍ଧି କରାଯାଉଛି । ଗତ ୨୪ ଘଣ୍ଟାରେ ୧ ଲକ୍ଷ ୭୯ ହଜାର ୮୫୩ ଜଣଙ୍କ କୋରୋନା ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ ୧୦ ହଜାର ୯୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ତେବେ ସଂକ୍ରମଣ ହାର କମୁଥିଲେ ହେଁ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଉପରେ ରହିଛି । ବର୍ତ୍ତମାନ ସୁଦ୍ଧା ମଧ୍ୟ ବିପଦ ରହିଛି । ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ରୋଗୀ ସଂଖ୍ୟା ବୃଦ୍ଧି ପାଇ ପୁଣି ହ୍ରାସ ପାଇବ ବୋଲି ଗତ ବୁଧବାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା । ଓମିକ୍ରନର ଉପପ୍ରଜାତି ଏକ୍ସବିବି ୧.୧୬ ଯୋଗୁଁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ବୋଲି ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.