ETV Bharat / bharat

Crorepati Tomato Farmer: ଟମାଟୋ କଲା କୋଟିପତି, ୮୩୦୦ ପେଟି ବିକି ରୋଜଗାର କଲେ କୋଟିଏ

author img

By

Published : Jul 18, 2023, 10:53 PM IST

ହିମାଚଳପ୍ରଦେଶରେ କୋଟିପତି ହେଲେ ଟମାଟୋ ଚାଷୀ । ୮୩୦୦ ପେଟି ବିକି ରୋଜଗାର କଲେ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା । ଅଧିକ ପଢନ୍ତୁ

Etv Bharat
Etv Bharat

ସିମଲା: ଦେଶରେ ଏବେ ଟମାଟୋ ଦର ଆକାଶଛୁଆଁ ହୋଇଛି । ଯାହାକି ସିଧାସଳଖ ଗୃହିଣୀଙ୍କ ହାଣ୍ଡିଶାଳ ଉପରେ ମାଡ଼ କରିଛି । ଅତି ଆବଶ୍ୟକ ନଥିଲେ ଟମାଟୋ କିଣୁନାହାନ୍ତି ଗ୍ରାହକ । ଏହାରି ମଧ୍ୟରେ ଟମାଟୋ ଅନେକ ଚାଷୀଙ୍କୁ କରିଛି କୋଟିପତି । ଏମାନଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ହିମାଚଳପ୍ରଦେଶର ପରିବା ଚାଷୀ ଜୟରାମ ସୈନି । ଯିଏକି ୧୦ ଲକ୍ଷ କ୍ୟାରେଟ ବିକ୍ରି କରି କୋଟିଏ ଟଙ୍କା ରୋଜଗାର କରିଛନ୍ତି । ୬୭ ବର୍ଷରେ ନିଜ ଜୀବନର ସବୁଠୁ ଅଧିକ ରୋଜଗାର କରିବା ପରେ ଜୟରାମଙ୍କ ଖୁସି କହିଲେ ନସରେ ।

ହିମାଚଳପ୍ରଦେଶ ମଣ୍ଡି ଜିଲ୍ଲାରେ ବଲହଘାଟି ଅଞ୍ଚଳର ଚାଷୀ ଜୟରାମ କହିଛନ୍ତି ଯେ ସେ ଗତ ୫ ଦଶନ୍ଧି ଧରି ଟମାଟୋ ଚାଷ କରିଆସୁଛନ୍ତି । ହେଲେ ଚଳିତ ବର୍ଷ ତାଙ୍କୁ ଯେଉଁ ଲାଭ ମିଳିଛି ତାହା ପୂର୍ବରୁ କେବେ ବି ମିଳିନଥିଲା । ଏବେ ମଣ୍ଡିରେ ଟମାଟୋ କେଜି ପିଛା କେତେବେଳେ ୧୫୦ ତ ଆଉ କେତେବେଳେ ୨୦୦, ୨୫୦ ଟଙ୍କା ମଧ୍ୟ ବିକ୍ରି ହେଉଛି । ସେ ୮୩୦୦ ପେଟି ବା ୧୦ ହଜାର କ୍ୟାରେଟ ବିକ୍ରି କରି ଏଯାବତ ୧ କୋଟି ୧୦ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି । ଜୟରାମଙ୍କ ୨ ପୁଅ ସତୀଶ ଓ ମନୀଷ ମଧ୍ୟ ତାଙ୍କୁ ଏହି ବ୍ୟବସାୟରେ ସାହାଯ୍ୟ କରିଥିବା ସେ କହିଚନ୍ତି ।

ଏହା ବି ପଢନ୍ତୁ- ଟମାଟୋ ବିକି ହେଲେ କୋଟିପତି, ମାସକରେ ରୋଜଗାର କଲେ ଦେଢ଼ କୋଟି

ଚଳିତ ବର୍ଷ ସେ ୬୦ ଏକର ଜମିରେ ଟମାଟୋ ଚାଷ କରିଥିଲେ । ଭଲ ଫସଲ ମଧ୍ୟ ହୋଇଥିଲା । ଏଯାବତ ସେ ୮୩୦୦ ପେଟି ଟମାଟୋ ବିକ୍ରି କରିସାରିଥିବା ବେଳେ ଆହୁରି ୫୦୦ ପେଟି ଟମାଟୋ ରହିଛି । ଜୟରାମ କହିଛନ୍ତି ଯେ ହିମାଚଳପ୍ରଦେଶରେ ଗତ କିଛି ଦିନ ଧରି ବନ୍ୟା ବିତ୍ପାତ ସୃଷ୍ଟି ହୋଇଥିଲେ ସୁଦ୍ଧା ସେ ଭଲ ରୋଜଗାର କରିପାରିଛନ୍ତି । ତାଙ୍କର କିଛି ଫସଲ ନଷ୍ଟ ହୋଇଥିବା ମଧ୍ୟ ସେ କହିଛନ୍ତି । କିଛି ଟମାଟୋକୁ ସେ ବିକ୍ରି କରିସାରିଥିବା ବେଳେ ତାହା ରାସ୍ତାରେ ଭୂସ୍ଖଳନ ଯୋଗୁଁ ନଷ୍ଟ ମଧ୍ୟ ହୋଇଯାଇଛି ।

ଏହି ଅର୍ଥରେ ସେ ଆଗକୁ ଏକ ନୂଆ ଟ୍ରାକ୍ଟର କିଣିବେ ବୋଲି କହିଛନ୍ତି । ଏହା ବ୍ୟତୀତ ଚାଷ କାର୍ଯ୍ୟରେ ଏହି କଷ୍ଟ ଅର୍ଜିତ ଧନକୁ ଉପଯୋଗ କରିବେ । ସୂଚନା ଥାଉ କି ମୌସୁମୀ ପରେ ଟମାଟୋ ଦର ଅହେତୁକ ବୃଦ୍ଧି ପାଇଛି । ପୂର୍ବରୁ ଯେଉଁଠି ଗ୍ରାହକ ୧ରୁ ୨ କେଜି ଟମାଟୋ ନେଉଥିଲେ ଆଜି ସେଠାରେ ୨୫୦ ଗ୍ରାମ ଟମାଟୋ ନେଉଛନ୍ତି । ମଧ୍ୟବିତ୍ତ ପରିବାର ଟମାଟୋ କିଣୁନଥିବା ମଧ୍ୟ ଦେଖିବାକୁ ମିଳିଛି । ଟମାଟୋ ଦର ଆକାଶଛୁଆଁ ହେବା ପରେ ଲାଭବାନ ହୋଇଛନ୍ତି ଟମାଟୋ ଚାଷୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.