ETV Bharat / bharat

Hate Speech Case: AIMIM ନେତା Akbaruddin Owaisi ଦୋଷମୁକ୍ତ

author img

By

Published : Apr 13, 2022, 3:41 PM IST

Hate Speech: ହେଟ ସ୍ପିଚ ମାମଲାରେ AIMIM ନେତା ଅକବରଉଦ୍ଦିନ ଓଓ୍ବେସୀ ଦୋଷମୁକ୍ତ
Hate Speech: ହେଟ ସ୍ପିଚ ମାମଲାରେ AIMIM ନେତା ଅକବରଉଦ୍ଦିନ ଓଓ୍ବେସୀ ଦୋଷମୁକ୍ତ

ଘୃଣା ସୃଷ୍ଟିକାରୀ (Hate Speech) ମାମଲାରେ AIMIM ନେତା ଅକବରୁଦ୍ଦିନ ଓଓ୍ବେସୀଙ୍କୁ ବଡ ଆଶ୍ବସ୍ତି । ଦୋଷମୁକ୍ତ କଲେ ହାଇଦ୍ରାବାଦ ସ୍ବତନ୍ତ୍ର ସେସନ୍ କୋର୍ଟ ।10 ବର୍ଷ ତଳର 2ଟି ମାମଲାରେ କରାଯାଇଛି ଦୋଷମୁକ୍ତ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଘୃଣା ସୃଷ୍ଟିକାରୀ ବା ଉତ୍ତେଜକ ଭାଷଣ (Hate Speech) ଦେବା ମାମଲାରେ AIMIM ନେତା ଅକବରୁଦ୍ଦିନ ଓଓ୍ବେସୀଙ୍କୁ ବଡ ଆଶ୍ବସ୍ତି । 10 ବର୍ଷ ତଳର ଏହି ମାମଲାରେ ଅକବରୁଦ୍ଦିନଙ୍କୁ ଦୋଷମୁକ୍ତ କରିଛନ୍ତି ହାଇଦ୍ରାବାଦ ସ୍ବତନ୍ତ୍ର କୋର୍ଟ । 2ଟି ମାମଲାରେ କରାଯାଇଛି ଦୋଷମୁକ୍ତ ।

10 ବର୍ଷ ପୁରୂଣା 2012ରେ ଅକବରୁଦ୍ଦିନଙ୍କ ବିରୋଧରେ ମାମଲା ଦାଏର ହୋଇଥିଲା । ଏକ ଭାଷଣରେ ସାମ୍ପ୍ରଦାୟିକ ତଥା ଘୃଣାସୃଷ୍ଟିକାରୀ ମନ୍ତବ୍ୟ ଦେଇଥିଲେ ଅକବରୁଦ୍ଦିନ ଓଓ୍ବେସୀ । ବିବଦୀୟ ଭାଷଣରେ ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ଗତକାଲି ଏହି ମାମଲାରେ ହାଇଦ୍ରାବାଦ ସ୍ବତନ୍ତ୍ର ସେସନ୍ କୋର୍ଟ ଶୁଣାଣି କରିଥିଲେ । ଆଜି ରାୟ ପ୍ରକାଶ ପାଇବା ସହ ତାଙ୍କୁ ଦୋଷମୁକ୍ତ ଦର୍ଶାଇଛନ୍ତି କୋର୍ଟ ।

ତେବେ ସାନ ଭାଇ ହିଂସକ ଭାଷଣ ମାମଲାରେ ଦୋଷ ମୁକ୍ତ ହେବା ପରେ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି ବଡ ଭାଇ ତଥା AIMIM ସାଂସଦ ଅସଦୁଦ୍ଦିନ ଓୱେସୀ । ସେ କହିଛନ୍ତି, ନ୍ୟାୟର ଜିତ ହୋଇଛି । ମାମଲା ଲଢିଥିବା ସମସ୍ତ ଆଇନଜୀବୀଙ୍କୁ ଧନ୍ୟବାଦ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.