ETV Bharat / bharat

GST Collection: ମାର୍ଚ୍ଚରେ ରେକର୍ଡ ସଂଗ୍ରହ

author img

By

Published : Apr 1, 2022, 10:42 PM IST

ମାର୍ଚ୍ଚରେ ରେକର୍ଡ ସଂଗ୍ରହ
ମାର୍ଚ୍ଚରେ ରେକର୍ଡ ସଂଗ୍ରହ

ଗତ ମାସ (ମାର୍ଚ୍ଚ) ରେ ଦେଶରେ ମୋଟ ୧ ଲକ୍ଷ ୪୨ ହଜାର ୯୫ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଛି । ଯାହା ଏକ ରେକର୍ଡ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଗତ ମାସ (ମାର୍ଚ୍ଚ) ରେ ଦେଶରେ ମୋଟ ୧ ଲକ୍ଷ ୪୨ ହଜାର ୯୫ କୋଟି ଟଙ୍କାର (GST revenue collected in the month of March 2022) ଜିଏସଟି ସଂଗ୍ରହ ହୋଇଛି । ଯାହା ଏକ ରେକର୍ଡ । ସଂଗ୍ରହ ହୋଇଥିବା ରାଶିରୁ କେନ୍ଦ୍ରୀୟ ଜିଏସଟି (CGST )ର ପରିମାଣ ୨୫ ହଜାର ୮୩୦ କୋଟି ଥିବାବେଳେ ରାଜ୍ୟ ଜିଏସଟି (SGST ) ପରିମାଣ ୩୨ ହଜାର ୩୭୮ କୋଟି ଓ ଆଇଜିଏସଟି(IGST ) ପରିମାଣ ୭୪ ହଜାର ୪୭୦ କୋଟି ଟଙ୍କା ରହିଛି ।

ମାର୍ଚ୍ଚରେ ରେକର୍ଡ ସଂଗ୍ରହ
ମାର୍ଚ୍ଚରେ ରେକର୍ଡ ସଂଗ୍ରହ

ସମ୍ମିଳିତ ଜିଏସଟିରେ ୩୯ ହଜାର ୧୩୧ କୋଟି ଆମଦାନୀ ବାବଦ ଶୁଳ୍କ ରହିଛି ଯାହା ଆମଦାନୀ ହେଉଥିବା ବିଭିନ୍ନ ପ୍ରକାର ସାମଗ୍ରୀ ଉପରୁ ସଂଗୃହୀତ ହୋଇଛି । ସେହିଭଳି ମାର୍ଚ୍ଚ ମାସରେ ଆଦାୟ ହୋଇଥିବା ଉପକର ବା ସେସ ଏବଂ ଅନ୍ୟାନ୍ୟ ଅତିରିକ୍ତ କରର ପରିମାଣ ୯ ହଜାର ୪୧୭ କୋଟି ଟଙ୍କା । ଏଥିରେ ଆମଦାନୀ ହୋଇଥିବା ସାମଗ୍ରୀ ଉପରୁ କେବଳ ୯୮୧ କୋଟି ଟଙ୍କାର ନିରୋଳା ସେସ ରହିଛି ।

୨୦୨୨ ମାର୍ଚ୍ଚରେ ଆଦାୟ ହୋଇଥିବା ମୋଟ ଜିଏସଟି ଏକ ସର୍ବକାଳୀନ ରେକର୍ଡ । ଚଳିତବର୍ଷ ଜାନୁୟାରୀ ମାସରେ ୧ ଲକ୍ଷ ୪୦ ହଜାର ୯୮୬ କୋଟି ଜିଏସଟି ସଂଗୃହିତ ହୋଇଥିଲା । ନିୟମିତ ଅଂଶ ପ୍ରଦାନ ବ୍ୟବସ୍ଥାରେ କେନ୍ଦ୍ର ସରକାର ମାର୍ଚ୍ଚ ମାସରେ ଆଦାୟ ହୋଇଥିବା ମୋଟ ଜିଏସଟିରୁ କେନ୍ଦ୍ରୀୟ ଜିଏସଟି ବାବଦରେ ୨୯ ହଜାର ୮୧୬ କୋଟି ଟଙ୍କା ପ୍ରଦାନ କରିଥିବାବେଳେ ରାଜ୍ୟ ଜିଏସଟି ପ୍ରାପ୍ୟ ବାବଦରେ ରାଜ୍ୟମାନଙ୍କ ପାଇଁ ୨୫ ହଜାର ୩୨ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହା ସହିତ କେନ୍ଦ୍ର ସରକାର ମଧ୍ୟ ସମନ୍ବିତ ଜିଏସଟି ବାବଦରେ ଆଦାୟ ହୋଇଥିବା ଅର୍ଥକୁ ଆଡହକ୍ ଭିତ୍ତିରେ (Centre has also settled Rs. 20,000 crore of IGST on ad-hoc basis in the ratio of 50:50) ୫୦:୫୦ ଅନୁପାତରେ ବିଭାଜିତ କରି ରାଜ୍ୟମାନଙ୍କୁ 20 ହଜାର କୋଟି ଟଙ୍କା ମାର୍ଚ୍ଚ ମାସରେ ଦେଇଛନ୍ତି ।

ନିୟମିତ ଓ ଆଡହକ (ଅସ୍ଥାୟୀ) ଜିଏସଟି ଭାଗ ଅନୁସାରେ ଗତ ମାର୍ଚ୍ଚ ମାସରେ କେନ୍ଦ୍ର ସରକାରଙ୍କୁ କେନ୍ଦ୍ରୀୟ ଜିଏସଟି ବାବଦରେ ମୋଟ ୬୫ ହଜାର ୬୪୬ କୋଟି ଏବଂ ରାଜ୍ୟମାନଙ୍କୁ ରାଜ୍ୟ ଜିଏସଟି ବାବଦରେ ୬୭ ହଜାର ୪୧୦ କୋଟି ଟଙ୍କା ମିଳିଛି । ଏହାଛଡା ଜିଏସଟି କ୍ଷତିପୂରଣ ବାବଦରେ ବିଭିନ୍ନ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୮ ହଜାର ୨୫୨ କୋଟି ଟଙ୍କା ମାର୍ଚ୍ଚ ମାସରେ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.