ETV Bharat / bharat

ପ୍ରତିରକ୍ଷା ବଜେଟରେ ବୃଦ୍ଧି, ଚୀନ ପାକିସ୍ତାନ ତୁଳନାରେ ବଜେଟ ଯଥେଷ୍ଟ କି?

author img

By

Published : Feb 1, 2023, 11:07 PM IST

Etv Bharat
Etv Bharat

ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁସାରେ ଏହି ଅତିରିକ୍ତ ଅର୍ଥରେ ସେନା ଆଡଭାନ୍ସ ଅସ୍ତ୍ରଶସ୍ତ୍ର, ବୁଡାଜାହଜ, ଫାଇଟର ଜେଟ, ଓ ଟ୍ୟାଙ୍କ ନିର୍ମାଣ କ୍ରୟ କରିବ । ଯେତେବେଳେ ଚୀନ ଓ ପାକିସ୍ତାନ ସୀମାରେ ସ୍ଥିତି ସାମାନ୍ୟ ନାହିଁ, ଠିକ ସେତିକି ବେଳେ କେନ୍ଦ୍ର ସରକାର ପ୍ରତିରକ୍ଷା ବଜେଟ ବୃଦ୍ଧି କରିଛନ୍ତି । ଭାରତର ବଜେଟ ଆସିଲେ ପ୍ରତିରକ୍ଷା କ୍ଷେତ୍ରକୁ ନେଇ ଚୀନ ଓ ପାକିସ୍ତାନ ସହ ତୁଳନା କରାଯାଇଥାଏ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୩-୨୪ ରେ ଦେଶର ସୁରକ୍ଷା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ବଜେଟରେ ମିଳିଛି ୫.୯୪ କୋଟି ଲକ୍ଷ । ଗତ ବଜେଟରେ ମିଳିଥିଲା ୫ .୨୫ ଲକ୍ଷ କୋଟି । ବଜେଟରେ ମୋଟ ପୁଞ୍ଜିଗତ ରାଶି ରହିଛି ୧.୬୨ ଲକ୍ଷ କୋଟି । ଯେଉଁଥିରେ ନୂଆ ହତିଆର, ବିମାନ, ଯୁଦ୍ଧପୋତ ଅନ୍ୟାନ୍ୟ ଅତ୍ୟାଧୁନିକ ସାରସରଞ୍ଜାମ କିଣିବ ସେନା । ଚଳିତ ବର୍ଷ ପ୍ରତିରକ୍ଷା ମନ୍ତ୍ରଣାଳୟର ମୋଟ ଆକାର ରହିଛି ୫ ଲକ୍ଷ ୯୩ ହଜାର ୫୩୭.୬୪ କୋଟି । ଚଳିତ ବର୍ଷ ବଜେଟରେ ୧୨.୯୫ ପ୍ରତିଶତ ବୃଦ୍ଧି ହୋଇଛି ।

ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁସାରେ ଏହି ଅତିରିକ୍ତ ଅର୍ଥରେ ସେନା ଆଡଭାନ୍ସ ଅସ୍ତ୍ରଶସ୍ତ୍ର, ବୁଡାଜାହଜ, ଫାଇଟର ଜେଟ, ଓ ଟ୍ୟାଙ୍କ ନିର୍ମାଣ କ୍ରୟ କରିବ । ଯେତେବେଳେ ଚୀନ ଓ ପାକିସ୍ତାନ ସୀମାରେ ସ୍ଥିତି ସାମାନ୍ୟ ନାହିଁ, ଠିକ ସେତିକି ବେଳେ କେନ୍ଦ୍ର ସରକାର ପ୍ରତିରକ୍ଷା ବଜେଟ ବୃଦ୍ଧି କରିଛନ୍ତି । ଭାରତର ବଜେଟ ଆସିଲେ ପ୍ରତିରକ୍ଷା କ୍ଷେତ୍ରକୁ ନେଇ ଚୀନ ଓ ପାକିସ୍ତାନ ସହ ତୁଳନା କରାଯାଇଥାଏ । ଏହାର ମଧ୍ୟ ଗୁରୁତ୍ବ ରହିଛି । କାରଣ ଉଭୟ ପଡୋଶୀ ଭାରତ ସୀମାରେ ସ୍ଥିତି ଅସ୍ବାଭାବିକ କରିବାରେ ଲାଗିଛନ୍ତି ।

ପ୍ରତିରକ୍ଷା କ୍ଷେତ୍ରରେ ଭାରତ ବଜେଟ ଚୀନ ତୁଳନାରେ ବହୁତ କମ । ଚୀନର ପ୍ରତିରକ୍ଷା ବଜେଟ ୨୨୯ ବିଲିୟନ ଡଲାର ପାଖାପାଖି । ଭାରତର ପ୍ରତିରକ୍ଷା ବଜେଟ ମାତ୍ର ୭୬.୬ ବିଲିୟନ ଡଲାର ପାଖାପାଖି । ଅର୍ଥାତ ଭାରତର ପ୍ରତିରକ୍ଷା ବଜେଟ ଠାରୁ ଚୀନର ପ୍ରତିରକ୍ଷା ବଜେଟ ୩ ଗୁଣାରୁ ଅଧିକ । ସେହିପରି ପାକିସ୍ତାନର ବାର୍ଷିକ ପ୍ରତିରକ୍ଷା ବଜେଟ ରହିଛି ୭.୫ ବିଲିୟନ । ଅର୍ଥାତ ପାକିସ୍ତାନ ବଜେଟ ଠାରୁ ଭାରତର ବଜେଟ ୯ ଗୁଣା ଅଧିକ । ଗତ ବର୍ଷ ପାକିସ୍ତାନ ନିଜ ପ୍ରତିରକ୍ଷା ବଜେଟରେ ପାଖାପାଖି ୧୨ ପ୍ରତିଶତ ବୃଦ୍ଧି କରିଥିଲା ।

ସେହିପରି ପ୍ରତିରକ୍ଷା ପେନସନ ପାଇଁ ପୃଥକ ଭାବରେ 1,38,205 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଚଳିତବର୍ଷର ବଜେଟରେ ମୋଟ ପ୍ରତିରକ୍ଷା କ୍ଷେତ୍ରକୁ 5,93,537.64 କୋଟି ଟଙ୍କାର ଅନୁଦାନ ମିଳିବ । ଏବେ ଋଷ-ୟୁକ୍ରେନ ଯୁଦ୍ଧ ବୈଶ୍ବିକ ସାମରିକ ସ୍ଥିତିକୁ ବଦଳାଇ ଦେଇଥିବା ବେଳେ ଭାରତର ପାରମ୍ପରିକ ଶତୃ ଚୀନ ସହ ସୀମା ବିବାଦ ମଧ୍ୟ ବଡ ଆହ୍ବାନ ହୋଇ ଛିଡାହୋଇଛି । ସେନାର ଆଧୁନିକୀକରଣ ସହ ପ୍ରତିରକ୍ଷା କ୍ଷେତ୍ରରେ ଯୁଦ୍ଧାସ୍ତ୍ର ଓ ଅନ୍ୟ ସାମଗ୍ରୀର ଉତ୍ପାଦନରେ ଆତ୍ମନିର୍ଭରତା ବଢାଇବା ଉପରେ ଭାରତ ସରକାରଙ୍କ ପକ୍ଷରୁ ଗୁରୁତ୍ବ ଦିଆଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.