ETV Bharat / bharat

ଉଗ୍ର ରୂପ ନେଇପାରେ ଚାଷୀ ଆନ୍ଦୋଳନ; ଟିକ୍ରି, ସିଙ୍ଘୁ ସୀମାରେ ବଢିଲା ସୁରକ୍ଷା

author img

By

Published : Jan 29, 2021, 10:00 AM IST

ଉଗ୍ର ରୂପ ନେବାକୁ ଯାଉଛି ଚାଷୀ ଆନ୍ଦୋଳନ
ଉଗ୍ର ରୂପ ନେବାକୁ ଯାଉଛି ଚାଷୀ ଆନ୍ଦୋଳନ

କୃଷି ଆଇନକୁ ବିରୋଧ କରି ଏବେ ଚାଷୀ ଆନ୍ଦୋଳନ ହିଂସାରେ ପରିଣତ ହୋଇଛି । ଆଇନ ପ୍ରତ୍ୟାହାର ଦାବିରେ ଟିକ୍ରି ଓ ସିଙ୍ଘୁ ସୀମାରେ ଆନ୍ଦୋଳନରତ ଚାଷୀଙ୍କୁ ହଟାଇବାକୁ ବହୁ ସଂଖ୍ୟାରେ ସେନା ନିୟୋଜିତ ହୋଇଛନ୍ତି ।

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଏବେ ଚାଷୀ ଆନ୍ଦୋଳନ ହିଂସାରେ ପରିଣତ ହୋଇଛି । ଆଇନ ପ୍ରତ୍ୟାହାର ଦାବିରେ କୃଷକ ସଙ୍ଗଠନ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ବେଳେ ଗୁରୁବାର ମଧ୍ୟରାତ୍ରିରୁ ପୁଣି ଚାଷୀ ଶକ୍ତି ବୃଦ୍ଧି ଆରମ୍ଭ କରିଛନ୍ତି । ଉତ୍ତରପ୍ରଦେଶ-ଦିଲ୍ଲୀ ଗାଜିପୁର ବୋର୍ଡରେ ବହୁ ସଂଖ୍ୟାରେ ଚାଷୀ ଏକୁଜୁଟ ହେବାରେ ଲାଗିଛନ୍ତି । ଆଇନ ନ ହଟିବା ଯାଏ, ଧାରଣ ଜାରି ରହିବ ବୋଲି କୃଷକ ସଙ୍ଗଠନ ନେତା ରାକେଶ ଟିକାୟତ ଘୋଷଣା କରିବା ପରେ ଧାରଣାସ୍ଥଳକୁ ଚାଷୀ ଛୁଟିବାରେ ଲାଗିଛନ୍ତି । ସେପଟେ ଦିଲ୍ଲୀର ବିଭିନ୍ନ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।


ଟିକ୍ରି ଓ ସିଙ୍ଘୁ ସୀମାରେ ଚାଷୀଙ୍କ ଧାରଣା ଜାରି ରହିଥିବା ବେଳେ ଧାରଣାସ୍ଥଳ ଖାଲି କରିବାକୁ ୟୁପି ସରକାର ନିର୍ଦ୍ଦେଶ ଦେବାପରେ ଏବେ ସ୍ଥିତି ଜଟିଳ ହୋଇପଡିଛି । ଆନ୍ଦୋଳନରତ ଚାଷୀଙ୍କୁ ହଟାଇବା ପାଇଁ ସରକାର ମାନସିକ ସ୍ତରରେ ପ୍ରସ୍ତୁତ ହୋଇସାରିଥିବା ବେଳେ ବର୍ତ୍ତମାନ ଆଇନଗତ ପ୍ରକ୍ରିୟା ଜାରି ରଖିଛନ୍ତି । ଫଳସ୍ବରୂପ ଟିକ୍ରି , ସିଂଘୁ ବୋର୍ଡର ଦିଲ୍ଲୀ-ହରିୟାଣ ସୀମାରେ ସୁରକ୍ଷାବଳ ବଢାଇବା ସହ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିଛନ୍ତି ।


ଉତ୍ତରପ୍ରଦେଶ-ଦିଲ୍ଲୀ ଗାଜିପୁର ବୋର୍ଡରେ ଚାଷୀ ଆନ୍ଦୋଳନ ବିସ୍ଫୋରକ ରୂପ ଧାରଣ କରିପାରେ । ଟିକ୍ରି ସୀମାରେ କୌଣସି ଅଘଟଣ ପୂର୍ବରୁ ଆଶଙ୍କା ପୂର୍ବରୁ ସୁରକ୍ଷା କଡାକାଡି କରିଛି ଦିଲ୍ଲୀ ଓ ୟୁପି ପୋଲିସ । ଆଉ ସବୁଠାରୁ ବଡକଥା ହେଉଛି ଗତକାଲି ଠାରୁ ଧାରଣା ସ୍ଥଳକୁ ପାଣି ବିଜୁଳି ଯୋଗାଣ ବନ୍ଦ କରିଦେଇଛି ପ୍ରଶାସନ । ସେପଟେ ଧାରଣସ୍ଥଳ ଖାଲି କରିବାକୁ ଟିକିରି ଓ ସିଂଘୁ ବୋର୍ଡର ସ୍ଥାନୀୟ ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି । କାରଣ ଦୀର୍ଘ ଦିନର ରାସ୍ତା ଅବରୋଧ ସହ ସ୍ଥାନୀୟ ଅଞ୍ଚଳରେ ହଜାର ହଜାର ଚାଷୀଙ୍କ ଏକତ୍ରିକରଣ ସ୍ଥାନୀୟ ବାସିନ୍ଦାଙ୍କୁ ଅତିଷ୍ଠ କଲାଣି । ଫଳରେ ଏବେ ସେମାନେ ଚାଷୀଙ୍କୁ ହଟାଇବାକୁ ଅଣ୍ଟା ଭିଡିଲେଣି । ଯାହା ପ୍ରଶାସନ ପାଇଁ ବଡ ସୁଯୋଗ ହୋଇପାରେ । ଚାଷୀଙ୍କ ସମାଗମକୁ ଦେଖି ପ୍ରଶାସନ ସେଠାରେ 144 ଧାରା ଜାରି ହରିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.