ନିଜର ଛୁଆ ନହେବାରୁ ୩ ବର୍ଷର ଝିଆରୀକୁ ହତ୍ୟା କଲା ଖୁଡି

author img

By

Published : Nov 23, 2022, 12:48 PM IST

ନିଜର ଛୁଆ ନହେବାରୁ ୩ ବର୍ଷର ଝିଆରୀକୁ ହତ୍ୟା କଲା ଖୁଡି

ନିଜର ଛୁଆ ନହେବାରୁ ୩ ବର୍ଷର ଝିଆରୀକୁ ହତ୍ୟା କଲା ଖୁଡି । ବିହାର ମୁଜାଫରପୁରରେ ଏହି ଅଭାବନୀୟ ଘଟଣା ଘଟିଛି । ଅଧିକ ପଢନ୍ତୁ

ପାଟନା: ନିଜର ପିଲାଛୁଆ ନହେବାରୁ ଇର୍ଷାରେ ଜା'ର ଛୁଆକୁ ହତ୍ୟା କଲେ ମହିଳା । ୩ ବର୍ଷର ଝିଆରୀରୁ ହତ୍ୟା କରି ବେଡ୍‌ରୁମରେ ପୋତିଦେଲେ(aunt kills nephew) । ବିହାର ମୁଜଫରପୁରରୁ ସମସ୍ତଙ୍କୁ ଚକିତ କଲାଭଳି ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜା' ଠାରୁ ଇର୍ଷା ପରାୟଣ ହୋଇ ଖୁଡି ନିଜର ନିଷ୍ପାପ ଝିଆରୀକୁ ହତ୍ୟା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି ।

ସୂଚନା ମୁତାବକ, ମୁଜାଫରପୁର ଜିଲ୍ଲା ବୋଚହା ଥାନା ଅନ୍ତର୍ଗତ ରସୁଲପୁର ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ଏହି ଗାଁରେ ରହୁଥିବା ବିଭା ଦେବୀ ନାମକ ମହିଳାଙ୍କ କୌଣସି ସନ୍ତାନ ସନ୍ତତି ନଥିଲେ । ହେଲେ ତାଙ୍କର ଜା' ନିଜ ଝିଅ ସହ ବେଶ୍ ହସଖୁସିରେ ରହୁଥିଲେ । ତେଣୁ ତାଙ୍କ ଖୁସି ସହିପାରୁ ନଥିଲେ ମହିଳା । ଏହାକୁ ନେଇ ଘରେ ଅନେକ ସମୟରେ ଝଗଡା ଲାଗି ରହୁଥିଲା । ଏପରିକି ଅଭିଯୁକ୍ତ ମହିଳାଙ୍କ ନିଜ ସ୍ବାମୀଙ୍କ ସହ ମଧ୍ୟ ମତଭେଦ ରହିଥିଲା । ତେଣୁ ଇର୍ଷାରେ ଅଭିଯୁକ୍ତ ଖୁଡି ଜା'ର ୩ ବର୍ଷର ଝିଅ ବା ନିଜ ଝିଆରୀକୁ ଜୀବନରୁ ମାରିଦେବାକୁ ଯୋଜନା କରିଥିଲା(Child Murder In Muzaffarpur) ।

ଏହାମଧ୍ୟ ପଢନ୍ତୁ: ପରିବାରର ୪ ଜଣଙ୍କୁ ଛୁରୀ ଭୁସି ହତ୍ୟା କଲା ପୁଅ

ଦିନେ ଘର ଲୋକେ କ୍ଷେତକୁ କାମ କରିବାକୁ ଯାଇଥିବା ବେଳେ ସେ କୁନି ଝିଅଟିର ଗଳାଚିପି ହତ୍ୟା କରିଥିଲେ । ମୃତଦେହ ଲୁଚାଇବାକୁ ଯାଇ ନିଜ ବେଡରୁମରେ ହିଁ ମାଟି ଖୋଳି ପୋତି ଦେଇଥିଲେ । ଏପରିକି ଯେମିତି ଦୁର୍ଗନ୍ଧ ନହୁଏ ସେଥିପାଇଁ ସେ ସୁଗନ୍ଧ ଅଗରବତୀ ଜଳାଇଥିଲେ । ସେପଟେ ଝିଅ ନିଖୋଜ ପରେ ଗାଁ ଲୋକେ ଓ ପରିବାର ମିଶି ଚାରିଆଡେ ଖୋଜାଖୋଜି କରିଥିଲେ । ଏହି ସମୟରେ ଅଭିଯୁକ୍ତ ମହିଳାଙ୍କ ବେଡରୁମରେ ମାଟି ପଡିବାକୁ ଦେଖି ସମସ୍ତଙ୍କ ସନ୍ଦେହ ହୋଇଥିଲା । ସେହି ମାଟି ଖୋଳାଯିବାରୁ ଝିଅଟିର ମୃତଦେହ ବାହାରି ଥିଲା ।

ଖବର ପାଇ ପୋଲିସ ଅଭିଯୁକ୍ତ ଖୁଡିକୁ ଗିରଫ କରିଛି । ଅଭିଯୁକ୍ତ ନିଜର ଦୋଷ ମଧ୍ୟ ସ୍ବୀକାର କରିଛି । ମୋର ଛୁଆ ନାହିଁ ମାନେ ମୋ ଜା'ର ମଧ୍ୟ ଛୁଆ ରହିବ ନାହିଁ ବୋଲି ଭାବି ସେ ଏହି ହତ୍ୟାକାଣ୍ଡ ଘଟାଇଥିବା କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.