କୋର୍ଟ ବାହାରେ ଗ୍ୟାଙ୍ଗଷ୍ଚାରକୁ ଗୁଳି କରି ହତ୍ୟା

author img

By

Published : Sep 20, 2022, 7:16 AM IST

କୋର୍ଟ ବାହାରେ ଗ୍ୟାଙ୍ଗଷ୍ଚାରକୁ ଗୁଳି କରି ହତ୍ୟା

କୋର୍ଟ ବାହାରେ ଗ୍ୟାଙ୍ଗଷ୍ଚାରକୁ ଗୁଳି କରି ହତ୍ୟା । ସିସିଟିଭ କଏଦ ହୋଇଛି ହତ୍ୟା ସମୟର ଚାଞ୍ଚଲ୍ୟକର ଦୃଶ୍ୟ । ଅଧିକ ପଢନ୍ତୁ

ଜୟପୁର: ଦିନ ଦ୍ବିପ୍ରହରରେ କୋର୍ଟ ବାହାରେ ଗୁଳିକାଣ୍ଡ । ପୋଲିସ ସାମ୍ନାରେ ଗ୍ୟାଙ୍ଗଷ୍ଟାରକୁ ଗୁଳି କଲେ ଦୁର୍ବୃତ୍ତ(Haryana gangster shot dead outside Rajasthan court) । ସୋମବାର ଦିନ ରାଜସ୍ଥାନ ନାଗୌର ଜିଲ୍ଲା କୋର୍ଟ ବାହାରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ସମସ୍ତଙ୍କ ସାମ୍ନାରେ ସୁର୍ଟରମାନେ ହରିୟାଣାର ଗ୍ୟାଙ୍ଗଷ୍ଟାର ସନ୍ଦୀପ ସେଟ୍ଟୀକୁ(Haryana gangster Sandeep Shetty) ଗୁଳି କରି ହତ୍ୟା କରିଛନ୍ତି । ଏଥିରେ ଗ୍ୟାଙ୍ଗଷ୍ଟାରର ଦୁଇ ସହଯୋଗୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଅଧିକାରୀଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେବେ ଏହି ଘଟଣାର ସିସିଟିଭି ଫୁଟେଜ ଏବେ ଭାଇରାଲ ହେବାରେ ଲାଗିଛି ।

ସୂଚନା ମୁତାବକ, ଏକ ହତ୍ୟା ମାମଲାରେ ପୋଲିସ ଗ୍ୟାଙ୍ଗଷ୍ଟାର ସନ୍ଦୀପ ସେଟ୍ଟୀକୁ କୋର୍ଟରେ ହାଜର କରିବାକୁ ନେଇଥିଲା । ସନ୍ଦୀପ କୋର୍ଟ ଭିତରକୁ ଯାଉଥିବା ସମୟରେ ଜଣେ ଦୁର୍ବୃତ୍ତ ବାଇକରେ ଆସି ଅଚାନକ ତାଙ୍କ ଉପରକୁ ଗୁଳିମାଡ କରିଥିଲା ଏବଂ ତୁରନ୍ତ ସେଠାରୁ ଦୌଡି ଯାଇ ବାଇକରେ ଥିବା ନିଜର ଦୁଇ ସହଯୋଗୀଙ୍କ ସହ ଫେରାର୍ ହୋଇଯାଇଥିଲା । ସେଠାରେ ଲାଗିଥିବା ସିସିଟିଭି ଫୁଟେଜରେ ଏହା ଦେଖିବାକୁ ମିଳିଛି । ଏହାପରେ ପୋଲିସ ସଙ୍ଗେ ସଙ୍ଗେ ସନ୍ଦୀପକୁ ହସ୍ପିଟାଲକୁ ନେଇଥିଲା । ହେଲେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ । ଏହି ଗୁଳିକାଣ୍ଡରେ ଜଣେ ଆଇନଜୀବୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ: ପ୍ରେମିକ ପ୍ରମାଣ ଦେବାକୁ ଦୁଷ୍କର୍ମ ପରେ ଭିଡିଓ କଲା ଅଭିଯୁକ୍ତ, ଗିରଫ କଲା ପୋଲିସ

ନାଗୌର ଅତିରିକ୍ତ ଏସପି(Nagaur Additional SP) ରାଜେଶ ମୀନା ଗଣମାଧ୍ୟମକୁ କହିଛନ୍ତି ଯେ, ''ଗୁଳିକାଣ୍ଡ ସ୍ଥଳରୁ ୧୦ଟି କାଟ୍ରିଜ ଜବତ ହୋଇଛି । ଘଟଣା ପରେ ପୋଲିସ ସ୍ଥାନୀୟ ଅଞ୍ଚଳକୁ ନାକାବନ୍ଦୀ କରି ଆକ୍ରମଣକାରୀଙ୍କୁ ଖୋଜାଖୋଜି କରୁଛି । ଯାହା ସୂଚନା ମିଳିଛି, ମୃତ ଗ୍ୟାଙ୍ଗଷ୍ଟାର ସନ୍ଦୀପ ଦୁଇ ଦିନ ତଳେ ଜାମିନ ପାଇ ମୁକୁଳି ଥିଲା ଏବଂ ରଘୁବୀର ହତ୍ୟା ମାମଲାରେ ସୋମବାର ଦିନ ତାକୁ କୋର୍ଟ ହାଜର କରିବାକୁ ନିଆଯାଇଥିଲା । ସନ୍ଦୀପ ହରିୟାଣାର ସୁପାରି କିଲର ଓ ଗ୍ୟାଙ୍ଗଷ୍ଟାର ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.