ETV Bharat / bharat

ସମ୍ପତ୍ତି କଲା ଅନ୍ଧ, ସ୍ତ୍ରୀକୁ ମୃତ ଦର୍ଶାଇ 15 କୋଟି ହଡପ କଲେ ବାପା ପୁଅ

author img

By

Published : Aug 12, 2022, 1:33 PM IST

ସମ୍ପତ୍ତି କରିଦେଲା ଅନ୍ଧ, ଜୀବିତ ମହିଳାଙ୍କୁ ମୃତ ଦର୍ଶାଇ ଟଙ୍କା ହଡପ କଲେ ବାପା ପୁଅସମ୍ପତ୍ତି କରିଦେଲା ଅନ୍ଧ, ଜୀବିତ ମହିଳାଙ୍କୁ ମୃତ ଦର୍ଶାଇ ଟଙ୍କା ହଡପ କଲେ ବାପା ପୁଅ
ସମ୍ପତ୍ତି କରିଦେଲା ଅନ୍ଧ, ଜୀବିତ ମହିଳାଙ୍କୁ ମୃତ ଦର୍ଶାଇ ଟଙ୍କା ହଡପ କଲେ ବାପା ପୁଅ

୧୫ କୋଟି ସମ୍ପତ୍ତି ପାଇବା ଲୋଭରେ ମାଆକୁ ମାରିଦେଲା ପୁଅ ଓ ସ୍ତ୍ରୀକୁ ମାରିଦେଲା ସ୍ବାମୀ । ସତରେ ନୁହଁ ବରଂ ସାର୍ଟିଫିକେଟରେ । କେଉଁଠି ଘଟିଛି ଏପରି ଘଟଣା । ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

ହାଇଦ୍ରାବାଦ: ସମ୍ପତ୍ତି ପାଇଁ ଭାଇ ସାଜେ ଭଗାରୀ । ଏ ଉକ୍ତିତ ଆପଣ ଶୁଣିଥିବେ । କିନ୍ତୁ ସ୍ତ୍ରୀର ସମ୍ପତ୍ତି ହଡପ କରିବାକୁ ସ୍ବାମୀ ଓ ପୁଅ କେଉଁ ସ୍ତରକୁ ଯାଇପାରନ୍ତି ତାହା ଜାଣିଲେ ଆପଣ ଚକିତ ହୋଇଯିବେ । ପତ୍ନୀର ସମ୍ପତ୍ତିକୁ ହଡପ କରିବାକୁ ବାପା ପୁଅ ରଚିଛନ୍ତି ସାଙ୍ଘାତିକ ଷଡଯନ୍ତ୍ର । ତେଲେଙ୍ଗାନା ହନୁମାନକୋଣ୍ଡା ଥାନା ଅଞ୍ଚଳରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସମ୍ପତ୍ତି ଲୋଭରେ ନିର୍ଦ୍ଦୟ ପାଲଟି ଗଲେ ପୁଅ ଓ ସ୍ବାମୀ । ମାଆକୁ ମାରି ଦେଲା ପୁଅ ଓ ସ୍ତ୍ରୀକୁ ମାରିଦେଲା ସ୍ବାମୀ । ତାହା ପୁଣି ସତରେ ନୁହଁ ବରଂ ସାର୍ଟିଫିକେଟରେ । ୧୫ କୋଟି ସମ୍ପତ୍ତି ପାଇବା ଲୋଭରେ ମହିଳାଙ୍କୁ ଅକଥନୀୟ ଅତ୍ୟାଚାର ପରେ ସେ ମାନସିକ ଭାରସାମ୍ୟ ହରାଇବାରୁ ଟ୍ରେନରେ ବାହାର ରାଜ୍ୟକୁ ପଠାଇ ନିଖୋଜ ଥିବା ଦର୍ଶାଇଲେ ସ୍ବାମୀ ଓ ପୁଅ । ଘଟଣାର ୫ ବର୍ଷ ପରେ ସତ ଏବେ ସାମ୍ନାକୁ ଆସିଛି ।

ଘଟଣାଟି ଥିଲା ଏମିତି

ନିର୍ଯାତନାର ଶିକାର ହୋଇଥିବା ମହିଳା ବିବାହ ସମୟରେ ୧୫ କୋଟି ଟଙ୍କାର ସମ୍ପତ୍ତି ଆଣିଥିଲେ । କିନ୍ତୁ ବିବାହର କିଛି ବର୍ଷ ପରେ ମହିଳାଙ୍କ ସ୍ବାମୀ ଦ୍ବିତୀୟ ବିବାହ କରିଥିଲେ । ଏହାପରେ ସମ୍ପତ୍ତି ହଡପ କରିବା ପାଇଁ ପ୍ରଥମ ସ୍ତ୍ରୀକୁ ନିର୍ଯାତନା ଦେବା ଆରମ୍ଭ କରିଥିଲା । ମହିଳାଙ୍କ ପୁଅ ମଧ୍ୟ ସମ୍ପତ୍ତି ଲୋଭରେ ମାଆକୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ । କିନ୍ତୁ ସମ୍ପତ୍ତି ଦେବାକୁ ମହିଳା ଜଣଙ୍କ ଏଥିରେ ଅମଙ୍ଗ ହେବାରୁ ପୁଅ ଓ ସ୍ବାମୀ ତାଙ୍କୁ ଅକଥନୀୟ ଅତ୍ୟାଚାର ଦେବାରୁ ସେ ମାନସିକ ଭାରସାମ୍ୟ ହରାଇ ବସିଥିଲେ । ଏହା ପରେ ମହିଳା ଜଣଙ୍କୁ ନିଖୋଜ କରି ସମସ୍ତ ସମ୍ପତ୍ତି ନିଜ ନାମରେ କରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ବାପା ପୁଅ । ମହିଳା ଜଣଙ୍କୁ ୨୦୧୭ ମସିହାରେ ଟ୍ରେନରେ ବସାଇଦେଇ ସେ ନିଖୋଜ ହୋଇଯାଇଥିବା ପରିବାର ଲୋକଙ୍କୁ ଜଣାଇଥିଲେ । ଏହା ପରେ ମହିଳାଙ୍କ ସ୍ବାମୀ ଅନ୍ୟ ଜଣେ ମହିଳା ସହ ବାହାରକୁ ଚାଲିଯାଇଥିଲେ । ଧିରେ ଧିରେ ସମ୍ପର୍କୀୟ ମଧ୍ୟ ମହିଳାଙ୍କୁ ଭୁଲିଗଲେ ।

ତେବେ ମହିଳା ଜଣଙ୍କ ଟ୍ରେନରେ ବସିବାର କିଛି ଦିନ ପରେ ଚେନ୍ନାଇରେ ପହଞ୍ଚିଥିଲେ । ଏହାପରେ ରେଲଓ୍ବେ ପୋଲିସ ଦ୍ବାରା ତାଙ୍କୁ ଏକ ଆଶ୍ରମରେ ରଖାଯାଇଥିଲା । ମହିଳା ଜଣଙ୍କୁ ତାଙ୍କ ବିଷୟରେ ପଚାରିବାରୁ ସେ ସବୁ କିଛି ଭୁଲିଯାଇଥିବା କହିଥିଲେ । ଏହାପରେ ଆଶ୍ରମର ସଦସ୍ୟ ମହିଳା ଜଣଙ୍କ ଆଧାରକାର୍ଡ କରାଇବାକୁ ଆଧାରକାର୍ଡ ସେଣ୍ଟର ନେଇଥିଲେ, ସେଠାରେ ଫିଙ୍ଗର ପ୍ରିଣ୍ଟ ନେବା ସମୟରେ ତାଙ୍କ ନାମରେ ପୂର୍ବରୁ ଆଧାରକାର୍ଡ ଥିବା ଜଣାପଡିଥିଲା । ଆଧାରକାର୍ଡରୁ ମହିଳା ଜଣଙ୍କ ତେଲେଙ୍ଗାନାର ହୋଇଥିବା ଜଣାପଡିବା ପରେ ପରିବାର ଲୋକଙ୍କ ସହ ଯୋଗଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବପର ହୋଇପାରିନଥିଲା । ଏହାପରେ ହନୁମାନକୋଣ୍ଡା ପୋଲିସ ସହ ଯୋଗାଯୋଗ କରିବାରୁ ମହିଳାଙ୍କ ପୁଅଙ୍କ ସହ ଯୋଗାଯୋଗ କରି ଫଟୋ ପଠାଇଥିଲେ । କିନ୍ତୁ ସେ ପ୍ରଥମେ ଜାଣିନଥିବା କହି, ପରେ ତାଙ୍କ ମାଆଙ୍କର ମୃତ୍ୟୁ ହୋଇଥିବା କହିଥିଲେ । ଏବଂ ତାଙ୍କ ପାଖରେ ମୃତ୍ୟୁ ପ୍ରମାଣପତ୍ର ରହିଥିବା କହିଥିଲେ । କିନ୍ତୁ ଏନେଇ ପୋଲିସ ତଦନ୍ତ କରିବା ପରେ ସତ ସାମ୍ନାକୁ ଆସିଥିଲା ।

ପୋଲିସର କହିବା ଅନୁଯାୟୀ, ''ମହିଳାଙ୍କ ସ୍ବାମୀ ଓ ପୁଅ ସମ୍ପତ୍ତି ଲୋଭରେ ମହିଳା ଜଣଙ୍କୁ ଟ୍ରେନରେ ପଠାଇ ଦେଇ ଏକ ମୃତ୍ୟୁର ପ୍ରମାଣ ପତ୍ର କରିଥିଲେ । ଏହାକୁ ୱାରଙ୍ଗାଲ ନଗର ପ୍ରଶାସନ ନିକଟରେ ଦେଖାଇ ସମସ୍ତ ସମ୍ପତ୍ତିକୁ ନିଜ ନାମରେ କରିଥିଲେ''। ତେବେ ମୃତ୍ୟୁର ପ୍ରମାଣପତ୍ର କେମିତି କରିଥିଲେ ସେନେଇ ତଦନ୍ତ ଜାରି ରହିଛି । ବର୍ତ୍ତମାନ ମହିଳା ଜଣଙ୍କ ଆଶ୍ରମରେ ରହିଛନ୍ତି । ଯଦି ପରିବାର ସଦସ୍ୟ ଚାହାନ୍ତି ତାଙ୍କୁ ଘରକୁ ଆଣିପାରିବେ। ଏନେଇ ଆଶ୍ରମର ସଦସ୍ୟ ମାନେ ହନୁମାନକୋଣ୍ଡା ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.