ETV Bharat / bharat

ଜୋମାଟୋକୁ ଫାଇନ, ଗ୍ରାହକଙ୍କୁ ପନିର ବର୍ଗର ବଦଳରେ ଚିକେନ ବର୍ଗର ଦେଇଥିଲେ ଡେଲିଭରି ବୟ

author img

By

Published : Dec 5, 2022, 5:25 PM IST

ଜୋମାଟୋକୁ ଫାଇନ
ଜୋମାଟୋକୁ ଫାଇନ

ପନିର ବର୍ଗର ବଦଳରେ ଗ୍ରାହକଙ୍କୁ ଚିକେନ ବର୍ଗର ଦେଲା ଜୋମାଟୋ । ଜୋରିମାନା ଲାଗୁ କଲେ ହାଇଦ୍ରାବାଦ ଉପଭୋକ୍ତା ଆୟୋଗ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଗ୍ରାହକଙ୍କୁ ଭୁଲ ଖାଦ୍ୟ ଡେଲିଭରି କରିବା ଜୋମାଟୋ(Zomato)କୁ ପଡିଲା ମହଙ୍ଗା । ପନିର ବର୍ଗର ବଦଳରେ ଗ୍ରାହକଙ୍କୁ ଦେଇଥିଲେ ଚିକେନ ବର୍ଗର । ଅଭିଯୋଗ ପରେ ଜୋମାଟୋ ଉପରେ ଜୋରିମାନା ଲାଗୁ କଲା ହାଇଦ୍ରାବାଦ ଉପଭୋକ୍ତା ଆୟୋଗ (Hyderabad Consumer Commission-3)। ଜରିମାନା ଦେବାକୁ କୋର୍ଟଙ୍କ ତରଫରୁ ଜୋମାଟକୁ ନିର୍ଦ୍ଦେଶ ଦିଆଯାଇଛି ।

ଏନେଇ ଜଣେ ଅଧିକାରୀ କହିଛନ୍ତି ଯେ, ''ଖାଦ୍ୟ ବିତରଣ କମ୍ପାନୀ ଜୋମାଟୋକୁ ପନିର ବରଗଡ ବଦଳରେ ଜଣେ ଗ୍ରାହକଙ୍କୁ ଚିକେନ ବର୍ଗର ଦେଇଥିଲେ । ଯାହା ଧାର୍ମିକ ଭାବନାକୁ କ୍ଷତି ପହଞ୍ଚାଇଛି । ଏଥିପାଇଁ ହାଇଦ୍ରାବାଦ ଉପଭୋକ୍ତା ଆୟୋଗ ୩ ଜୋମାଟୋ ଉପରେ ଜୋରିମାନା ଲଗାଇଛି । କୋର୍ଟ ଏହି ଖାଦ୍ୟ ବିତରଣ କମ୍ପାନୀକୁ ଅଭିଯୋଗକାରୀଙ୍କୁ ୫୦୦୦ ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେବା ସହ , ଏହି ମାମଲାର ଖର୍ଚ୍ଚ ହିସାବରେ ୧୦୦୦ଟଙ୍କା ଜୋରିମାନା ଲାଗୁ କରିଛନ୍ତି ।''

ଅଭିଯୋଗକାରୀ ଦୀପକ କୁମାର ସାଙ୍ଗୱାନ କୋଟାପେଟର କର୍ଣ୍ଣର ବେକର୍ସରୁ ଜୋମାଟୋରେ ପନିର ବର୍ଗର ଅର୍ଡର କରିଥିଲେ । ଯେତେବେଳେ ଖାଦ୍ୟ ଡେଲିଭରି ହେଲା ସେତେବେଳେ ସେ ପନିର ବଦଳରେ ଚିକେନ ବର୍ଗର ଦେଖି ଡେଲିଭରି ବୟଙ୍କୁ ପ୍ରଶ୍ନ କରିଥିଲେ । ଏନେଇ ସେ କମ୍ପାନୀକୁ ଜଣାଇବା ପରେ ସେ ପାଞ୍ଚ ଶହ ଟଙ୍କା ଦେବେ ବୋଲି କହିଥିଲେ । କିନ୍ତୁ ଏଥିରେ ଅସନ୍ତୁଷ୍ଟ ହୋଇ ଗ୍ରାହକ ଜଣଙ୍କ ଉପଭୋକ୍ତା ଆୟୋଗକଙ୍କ ନିକଟରେ ଅଭିଯୋଗ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.