ETV Bharat / bharat

ଆଫଗାନିସ୍ତାନ ଶିଖ-ହିନ୍ଦୁ ପ୍ରତିନିଧି ମଣ୍ଡଳୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

author img

By

Published : Feb 19, 2022, 8:11 PM IST

ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ

ଆଫଗାନିସ୍ତାନ ହିନ୍ଦୁ-ଶିଖ ପ୍ରତିନିଧି ମଣ୍ଡଳୀ ସଦସ୍ୟଙ୍କୁ ଆଜି ନିଜ ବାସଭବନରେ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଶନିବାର) ଆଫଗାନିସ୍ତାନ ହିନ୍ଦୁ-ଶିଖ ପ୍ରତିନିଧି ମଣ୍ଡଳୀ ସଦସ୍ୟଙ୍କୁ ନିଜ ବାସଭବନରେ ସାକ୍ଷାତ କରିଛନ୍ତି । ପବିତ୍ର ଗୁରୁଗ୍ରନ୍ଥ ସାହିବ ସ୍ମାରକୀକୁ ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନରୁ ସୁରକ୍ଷିତ ଭାବେ ଫେରାଇ ଆଣିଥିବାରୁ ପ୍ରତିନିଧି ମଣ୍ଡଳୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଆଫଗାନୀସ୍ତାନ ଶିଖ-ହିନ୍ଦୁ ପ୍ରତିନିଧୀ ମଣ୍ଡଳୀଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

ନିଜ ସରକାରୀ ଆବାସ( 7 ଲୋକୋ କଲ୍ୟାଣ ମାର୍ଗ) ରେ ଏହି ପ୍ରତିନିଧି ମଣ୍ଡଳୀକୁ ପ୍ରଧାନମନ୍ତ୍ରୀ ସାକ୍ଷାତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଶିଖ-ହିନ୍ଦୁଙ୍କ ପାଇଁ କରିଥିବା କାର୍ଯ୍ୟ ଓ ଯୋଜନାକୁ ଅବଗତ କରାଇଛନ୍ତି । ପ୍ରଧାନମନ୍ତ୍ରୀ ପ୍ରତିନିଧି ମଣ୍ଡଳୀକୁ ସ୍ବାଗତ କରି କହିଛନ୍ତି ଆପଣ ମାନେ ଭାରତର ଅତିଥି ନୁହଁନ୍ତି । ବଂର ଭାରତ ହେଉଛି ଆପଣ ମାନଙ୍କ ଘର । ମୋଦି ଏହି ଅବସରରେ ନାଗରିକତା ସଂଶୋଧନ ଆଇନ(ସିଏଏ) ର ଲାଭ ନେବାକୁ ଅନୁରୋଧ କରିଛନ୍ତି ।

ଏହାସହ ମୋଦି ଆଫଗାନିସ୍ତାନୀ ଶିଖ ହିନ୍ଦୁ ପ୍ରତିନିଧି ମଣ୍ଡଳୀକୁ ଆଶ୍ବାସନା ଦେଇ କହିଛନ୍ତି କି ଆଗାମୀ ଦିନରେ ତାଙ୍କ ପ୍ରତି ଥିବା ସମସ୍ୟା ଆସିବାକୁ ଥିବା କଠିନ ପରିସ୍ଥିତିରେ ମଧ୍ୟ ସହାୟତା କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ଶିଖ-ହିନ୍ଦୁ ପ୍ରତିନିଧି ମଣ୍ଡଳୀ ସହ ପବିତ୍ର ଗୁରୁଗ୍ରନ୍ଥ ସାହିବର ମହତ୍ବ ଓ ଗୁରୁତ୍ବ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି ।

ଏହି ଅବସରରେ ପ୍ରତିନିଧି ମଣ୍ଡଳୀ ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇପଡିଥିବା ବେଳେ ବାଷ୍ପରୁଦ୍ଧ କଣ୍ଠରେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ଯେତେବେଳେ ଆଫଗାନିସ୍ତାନରେ ସଂକଟର କଳାବାଦଲ ଛାଇ ଯାଇଥିଲା, ଯେତେବେଳେ କଟ୍ଟରପନ୍ଥୀ ଆତଙ୍କବାଦୀ ଆଫଗାନକୁ ଦଖଲ କରିନେଇଥିଲେ, ଯେତେବଳେ ଆଫଗାନ ପୁରା ଏକାକି ହୋଇଯାଇଥିଲା, ପ୍ରତିମୁହୁର୍ତ୍ତରେ ବଞ୍ଚିବା ପାଇଁ ସଂଘର୍ଷ କରୁଥିଲା ସେତେବେଳେ ବିଶ୍ବରେ କେବଳ ଗୋଟିଏ ଦେଶ (ଭାରତ) ନିରୀହ ଆଫଗାନୀଙ୍କ ସହ ଦୃଢତାର ସହ ଛିଡା ହୋଇଥିଲା ।

ଆଉ ପବିତ୍ର ଗୁରୁଗ୍ରନ୍ଥକୁ ସମ୍ମାନର ସହ ଭାରତ ଆଣି ସ୍ଥାପନ କରାଇବାରେ ପ୍ରଧାନମନ୍ତ୍ରୀଙ୍କ ଭୂମିକାକୁ ଆମେ କେବେ ଭୁଲି ପାରିବୁ ନାହିଁ ବୋଲି କହିଛନ୍ତି । ଏହାବାଦ ବର୍ତ୍ତମାନ ମଧ୍ୟ ଯେଉଁଭଳି ଭାବେ ଭାରତ ଆଫଗାନୀସ୍ତାନକୁ ମାନବୀୟ ସହାୟତା ଜାରି ରଖିଛି, ତାହା କେବଳ ଏକ ବିଶାଳ ହୃଦୟ ବ୍ୟକ୍ତିତ୍ବ କରିପାରେ । ଏଥିପାଇଁ ଆମେ ପୁରା ଦେଶବାସୀଙ୍କ ନିକଟରେ କୃତଜ୍ଞ ବୋଲି ପ୍ରତିନିଧି ମଣ୍ଡଳୀ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ । ଏହାହ ପ୍ରଧାନମନ୍ତ୍ରୀ ମୋଦି ଖାଲି ଭାରତ ପ୍ରଧାନମନ୍ତ୍ରୀ ନୁହଁନ୍ତି ପୁରା ବିଶ୍ବର ପ୍ରଧାନମନ୍ତ୍ରୀ ବୋଲି ପ୍ରତିନିଧି ମଣ୍ଡଳୀ କହିଥିଲେ ।

@ANI

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.