ETV Bharat / bharat

8ବର୍ଷ ଶାସନରେ ଦେଶବାସୀଙ୍କ ମୁଣ୍ଡ ତଳକୁ କରିନାହିଁ: PM Modi

author img

By

Published : May 28, 2022, 10:16 PM IST

8 ବର୍ଷରେ ମୁଣ୍ଡ ତଳକୁ ହୋଇଯିବା ପରି ଗୋଟିଏ ବି କାରଣ ନାହିଁ: PM Modi
8 ବର୍ଷରେ ମୁଣ୍ଡ ତଳକୁ ହୋଇଯିବା ପରି ଗୋଟିଏ ବି କାରଣ ନାହିଁ: PM Modi

ଗୁଜୁରାଟରେ ପ୍ରଧାନମନ୍ତ୍ରୀ ମୋଦି ବଖାଣିଲେ ପାରଦର୍ଶିତାର ଚିତ୍ର । କହିଲେ 8 ବର୍ଷ ମଧ୍ୟରେ କୌଣସି କାମ ଭାରତୀୟଙ୍କ ମୁଣ୍ଡ ତଳକୁ ହୋଇଯିବା ପରି କରି ନାହିଁ ତାଙ୍କ ସରକାର । ଅଧିକ ପଢନ୍ତୁ

ଗାନ୍ଧୀନଗର: ଗୃହରାଜ୍ୟ ଗୁଜୁରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ନିଜ ସରକାରର ପାରଦର୍ଶିତା ନେଇ ବଡ ଦମ୍ଭୋକ୍ତି ଦେଖାଇଛନ୍ତି । ଗତ 8 ବର୍ଷ ଧରି ସେ ଦେଶର ପ୍ରତିନିଧିତ୍ବ କରୁଛନ୍ତି । କିନ୍ତୁ ତାଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟକାଳରେ ଏପରି ଗୋଟିଏ ଘଟଣା ଘଟିନିି, ଯାହା ଦେଶବାସୀଙ୍କ ମୁଣ୍ଡ ତଳକୁ କରିଦେବ । ଆଜି ରାଜକୋଟରେ 200 ଶହ ଶଯ୍ୟା ବିଶିଷ୍ଟ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ଲୋକାର୍ପଣ କରିବା ଅବସରରେ ଜନସଭାକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏପରି ମନ୍ତବ୍ୟ ରଖିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ 8 ବର୍ଷ ମଧ୍ୟରେ ଦେଶ ସେବାର କୌଣସି ସୁଯୋଗକୁ ସେ ହାତ ଛଡା କରିନାହାନ୍ତି । ନାଁ ସେ ଏପରି କିଛି କାର୍ଯ୍ୟକଳାପରେ ନିଜେ ସମ୍ପୃକ୍ତ ନା ତାଙ୍କ ମନ୍ତ୍ରୀ ମଣ୍ଡଳର ଅନ୍ୟ କେହି ଏପରି କରିବାକୁ ପ୍ରୟାସ କରିଛନ୍ତି । ତାଙ୍କ ସରକାର ଏପରି କିଛି କରିନାହିଁ ଯାହା ଦେଶର କୌଣସି ନାଗରିକଙ୍କ ମୁଣ୍ଡ ତଳକୁ କରିଦେବ । ତାଙ୍କ ସରକାରର ପାରଦର୍ଶୀ କାର୍ଯ୍ୟଶୈଳୀର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି , ମହାତ୍ମା ଗାନ୍ଧୀ ଓ ସର୍ଦ୍ଦାର ବଲ୍ଲଭ ପଟେଲ ଦେଖିଥିବା ସ୍ବପ୍ନର ଭାରତ ନିର୍ମାଣ କରିବା ଦିଗରେ ତାଙ୍କ ସରକାର ସାଧୁତାର ସହ ଆପ୍ରାଣ ଉଦ୍ୟମ ଜାରି ରଖିଛି ।

ଦେଶକୁ ଗରିବୀରୁ ବାହାରକୁ ବାହାର କରିବା ପାଇଁ ତାଙ୍କ ସରକାର ଏକାଧିକ କ୍ଷେତ୍ରରେ ଗରିବ କଲ୍ୟାଣକାରୀ ଯୋଜନା ମାନ କାର୍ଯ୍ୟକାରୀ କରିଛନ୍ତି । ସେହିପରି କୋଭିଡ ମହାମାରୀ ସମୟରେ ମଧ୍ୟ ସେ ମୁକ୍ତ ଟୀକାକରଣ ଡ୍ରାଇଭ ଦେଶବାସୀଙ୍କୁ କୋଭିଡ ବିରୋଧରେ ଲାଢିବା ପାଇଁ ବଳ ଯୋଗାଇଛି । ମହାମାରୀ ସଙ୍କଟ ମଧ୍ୟରେ ଖାଦ୍ୟ ସାମଗ୍ରୀ, ରାସନ ଗରିବଙ୍କ ପାଖରେ ପହଞ୍ଚାଇବାରେ ତାଙ୍କ ସରକାର ସଫଳତାର କାର୍ଯ୍ୟ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.