ETV Bharat / bharat

କାର-ଟ୍ରଲର ଧକ୍କା, 4 ମୃତ, 3 ଗୁରୁତର

author img

By ETV Bharat Odisha Team

Published : Nov 26, 2023, 2:28 PM IST

କାର-ଟ୍ରଲର ମଧ୍ୟରେ ଧକ୍କା, 4 ମୃତ, 3 ଗୁରୁତର
କାର-ଟ୍ରଲର ମଧ୍ୟରେ ଧକ୍କା, 4 ମୃତ, 3 ଗୁରୁତର

ଉତ୍ତରପ୍ରଦେଶ ମିର୍ଜାପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର ଓ ଟ୍ରଲର ମଧ୍ୟରେ ଧକ୍କା । 4 ମୃତ 3 ଆହତ । ଅଧିକ ପଢନ୍ତୁ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ମିର୍ଜାପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଶନିବାର ବିଳମ୍ବିତ ରାତିରେ କାର ଓ ଟ୍ରଲର ମଧ୍ୟରେ ଧକ୍କା ହୋଇଥିବା ବେଳେ ଏହି ଦୁର୍ଘଟଣାରେ 4 ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ 3 ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ମୃତକଙ୍କ ମଧ୍ୟରେ 3 ଜଣ ମହିଳା ଓ ଜଣେ ଶିଶୁ ରହିଛନ୍ତି । ଗୁରୁତର ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଟ୍ରଲର ଡ୍ରାଇଭରକୁ ଗିରଫ କରିବା ସହ ପୋଲିସ ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲା ଅଦଲହାଟ ଥାନା ଅନ୍ତର୍ଗତ ସିକିୟା ସ୍ଥିତ ଏକ ପେଟ୍ରୋଲ ପମ୍ପ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଟ୍ରଲର ଓ କାର ମୁହାଁମୁହିଁ ଧକ୍କା ଫଳରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 3 ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କ ହସ୍ପିଟାଲରେ ଚିକିତ୍ସା ଜାରି ରହିଥିବା ବେଳେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ବିବାହ ଭୋଜିରେ ଯୋଗ ଦେଇ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି । ଦୁର୍ଘଟଣା ସମୟରେ କାରରେ ଚାଳକଙ୍କୁ ମିଶାଇ ମୋଟ 7 ଜଣ ଯାତ୍ରୀ ଥିଲେ । କାରରେ ଥିବା ଶକିଲ ବାନୋ, ହୁସ୍ନ ଆରା, ସମିତା ପରଓ୍ୱିନ, ଦିଲଶାନ ବକ୍ତିଆରଙ୍କ ମୃତ୍ୟୁ ହୋଇଥିବା ବେଳେ ଚାଳକ ସମେତ ଅନ୍ୟ 3 ଜଣ ଆହତ ହୋଇଛନ୍ତି । ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାରଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଚୁରମାର ହୋଇଯାଇଛି ।

ଏହାମଧ୍ୟ ପଢନ୍ତୁ.. ଭାରସାମ୍ୟ ହରାଇ ଗଛରେ ପିଟି ହେଲା ଦ୍ରୁତଗାମୀ କାର୍, ୪ ମୃତ

ପୋଲିସ ଅଧିକାରୀ ଓପି ସିଂହଙ୍କ ସୂଚନା ଅନୁଯାୟୀ, ମିର୍ଜାପୁର ଜିଲ୍ଲା ଅଦଲହାଟ ଥାନା ଅନ୍ତର୍ଗତ ନାରାୟଣପୁର ସ୍ଥିତ ଅଙ୍କିତ ହସ୍ପିଟାଲ ସାମ୍ନାରେ ବିଳମ୍ବିତ ରାତିରେ ଏକ ଟ୍ରଲର ଓ କାର ମଧ୍ୟରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ 3 ଜଣ ମହିଳାଙ୍କ ସମେତ ଜଣେ ଶିଶୁଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଡ୍ରାଇଭର ସମେତ 3 ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କ ଚିକିତ୍ସା ହସ୍ପିଟାଲରେ ଜାରି ରହିଛି । ତେବେ ପୋଲିସ ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠା ଯାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରଲରକୁ ପୋଲିସ ଜବତ କରିବା ସହ ଗାଡି ଚାଳକଙ୍କୁ ଗିରଫ କରାଯାଇଛି । ଗାଡି ଚାଳକକୁ ପଚରାଉଚରା କରିବା ସହ ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.