ETV Bharat / bharat

Republic Day 2022: ଦେଶ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ

author img

By

Published : Jan 26, 2022, 8:05 AM IST

Republic Day: ଦେଶ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସRepublic Day: ଦେଶ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ
Republic Day: ଦେଶ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ

ଆଜି ୭୩ତମ ସାଧାରଣତନ୍ତ୍ର ଦିବସ । ଏନେଇ ସବୁଠି ଉତ୍ସବର ମାହୋଲ । ୧୯୫୦ ମସିହା ଆଜିର ଦିନରେ ଭାରତର ନୂତନ ସମ୍ବିଧାନ ଲାଗୁ ହୋଇଥିଲା । ଏହି ଦିନକୁ ସମ୍ମାନ ଜଣାଇ ସାଧାରଣତନ୍ତ୍ର ଦିବସ ପାଳନ କରାଯାଏ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଜି ୭୩ତମ ସାଧାରଣତନ୍ତ୍ର ଦିବସ । ସାଧାରଣତନ୍ତ୍ର ଦିବସ ଅବସରରେ ଝଲସୁଛି ସାରା ଦେଶ । ସବୁଠି ଉତ୍ସବର ମାହୋଲ । ୧୯୫୦ ମସିହା ଆଜିର ଦିନରେ ଭାରତର ନୂତନ ସମ୍ବିଧାନ ଲାଗୁ ହୋଇଥିଲା । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦେଶ ବ୍ରିଟିଶ ସରକାର କବଳରୁ ସ୍ବାଧୀନ ହୋଇଥିଲା, କିନ୍ତୁ ଦେଶ ପରିଚାଳନା ପାଇଁ କୌଣସି ସାମ୍ବାଧାନିକ ବ୍ୟବସ୍ଥା ନଥିଲା ।

ଏହାପରେ ବାବା ସାହେବ ଆମ୍ବେଦକରଙ୍କ ନେତୃତ୍ବରେ ଏକ ସମ୍ବିଧାନ ଡ୍ରାଫଟିଂ କମିଟି ଗଠନ କରାଯାଇ ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ବିଶ୍ବର ଦୀର୍ଘତମ ଲିଖିତ ସମ୍ବିଧାନ ଆଗତ କରାଯାଇଥିଲା । ଏହାର ଠିକ୍ ଦୁଇ ବର୍ଷ ପରେ ୧୯୫୦ ମସିହା ଜାନୁୟାରୀ ୨୬ରେ ଭାରତ ଏକ ସାର୍ବଭୌମତ୍ବ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ପରିଗଣିତ ହେବା ସହ ଲିଖିତ ସାମ୍ବିଧାନକ ବ୍ୟବସ୍ଥାର କାର୍ଯ୍ୟକାରୀ ହୋଇଥିଲା । ଏହି ଦିନକୁ ସମ୍ମାନ ଜଣାଇ ସାଧାରଣତନ୍ତ୍ର ଦିବସ ପାଳନ କରାଯାଏ ।

ପ୍ରତିବର୍ଷ ଦେଶ ଖୁବ୍ ଧୁମଧାମରେ ସାଧାରଣତନ୍ତ୍ର ଦିବସ ପାଳନ କରିଥାଏ । ସମସ୍ତ ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥାଏ । ଚଳିତ ବର୍ଷ କୋଭିଡ କଟକଣା ଭିତରେ ସାରା ଦେଶରେ ଏହି ଦିବସ ପାଳନ କରାଯାଉଛି ।

ଆଜି ଦିଲ୍ଲୀରେ ସ୍ବତନ୍ତ୍ର ପରେଡ୍ ଆୟୋଜିତ କରାଯିବ । ପ୍ରତିବର୍ଷ ଏଦି ଦିନରେ ରାଷ୍ଟ୍ରପତି ନୂଆଦିଲ୍ଲୀର ରାଜପଥରେ ଜାତୀୟ ପତାକା ଉତ୍ତୋଳନ କରିଥାନ୍ତି । ଏନେଇ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପରେଡ୍‌ରେ ବାୟୁ, ସ୍ଥଳ ଓ ନୌସେନା ଯବାନମାନେ ଅଂଶଗ୍ରହଣ କରି ନିଜର ଅଦମ୍ୟ ସାହାସ ପ୍ରଦର୍ଶନ କରିଥାନ୍ତି । ବିଭିନ୍ନ ରାଜ୍ୟର କଳା ଓ ସଂସ୍କୃତିରେ ଝଲକ ଏହି ପରେଡରେ ପ୍ରଦର୍ଶନ କରାଯାଏ ।

ସାଧାରଣତନ୍ତ୍ର ଦିବସ ଲାଗି ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି ରାଜଧାନୀ ଭୁବନେଶ୍ବର । ଏହି ଦିବସ ଅବସରରେ ରାଜଧାନୀରେ ମଧ୍ୟ ହାଇଆଲର୍ଟ ଜାରି ହୋଇଛି । ଆଜି ଗାନ୍ଧୀମାର୍ଗରେ ତ୍ରିରଙ୍ଗା ଉତ୍ତୋଳନ ହେବ । ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଚାରିଆଡେ ସିସିଟିଭ ଛାଉଣି ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.