ETV Bharat / bharat

Horoscope: ଅଗଷ୍ଟ 19 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

author img

By

Published : Aug 19, 2023, 2:02 AM IST

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

Horoscope
Horoscope

ମେଷ: ବ୍ୟକ୍ତିଗତ ତଥା ବୃତ୍ତିଗତ ଜୀବନ ପାଇଁ ଆଜି ଦିନଟି ଶୁଭଦାୟକ। ବ୍ୟବସାୟରେ ଉନ୍ନତି ଘଟିବ। ନିଜ ରୋଜଗାରକୁ ଚାହିଁ ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଆଜି ମନ ପ୍ରଫୁଲ୍ଲ ରହିବ। ପରିବାରର ସଦସ୍ୟ ଓ ବନ୍ଧୁମାନଙ୍କ ଗହଣରେ ଆଜି ସନ୍ଧ୍ୟାଟି ଆମୋଦ ପ୍ରମୋଦରେ କାଟିପାରନ୍ତି। ବଣଭୋଜି ପାଇଁ ଯୋଜନା କରିପାରନ୍ତି। କିଛି ସମୟ ପାଇଁ ଧାର୍ମିକ କାର୍ଯ୍ୟ୍ୟରେ ନିଜକୁ ବ୍ୟସ୍ତ ରଖିବେ।

ବୃଷ: ଆପଣଙ୍କର ଦକ୍ଷ ଚିନ୍ତାଧାରା ଓ କରୁଣ ବାକ୍ୟ ଦ୍ୱାରା ଅନ୍ୟଙ୍କୁ ବାନ୍ଧି ରଖିବେ। ନିଜର ଦକ୍ଷତା ବଳରେ ଭଲ କାମ କରିବେ ଏବଂ ନିଜ କଥା ଦ୍ୱାରା ଅନେକଙ୍କୁ ଆପାୟିତ କରିବେ। ପ୍ରତିଯୋଗିତାରେ ସଫଳ ହେବେ। ସାହିତ୍ୟ ପ୍ରତି ମନ ବଳିବ। ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ।

ମିଥୁନ: ମାଆଙ୍କର ସାନିଧ୍ୟ ଶାନ୍ତି ଦେବ। ଯଦି କିଛି ଧାର୍ମିକ କାର୍ଯ୍ୟରେ ଭାଗନିଅନ୍ତି ତେବେ ଯୁକ୍ତିତର୍କରୁ ଦୂରେଇ ରହନ୍ତୁ। ପୈତୃକ ସଂପତ୍ତିକୁ ନେଇ ବଡଙ୍କ ସହ ଆଲୋଚନା କରନ୍ତୁ ନାହିଁ। ଅଯଥା ଦୁଃଖିତ ହେବେ।

କର୍କଟ: ନୂତନ କାର୍ଯ୍ୟ୍ୟ କରିବାକୁ ଦିନଟି ଶୁଭ ଅଟେ। ଆପଣ ଯେକୌଣସି କାର୍ଯ୍ୟହାତକୁ ନେବେ ସେଥିରେ ସଫଳତା ମିଳିବ। ବ୍ୟବସାୟୀଙ୍କର ଆର୍ଥିକ ସ୍ଥିତି ବୃଦ୍ଧି ପାଇବାର ସମ୍ଭାବନା ଅଛି। ପରିବାରର ସଦସ୍ୟ ଓ ବନ୍ଧୁଙ୍କୁ ସାଙ୍ଗରେ ଧରି ବଣଭୋଜି କରିବାକୁ ଯିବେ। ଆମୋଦ ପ୍ରମୋଦରେ ସମୟ କାଟିବେ। ସାମାଜିକ ସମ୍ମାନ ମିଳିବା ସହ ଅର୍ଥଲାଭ ହୋଇପାରେ।

ସିଂହ: ଆପଣଙ୍କର ଆର୍ଥିକ ସ୍ଥିତି ସ୍ୱଛଳ ଥିଲେ ମଧ୍ୟ ଖର୍ଚ୍ଚର ପରିମାଣ ବଢିଯାଇପାରେ। ସମ୍ପର୍କୀୟଙ୍କ ସଙ୍ଗେ ବନ୍ଧୁତ୍ୱ ଲାଭଦାୟକ ହୋଇପାରେ। ପରିବାରର ସଦସ୍ୟ ଏବଂ ବାନ୍ଧବୀ ଆପଣଙ୍କୁ ସହାୟତା ପ୍ରଦାନ କରିବେ। ଚକ୍ଷୁରୋଗ କିମ୍ୱା ଦାନ୍ତବିନ୍ଧାର ଯନ୍ତ୍ରଣା ଆପଣ ଭୋଗିପାରନ୍ତି।

କନ୍ୟା: ଶରୀର ସୁସ୍ଥ ରହିବ। ଆର୍ଥିକ ସ୍ଥିତି ସ୍ୱଛଳ ରହିବା ସହିତ ମନ ଖୁସି ରହିବ। ଉଚ୍ଚ ବିଚାର ଧାରା ଯୋଗୁଁ ସାମାଜିକ ସମ୍ପର୍କରେ ମଧୁରତା ବୃଦ୍ଧି ପାଇବ। ବ୍ୟବସାୟରେ ପ୍ରଚୁର ଲାଭ ହେବ। ଯାହାଦ୍ୱାରା ଆର୍ଥିକ ସ୍ଥିତି ବୃଦ୍ଧି ପାଇପାରେ। ମାନସିକ ଶାନ୍ତି ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ଅଛି। ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ଉପଭୋଗ କରିବେ।

ତୁଳା: ଆପଣ ନିଜର କ୍ରୋଧ ପରିହାର କରିବାକୁ ଚେଷ୍ଟା କରନ୍ତୁ। ନହେଲେ ସାଙ୍ଗମାନେ ଦୂରେଇ ଯିବେ। ବ୍ୟବସାୟ ମାନ୍ଦା ହେବ। କର୍ମଚାରୀଙ୍କ ସାଙ୍ଗରେ ବଚସା କରନ୍ତୁ ନାହିଁ। କୋର୍ଟ କଚେରୀ ମାମଲାରୁ ନିଜକୁ ଦୂରେଇ ରଖନ୍ତୁ। ନିଜର ଅନ୍ତରଙ୍ଗ ବନ୍ଧୁବାନ୍ଧବଙ୍କ ସଙ୍ଗେ ତିକ୍ତତା ସୃଷ୍ଟି ହୋଇପାରେ। ଶରୀରର ଯତ୍ନ ନିଅନ୍ତୁ। ଦୁର୍ଘଟଣାର ଶିକାର ହୋଇପାରନ୍ତି।

ବିଛା: ସବୁ କାମରେ ଆପଣ ସଫଳତା ଲାଭ କରିବେ। ଆପଣଙ୍କ କାର୍ଯ୍ୟରେ ଉପରିସ୍ଥ କର୍ମଚାରୀ ପ୍ରଭାବିତ ହୋଇପାରନ୍ତି। ଯୁବକ ଯୁବତୀଙ୍କ ପାଇଁ ବିବାହ ସୂତ୍ରରେ ବାନ୍ଧି ହେବାର ପ୍ରକୃଷ୍ଟ ଦିନ ଆସିବାକୁ ଯାଉଛି। ନିଜ ପସନ୍ଦ ମୁତାବକ ଜୀବନସାଥୀ ପାଇପାରିବେ। ବିବାହିତ ଦମ୍ପତ୍ତି ପୁତ୍ର ସୁଖ ଲାଭ କରିପାରନ୍ତି। ସାମାଜିକ ଜୀବନ ଅତ୍ୟନ୍ତ ସୁଖପ୍ରଦ ହେବ। ସନ୍ଧ୍ୟାରେ ବନ୍ଧୁଙ୍କ ଗହଣରେ ଆମୋଦ ପ୍ରମୋଦରେ ସମୟ ଅତିବାହିତ କରିବେ।

ଧନୁ: ଆଜି ଦିନଟି ସୁଖପୂର୍ଣ୍ଣ ରହିବ। ବିବାହିତ ମାନେ ଆନନ୍ଦ ଉଲ୍ଳାସରେ ରହିବେ। ଗ୍ରହ ନକ୍ଷତ୍ରଙ୍କ ଉପସ୍ଥିତି ପାରିବାରିକ ଶାନ୍ତି ପରିବେଶକୁ ସୁଦୃଢ କରିବ। କାର୍ଯ୍ୟ ତଥା ଆର୍ଥିକ ସ୍ଥିତି ପାଇଁ ସମସ୍ତ ଦିଗରୁ ସଫଳତା ପ୍ରାପ୍ତ ହେବ। ନିଜ କାର୍ଯ୍ୟ ଦ୍ୱାରା ସଫଳତା ତଥା ଆତ୍ମ ସନ୍ତୋଷ ମିଳିବ। ବାପା ଭାଇଙ୍କ ଠାରୁ ଉପକୃତ ହେବେ।

ମକର: ଆଜି ଦିନଟିରେ ମିଶ୍ରିତ ଫଳ ମିଳିବ। ବ୍ୟବସାୟ ଭଲ ହେବ। ତୁମର ଚିନ୍ତାଧାରା ତଥା କଥାବାର୍ତ୍ତା ଦ୍ୱାରା ଲୋକେ ପ୍ରଭାବିତ ହେବେ। ସମୟ ନଷ୍ଟ କରନ୍ତୁ ନାହିଁ। ସରକାରୀ କାମ ଅଟକି ରହିବ। ବ୍ୟର୍ଥ ଯୁକ୍ତିତର୍କ ହୋଇପାରେ।

କୁମ୍ଭ: ଆଜି ଖରାପ ଚିନ୍ତା କରନ୍ତୁ ନାହିଁ। ପରିବାରରେ ଅଶାନ୍ତି ଦେଖା ଦେବ। ଚିନ୍ତାରେ ରହିବେ ଏବଂ ଖରାପ ଚିନ୍ତା ମନକୁ ଘାରିବ। ନିଜର ଇଚ୍ଛା ଓ ଚିନ୍ତାକୁ ନିୟନ୍ତ୍ରଣ କରନ୍ତୁ। ନିଜ ଭୁଲ ପାଇଁ ଅନ୍ୟକୁ ଦୋଷାରୋପ କରନ୍ତୁ ନାହିଁ। ସ୍ବାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ।

ମୀନ: ଯଦି ଆପଣ ଲେଖକ, କବି, ଚିତ୍ରକାର କିମ୍ୱା ମୂର୍ତ୍ତିକର ହୋଇଥାନ୍ତି ତାହା ହେଲେ ଅସୀମ ଲାଭବାନ ହେବେ। ମିଳିମିଶି ବ୍ୟବସାୟ କରିବା ପାଇଁ ଆଜି ଏକ ଶୁଭ ଦିବସ ଅଟେ। ଭଲ କାମ ପାଇଁ ପୁରସ୍କୃତ ହୋଇପାରନ୍ତି। ଆପଣଙ୍କ ଉପରେ ନ୍ୟସ୍ତ କାର୍ଯ୍ୟ୍ୟକୁ ସୁରୁଖୁରୁରେ ସମ୍ପନ୍ନ କରିପାରିବେ। ବଣଭୋଜି କରିବା ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ। ତେଣୁ ବନ୍ଧୁ, ପରିବାର ଓ ସହକର୍ମୀଙ୍କ ସହ ମିଳିମିଶି ଭ୍ରମଣ କରିବାକୁ ଯାଇପାରନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.