ETV Bharat / bharat

ପ୍ରେମ ରାସ୍ତାରେ କଣ୍ଟା ସାଜିଲା ସ୍ତ୍ରୀ, ଜୀବନ ନେଇଗଲା ସ୍ବାମୀ

author img

By

Published : Feb 27, 2023, 12:24 PM IST

murder in karnataka
murder in karnataka

ପରକୀୟା ପ୍ରୀତିର କରୁଣ ପରିଣତି । ପ୍ରେମ ପାଇଁ ସାତଜନ୍ମର ସାଥି କରିଥିବା ସ୍ତ୍ରୀକୁ ହତ୍ୟା କରିଲା ସ୍ବାମୀ । ହତ୍ୟା ପରେ ଡ୍ରମରେ ଲୁଚାଇଥିଲା । ପଢନ୍ତୁ ପୁରା ଖବର

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଚାଞ୍ଚଲ୍ୟ । ପରକୀୟା ପ୍ରୀତି ପାଇଁ ପୁଣି ବଳି ପଡିଲା ସ୍ତ୍ରୀ । ପ୍ରେମକୁ ପାଇବା ପାଇଁ ସ୍ତ୍ରୀର ରକ୍ତରେ ହୋଲି ଖେଳିଲା ସ୍ବାମୀ । ହତ୍ୟା କରି ଏକ ଡ୍ରମରେ ରଖିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଜଙ୍ଗଲକୁ ନେଇଥିଲା ସ୍ବାମୀ । ହେଲେ ଭଣ୍ଡୁର ହେଲା ପ୍ରଚେଷ୍ଟା । ଚଢାଉ କରି ହତ୍ୟାକାରୀଙ୍କୁ ବାନ୍ଧିଲା ପୋଲିସ । ଦିଲ୍ଲୀ ହରିଦାସ ନଗର ଥାନା ଅଞ୍ଚଳରେ ପ୍ରେମିକାକୁ ମାରି ଫ୍ରିଜରେ ଲୁଚାଇବା ଘଟଣା ଚାରିଆଡେ ଚହଳ ପକାଇଥିବା ବେଳେ ଏବେ କର୍ଣ୍ଣାଟକର କରଓ୍ବାର ଅଞ୍ଚଳରୁ ସାମ୍ନାକୁ ଆସିଛି ବର୍ବର କାଣ୍ଡ । ପୋଲିସ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା ଆରମ୍ଭ କରିଛି । ଅଭିଯୁକ୍ତ ସ୍ବାମୀ ହେଲେ ତେରାଗାମ ଗ୍ରାମର ତୁକାରାମ ମାଦିବାଲା ।

୨ରୁ ୩ ବର୍ଷ ହେବ ଉଭୟେ ବିବାହ କରିଥିଲେ । ତୁକାରାମ ନିଜ ୩୮ ବର୍ଷୀୟା ସ୍ତ୍ରୀ ଶାନ୍ତା କୁମାରୀ ସହ ତେରାଗାମ ଗ୍ରାମରେ ରହୁଥିଲେ । ତେବେ ଫେବୃଆରୀ ୨୨ ତାରିଖରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ସ୍ବାମୀର ପରକୀୟା ପ୍ରୀତି ବିଷୟରେ ଜାଣିବା ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଝଗଡା ଉଗ୍ରରୂପ ଧାରଣ କରି ପରବର୍ତ୍ତୀ ସମୟରେ ହତ୍ୟାର ରୂପ ନେଇଥିଲା । ସ୍ବାମୀ ନିଜର କ୍ରୋଧକୁ ସମ୍ଭାଳି ପାରିନଥିବା ବେଳେ ନିଜ ପ୍ରେମକୁ ପାଇବା ପାଇଁ ସ୍ତ୍ରୀକୁ ହତ୍ୟା କରିଥିଲା । ଏହାପରେ ମୃତଦେହକୁ ଏକ ଡ୍ରମରେ ଭର୍ତ୍ତି କରି ରଖିଥିଲା ।

ଏହା ମଧ୍ୟ ପଢନ୍ତୁ: ପ୍ରେମ ସପ୍ତାହରେ ରକ୍ତରଞ୍ଜିତ ହେଲା ପ୍ରେମ: ଲିଭ୍-ଇନ ପାର୍ଟନରକୁ ହତ୍ୟା କରି ଗଦି ଭିତରେ ଲୁଚାଇଲା ପ୍ରେମିକ

ତୁକାରାମ ହତ୍ୟା ଆରୋପରୁ ବଞ୍ଚିବା ନିମନ୍ତେ ଏକ ଅଭିନୟ ଉପାୟ ମଣିଥିଲେ । ତେଣୁ ସେ ଏକ ଟାଟା ଏସି ଭଡାରେ ଆଣି ଡ୍ରାଇଭର ରିଜଓ୍ବାନ ଏବଂ ସମୀର ପାଣ୍ଟୋଜୀଙ୍କ ସାହାଯ୍ୟରେ ଡ୍ରମକୁ ନେଇ ଗାଡିରେ ରଖିଥିଲେ । ତେବେ ଏହି ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ସନ୍ଦେହ ଉପୁଜିଥିଲା । ତେଣୁ ସେମାନେ ଏନେଇ ପୋଲିସକୁ ଅବଗତ କରାଇଥିଲେ । ପୋଲିସରୁ ବର୍ତ୍ତିବା ପାଇଁ ମୃତଦେହକୁ ଜଙ୍ଗଲରେ ଫିଙ୍ଗିବାକୁ ଯାଉଥିବା ବେଳେ ସ୍ବାମୀକୁ ବାନ୍ଧିଲା ପୋଲିସ । ହାଲିୟାଲ ଏବଂ ରାମନଗର ପୋଲିସ ରେଡ କରି ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ବର୍ତ୍ତମାନ ଅଭିଯୁକ୍ତ ତୁକାରାମ, ରିଜଓ୍ବାନ ଏବଂ ସମୀର ପାଣ୍ଟୋଜୀ ହାଲିଆ ସବଜେଲରେ ରହିଛନ୍ତି । ଏନେଇ ଉତ୍ତର କାନ୍ନାଡା ଜିଲ୍ଲା ସୁପରିଟେଣ୍ଡେଣ୍ଟ ପକ୍ଷରୁ ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.