ETV Bharat / bharat

Republic Day 2022: କେନ୍ଦ୍ର ଏସୀୟ ରାଷ୍ଟ୍ରଙ୍କୁ ଭାରତର ନିମନ୍ତ୍ରଣ

author img

By

Published : Dec 12, 2021, 7:56 PM IST

Republic Day 2022: କେନ୍ଦ୍ର ଏସିୟ ରାଷ୍ଟ୍ରଙ୍କୁ ନିମନ୍ତ୍ରଣ କଲା ଭାରତ
Republic Day 2022: କେନ୍ଦ୍ର ଏସିୟ ରାଷ୍ଟ୍ରଙ୍କୁ ନିମନ୍ତ୍ରଣ କଲା ଭାରତ

2022 ସାଧାରଣତନ୍ତ୍ର ଦିବସ । କେନ୍ଦ୍ର ଏସୀୟ ରାଷ୍ଟ୍ର ସମୂହଙ୍କୁ ନିମନ୍ତ୍ରଣ କଲା ଭାରତ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆସନ୍ତା ସାଧାରଣତନ୍ତ୍ର ଦିବସ (୨୦୨୨) ରେ ଅତିଥି ଭାବେ ଯୋଗଦେବା ପାଇଁ କେନ୍ଦ୍ର ଏସୀୟ ଦେଶ (Central Asian)ର ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ ପଠାଇଲା ଭାରତ । ୨୦୨୨ ଜାନୁୟାରୀରେ ଦେଶ 73ତମ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଥିବାବେଳେ ଏଥିରେ ଅତିଥି ଭାବେ ଅଂଶ ଗ୍ରହଣ କରିପାରନ୍ତି କେନ୍ଦ୍ର ଏସୀୟ ମହାଦେଶର ୫ ରାଷ୍ଟ୍ର ।

ଏହି ନିମନ୍ତ୍ରିତ ରାଷ୍ଟ୍ର ତାଲିକାରେ ଉଜବେକିସ୍ତାନ, କାର୍ଜିକିସ୍ଥାନ, ତୁର୍କମେନସ୍ଥାନ, କଜାକସ୍ଥାନ, ତାଜିକିସ୍ଥାନ ପ୍ରମୁଖ ଦେଶ ରହିଥିବା ସୂଚନା ମିଳିଛି । ଉକ୍ତ ରାଷ୍ଟ୍ରମାନେ ଭାରତର ନିମନ୍ତ୍ରଣ ଗ୍ରହଣ କରିଥିବାବେଳେ ପ୍ରତିଉତ୍ତର ଜଣାଇନଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଜଣେ ଅଧିକାରୀ ନାମ ଗୋପନ ରଖି ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ୨୦୧୫ରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦାୟିତ୍ବ ଗ୍ରହଣ କରିବା ପରେ ଏହି ସବୁ କେନ୍ଦ୍ର ଏସୀୟ ଦେଶକୁ ଗସ୍ତ କରି ସାରିଛନ୍ତି । ତେବେ ଭାରତ ସହ ଏମାନଙ୍କ ଦ୍ବିପାକ୍ଷିକ ସମ୍ପର୍କ ବେଶ ଭଲଥିବା ମଧ୍ୟ ଜଣାପଡିଛି ।

2014 ପ୍ରଧାନମନ୍ତ୍ରୀ ଭାବେ ମୋଦି ଦାୟିତ୍ବ ଗ୍ରହଣ କରିବା ପରେ ୨୦୧୫ ମସିହା ସାଧାରଣତନ୍ତ୍ର ଦିବସରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ବାରାକ ଓବାମାଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା । ସେହିପରି 2016ରେ ତତ୍କାଳୀନ ଫ୍ରାନ୍ସର ରାଷ୍ଟ୍ରପତି ଫ୍ରାଙ୍କୋଇସ୍ ଓଲାଣ୍ଡଙ୍କୁ ଏବଂ 2017ରେ ୟୁଏଇର ଏମଡି ବିନ୍ ଜାଏଦ ଅଲ ନାହାନ, 2018ରେ ସମସ୍ତ 10ଟି ଏସୀୟ ଦେଶର ରାଷ୍ଟ୍ରମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି 2019ରେ ଦକ୍ଷିଣ ଆଫ୍ରିକାର ସିରିଲ ରାମାଫୋସାଙ୍କୁ ନିମନ୍ତ୍ରଣ କରିଥିଲା ଭାରତ । 2020ରେ ବ୍ରାଜିଲ ରାଷ୍ଟ୍ରମୁଖ୍ୟ ଜାୟର ବୋଲସନାରୋ ଅତିଥି ଭାବେ ଯୋଗ ଦେଇଥିବାବେଳେ 2021 ମସିହାରେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଗଣତନ୍ତ୍ର ଦିବସ ଉତ୍ସବରେ ଯୋଗଦେବେ ବୋଲି ନିମନ୍ତ୍ରିତ ହୋଇଥିଲେ ସୁଦ୍ଧା କୋଭିଡ ସଂକ୍ରମଣ କାରଣରୁ ତାଙ୍କର ଭାରତ ଗସ୍ତ ବାତିଲ ହୋଇଥିଲା ।

ତେବେ ବର୍ତ୍ତମାନ ବିଶ୍ବର ସାମ୍ପ୍ରତିକ ସ୍ଥିତିରେ କେନ୍ଦ୍ର ଏସୀୟ ଦେଶମାନେ ଗୁରୁତ୍ବପୂର୍ଣ୍ଣ ସ୍ଥିତିରେ ରହିଛନ୍ତି । ଭୌଗୋଳିକ ଦୃଷ୍ଟିକୋଣରୁ କେନ୍ଦ୍ର ଏସୀୟ ଦେଶମାନେ ଲ୍ୟାଣ୍ଡଲକ ଏରିଆ ଭାବେ ରାଜନୈତିକ, କୂଟନୈତିକ ତଥା ସାମରିକ ଦୃଷ୍ଟିକୋଣରୁ ଖୁବ ଗୁରୁତ୍ବବହନ କରନ୍ତି । ଏପରି ସମୟରେ ଆଫଗାନିସ୍ତାନରେ ଦେଖାଯାଇଥିବା କ୍ଷମତା ପରିବର୍ତ୍ତନ ଓ ଏହାର ପରବର୍ତ୍ତୀ ସ୍ଥିତିର ପ୍ରଭାବ ବିଶ୍ବ ଉପରେ ଅନୁଭବ ହେଉଥିବାବେଳେ କେନ୍ଦ୍ର ଏସୀୟ ଦେଶମାନଙ୍କ ସହ ସୁସମ୍ପର୍କ ପ୍ରତିଷ୍ଠା ଭାରତ ମଧ୍ୟ କୂଟନୈତିକ ସ୍ତରରେ ଆବଶ୍ୟକ ବୋଲି ବୈଦେଶିକ ବ୍ୟାପାର ବିଶେଷଜ୍ଞମାନେ ମଧ୍ୟ ବିଚାର କରୁଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.