ETV Bharat / bharat

ଓ୍ବାଇଏସ ଶର୍ମିଲାଙ୍କୁ ସର୍ତ୍ତମୂଳକ ଜାମିନ, ପୋଲିସକୁ ମାଡ ମାରି ହୋଇଥିଲେ ଗିରଫ

author img

By

Published : Apr 25, 2023, 3:47 PM IST

ଓ୍ବାଇଏସ ଶର୍ମିଲାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ
ଓ୍ବାଇଏସ ଶର୍ମିଲାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଓ୍ବାଇଏସ ଶର୍ମିଲାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ । ଗତକାଲି ପୋଲିସକୁ ମାଡ ମାରି ହୋଇଥିଲେ ଗିରଫ । ଗତକାଲି ସଂଧ୍ୟାରେ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ କୋର୍ଟ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ପୋଲିସକୁ ମାଡ ମାରି ଗିରଫ ହୋଇଥିବା ଓ୍ବାଇଏସଆର ତେଲେଙ୍ଗାନା ପାର୍ଟି(YSRTP) ନେତ୍ରୀ ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ଭଉଣୀ ଓ୍ବାଇ.ଏସ ଶର୍ମିଲାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି । ହାଇଦ୍ରାବାଦର ନାମପଲ୍ଲୀ କୋର୍ଟ ତାଙ୍କୁ 2 ଜଣ ଜାମିନଦାର ଓ ପ୍ରତ୍ୟକ 30 ହଜାର ଟଙ୍କାର ମୁଚାଲିକାରେ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରିଛନ୍ତି । ଗତକାଲି (ସୋମବାର) ପେପର ଲିକ ମାମଲାରେ ଏସଆଇଟି କାର୍ଯ୍ୟାଳୟରେ ଧାରଣା ଉଦ୍ୟମ ବେଳେ ଶର୍ମିଲା ପୋଲିସକୁ ମାଡ ମାରିବା ଅଭିଯୋଗରେ ଗିରଫ ହୋଇଥିଲେ । ଗତକାଲି ତାଙ୍କୁ କୋର୍ଟରେ ହାଜର କରାଯିବା ପରେ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲେ । ଆଜି ତାଙ୍କୁ ବେଲ୍‌ ମିଳିଛି ।

କାର୍ଯ୍ୟରତ ପୋଲିସ ଅଧିକାରୀଙ୍କୁ ମାଡ ମାରିବା ଅଭିଯୋଗରେ ଗତକାଲି ତାଙ୍କୁ ଗିରଫ କରାଯାଇ ଜୁବଲିହିଲ ପୋଲିସ ଷ୍ଟେସନକୁ ନେଇଥିଲା ପୋଲିସ । ସେଠାରେ ତାଙ୍କ ବିଜୟାମ୍ମା ମଧ୍ୟ ପହଞ୍ଚିଥିଲେ । ସେ ମଧ୍ୟ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଗତକାଲି ସଂଧ୍ୟାରେ ଶର୍ମିଲାଙ୍କୁ କୋର୍ଟରେ ହାଜର କରିଥିଲା ପୋଲିସ । କୋର୍ଟ ତାଙ୍କୁ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ଆଜି ହଇଦ୍ରାବାଦର ନାମପଲ୍ଲୀ କୋର୍ଟ ତଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛି ।

ତେଲେଙ୍ଗାନର ବହୁଚର୍ଚ୍ଚିତ ପେପର ଲିକ ମାମଲାରେ ଶର୍ମିଲା କେସିଆର ସରକାରଙ୍କୁ ଟାର୍ଗେଟ କରି ଆସୁଛନ୍ତି । ଗତକାଲି ସେ ମାମଲାର ତଦନ୍ତ କରୁଥିବା ସ୍ବତନ୍ତ୍ର ତଦନ୍ତକାରୀ ଟିମ (ଏସଆଇଟି) କାର୍ଯ୍ୟାଳୟରେ ଧାରଣା ଦେବା ପାଇଁ ଉଦ୍ୟମ କରିଥିଲେ । କୌଣସି ଅନୁମତି ନେଇନଥିବାରୁ ସେଠାରେ ଧାରଣା ପାଇଁ ପୋଲିସ ତାଙ୍କୁ ବାରଣ କରିଥିଲା । ସେ ତାଙ୍କ କାର ସହ ଏସଆଇଟି କାର୍ଯ୍ୟାଳୟରେ ପ୍ରବେଶ ଉଦ୍ୟମ କରିବା ବେଳେ ପୋଲିସ ସହ ଯୁକ୍ତତର୍କ ଓ ମୁଁହାମୁଁହି ପରିସ୍ଥିତି ସୃଷ୍ଟି ହୋଇଥିଲା ।

ସେ ଜଣେ ପୋଲିସ ଅଧିକାରୀଙ୍କୁ ଚାପୁଡା ମାରିଥିବା ଅଭିଯୋଗ ହୋଇଥିଲା ।ପୋଲିସ ସହ ଯୁକ୍ତିତର୍କ ପରେ ଶର୍ମିଲା ଏସଆଇଟି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ସଂଧ୍ୟାରେ ପୋଲିସ ତାଙ୍କୁ ଗିରଫ କରି ଜୁବୁଲିହିଲ୍ସ ପୋଲିସ ଷ୍ଟେସନ ନେଇଥିଲା । ପରେ ତାଙ୍କୁ ଗତକାଲି ସଂଧ୍ୟାରେ ହିଁ କୋର୍ଟରେ ହାଜର କରିଥିଲା ପୋଲିସ । ଗତକାଲି ତାଙ୍କୁ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା ବେଳେ ଆଜି ତାଙ୍କୁ ସର୍ତ୍ତମୂଳକ ବେଲ ଦେଇଛନ୍ତି କୋର୍ଟ ।ପୂର୍ବରୁ ମଧ୍ୟ କିଛି ପ୍ରସଙ୍ଗରେ ସେ କେସିଆର ସରକାର ବିରୋଧରେ ଧାରଣା ଓ ପ୍ରତିବାଦ କରିବା ବେଳେ ପୋଲିସ ସହ ତାଙ୍କର ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.