ETV Bharat / bharat

Gujarat First phase Voting: 56.88 ପ୍ରତିଶତ ସହ ଶେଷ ହେଲା ଭୋଟିଂ

author img

By

Published : Dec 1, 2022, 9:01 PM IST

Gujarat first phase voting: 56.88 ପ୍ରତିଶତ ସହ ଶେଷ ହେଲା ଭୋଟିଂ
Gujarat first phase voting: 56.88 ପ୍ରତିଶତ ସହ ଶେଷ ହେଲା ଭୋଟିଂ

ଗୁଜୁରାଟରେ ଶେଷ ହେଲା ପ୍ରଥମ ପର୍ଯ୍ୟାୟ ଭୋଟିଂ । ସଂଧ୍ୟା 5ଟା ରେ ଶେଷ ରାଉଣ୍ଡ ସୁଦ୍ଧା 56.88 ପ୍ରତିଶତ ଭୋଟିଂ ରେକର୍ଡ । 5 ତାରିଖରେ ଦ୍ବିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟିଂ । 8 ରେ ଫଳାଫଳ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଗୁଜୁରାଟରେ ସଂଧ୍ୟା 5ଟାରେ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ । ଶେଷ ରାଉଣ୍ଡ ସୁଦ୍ଧା ସମଗ୍ର ରାଜ୍ୟରେ 56.88 ପ୍ରତିଶତ ଭୋଟିଂ ରେକର୍ଡ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

  • #Gujarat records 56.88% voter turnout till 5 pm in the first phase of the ongoing Assembly elections

    — ANI (@ANI) December 1, 2022 " class="align-text-top noRightClick twitterSection" data=" ">

ଜିଲ୍ଲାଓ୍ବାରୀ ଭୋଟିଂ ପ୍ରତିଶତର ବିବରଣୀକୁ ଦେଖିଲେ, ଆମ୍ବରେଲିରେ 52.73 ପ୍ରତିଶତ, ଭରୁଚରେ 59.36, ଭବନଗର 51.34 ପ୍ରତିଶତ, ବୋଟାଦ ଜିଲ୍ଲାରେ 51.64, ଡାଙ୍ଗରେ 64.84 ପ୍ରତିଶତ, ଦେବଭୂମୀ ଦ୍ୱାରକା 59.11 ପ୍ରତିଶତ, ଗିର୍ ସୋମନାଥରେ 60.46 ପ୍ରତିଶତ, ଜାମନଗର 53.98 ପ୍ରତିଶତ, ଜୁନାଗଡ 52.04 ପ୍ରତିଶତ, କଚ୍ 54.52 ପ୍ରତିଶତ, ମୋରବିରେ 56.20 ପ୍ରତିଶତ, ନର୍ମଦାରେ 68.09, ନାଭସାରିରେ 65.91, ପୋରବନ୍ଦର 53.84, ରାଜକୋଟରେ 51.66, ସୁରଟରେ 57.16, ସୁରେନ୍ଦ୍ର ନଗରରେ 58.14, ତାପିରେ 72.32 ପ୍ରତିଶତ ଓ ଭଲସାଦ ଜିଲ୍ଲାରେ 62.46 ପ୍ରତିଶତ ଭୋଟିଂ ରେକର୍ଡ ହୋଇଛି ।

ମତଦାନ ପ୍ରକ୍ରିୟା ଶେଷ ହେବା ପରେ ଇଭିଏମ ଓ ଭୋଟ ବାକ୍ସଗୁଡିକୁ କଡା ସୁରକ୍ଷା ମଧ୍ୟରେ ପ୍ରସ୍ତୁତ ହୋଇଥିବା ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତରିତ କରାଯାଉଛି । 5 ତାରିଖରେ ଦ୍ବିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ଆସନ ପାଇଁ ଭୋଟ ଗ୍ରହଣ ହେବ । ଚଳିତମାସ 8 ତାରିଖରେ ଭୋଟ ଗଣତି ହେବା ନେଇ ନିର୍ବାଚନ କମିଶନ ତାରିଖ ସ୍ଥିର କରିଛନ୍ତି ।

ଆଜି ସକାଳ 8 ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା 5ଟା ରେ ଶେଷ ହୋଇଛି । ତେବେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ଅପରାହ୍ନ 3ଟା ସୁଦ୍ଧା ରାଜ୍ୟରେ 48 ପ୍ରତିଶତ ମତଦାନ ହୋଇଥିଲା ବେଳେ (voting percentage in Gujarat) ଅନ୍ତିମ ରାଉଣ୍ଡ ସୁଦ୍ଧା 56.88 ପ୍ରତିଶତ ଭୋଟିଂ ରେକର୍ଡ କରାଯାଇଛି । ମୋଟ 89 ଆସନରେ ଆଜି ଭୋଟ ଦେଇଛନ୍ତି ରାଜ୍ୟବାସୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.