ସଇତାନ ସ୍ବାମୀ, ସ୍ତ୍ରୀକୁ ମାରି ଖଣ୍ଡ ଖଣ୍ଡ କଲା

author img

By

Published : Nov 23, 2022, 1:21 PM IST

ସ୍ତ୍ରୀ ମାରି ଖଣ୍ଡ ଖଣ୍ଡ କଲା ସ୍ବାମୀ

ସ୍ତ୍ରୀକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି ଫିଙ୍ଗିଲା ସ୍ବାମୀ । ଆଖୁ କିଆରୀରୁ ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ସାତ ଜନ୍ମର ସାଥୀ ହେବାକୁ କଥା ଦେଇଥିବା ସ୍ବାମୀ ସାଜିଲା ସୈତାନ । ନିଜ ହାତରେ ସ୍ତ୍ରୀକୁ ମାରି ଖଣ୍ଡ ଖଣ୍ଡ କରିଦେଲା । ଦିଲ୍ଲୀର ଶ୍ରଦ୍ଧାଙ୍କୁ ତାଙ୍କର ଲିଭ୍ ଇନ୍ ପାର୍ଟନର ଅଫତାବ ୩୫ ଖଣ୍ଡ କରିବା ଭଳି ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ଖଣ୍ଡ ଖଣ୍ଡ ହାଣି ଫିଙ୍ଗି ଦେଇଛି । ୟୁପିର ସୀତାପୁର ଅଞ୍ଚଳରୁ ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଆଖୁ କିଆରୀ ଭିତରୁ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି ।

ସୀତାପୁର ଜିଲ୍ଲା ରାମପୁର ଅନ୍ତର୍ଗତ ଚହାରପୁରରେ ଏହି ଅଭାବନୀୟ ଘଟଣା ଘଟିଛି । ଗତ ୮ ତାରିଖରେ ପୋଲିସ ଏଠାରେ ଏକ ଆଖୁ କିଆରୀରୁ ଜଣେ ମହିଳାଙ୍କର ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଥିଲା । ମୃତ ଶରୀରରୁ ଗୋଟିଏ ହାତ, ଗୋଡ ଓ ମୁଣ୍ଡ ଗାଏବ ଥିଲା । ତେଣୁ ମୃତ ମହିଳାଙ୍କୁ ଚିହ୍ନଟ କରିବାରେ ଅସୁବିଧା ହୋଇଥିଲା । ହେଲେ ଛାନଭିନ୍ ପରେ ମହିଳାଙ୍କ ପରିଚୟ ମିଳିଥିଲା । ମୃତକଙ୍କ ନାମ ଜ୍ୟୋତି ଏବଂ ତାଙ୍କୁ ସ୍ବାମୀ ପଙ୍କଜ ମୌର୍ଯ୍ୟ ହତ୍ୟା କରିଥିବା ପ୍ରମାଣ ମିଳିଥିଲା । ପୋଲିସ ହତ୍ୟାକାରୀ ସ୍ବାମୀକୁ ଗିରଫ କରିବା ପଚରାଉଚାର କରିବା ପରେ ସେ ନିଜର ଦୋଷ ସ୍ବୀକାର କରିଛି ।

ଏହାମଧ୍ୟ ପଢନ୍ତୁ: ନିଜର ଛୁଆ ନହେବାରୁ ୩ ବର୍ଷର ଝିଆରୀକୁ ହତ୍ୟା କଲା ଖୁଡି

ଅଭିଯୁକ୍ତ କହିଛି, ତା'ର ପତ୍ନୀ ନିଶା ବଟିକା ଖାଉଥିଲେ । ଅନେକ ସମୟରେ ସେ ଘର ଛାଡି ଅନ୍ୟ କାହାର ଘରେ ରହୁଥିଲେ । ତାଙ୍କୁ ବାରମ୍ବାର ବୁଝାଇବା ପରେ ସେ ନମାନିବାରୁ ନିଜର ଦୁଇ ସାଙ୍ଗ ସହ ମିଶି ଜୀବନରୁ ମାରିଦେବାକୁ ଯୋଜନା କରିଥିଲା((husband murdered wife in UP) । ଏହାପରେ ନଭେମ୍ବର ୭ ତାରିଖ ଦିନ ସେ ଶାଢୀରେ ନିଜ ସ୍ତ୍ରୀର ଗଳାଚିପି ହତ୍ୟା କରିଥିଲା ଓ ଖଣ୍ଡ ଖଣ୍ଡ କରି ଫିଙ୍ଗି ଦେଇଥିଲା । ଅଭିଯୁକ୍ତର ବୟାନ ଆଧାରରେ ପୋଲିସ ମହିଳାଙ୍କ ଗୋଡ, ହତ୍ୟାକାଣ୍ଡରେ ବ୍ୟବହୃତ ହତିଆର, ଶାଢୀ ଜବତ କରିଛି ।

ସୂଚନା ଅନୁଯାୟୀ, କିଛି ଦିନ ତଳେ ଜ୍ୟୋତି ଅସୁସ୍ଥ ହୋଇପଡିଥିଲେ । ସେବେ ଠାରୁ ସେ କିଛି ଔଷଧ ଖାଉଥିଲେ । ଏହି ଔଷଧ ଖାଇ ସେ ନିଶାରେ ରହୁଥିଲେ । ସ୍ବାମୀ ପଙ୍କଜ ତାଙ୍କର ଏହି ଔଷଧ ବନ୍ଦ କରିଦେବାରୁ ସେ ଯାହାକୁ ଦେଖୁଥିଲେ ତାଙ୍କ ଠାରୁ ସେହି ଔଷଧ ମାଗୁଥିଲେ । ସ୍ତ୍ରୀର ଏଭଳି ବ୍ୟବହାରରେ ଲଜ୍ଜିତ ହୋଇ ସ୍ବାମୀ ପଙ୍କଜ ତାଙ୍କୁ ହତ୍ୟା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.