ETV Bharat / bharat

Wrestlers protest: ଦୋଷୀ ସାବ୍ୟସ୍ତ ହେଲେ ଝୁଲି ପଡିବି କହିଲେ ବ୍ରିଜଭୂଷଣ, ଦିଲ୍ଲୀ ପୋଲିସକୁ ମିଳିନି ଠୋସ୍ ପ୍ରମାଣ !

author img

By

Published : May 31, 2023, 4:00 PM IST

ନିଜ ବିରୋଧର୍ ଆସିଥିବା ଅଭିଯୋଗ ପ୍ରମାଣିତ ହେଲେ ନିଜକୁ ଶେଷ କରିଦେବେ କହିଲେ ବ୍ରିଜଭୂଷଣ । ସେପଟେ ଅଭିଯୋଗ ନେଇ ପ୍ରମାଣ ପାଉନି ପୋଲିସ । 15 ଦିନ ମଧ୍ୟରେ କୋର୍ଟ ଦାଖଲ ହେବ ଚାର୍ଜସିଟ । ଆସନ୍ତାକାଲି କୃଷକ ମହାପଞ୍ଚାୟତରେ ଉଠିବ କୁସ୍ତିଯୋଦ୍ଧା ପ୍ରସଙ୍ଗ । ଅଧିକ ପଢନ୍ତୁ

Wrestlers protest :‘ ମୋ ବିରୋଧରେ ପ୍ରମାଣ ମିଳିଲେ ନିଜକୁ ଝୁଲାଇ ଦେବି ’
Wrestlers protest :‘ ମୋ ବିରୋଧରେ ପ୍ରମାଣ ମିଳିଲେ ନିଜକୁ ଝୁଲାଇ ଦେବି ’

ନୂଆଦିଲ୍ଲୀ: କୁସ୍ତି ମହାସଂଘ ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣଙ୍କ ଗିରଫଦାରୀ ଦାବିରେ ଜାରି ରହିଥିବା କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି । ଏହାରି ମଧ୍ଯରେ ଏହି ଆନ୍ଦୋଳନ ଚାଷୀ ସଂଗଠନର ସମର୍ଥନ ପାଇବା ପରେ ଏବେ ବ୍ୟାପକ ହେବା ସହ ରାଜନୀତି ଆଡକୁ ମୁଁହାଇବା ପରି ଦୃଶ୍ୟମାନ ହେଲାଣି । ଏହାରି ମଧ୍ୟରେ ଆସନ୍ତାକାଲି (ଗୁରୁବାର) ମୁଜାଫରନଗର ସୋରମରେ ଆୟୋଜିତ ହେବାକୁ ଥିବା ଚାଷୀ ମହାପଞ୍ଚାୟତରେ ଏହି ପ୍ରସଙ୍ଗ ଆଲୋଚନା ହେବା ନେଇ ଚାଷୀ ନେତା ରାକେଶ ଟିକାୟତ ସୂଚନା ଦେଇଛନ୍ତି । ଏସବୁ ମଧ୍ୟରେ କୁସ୍ତି ମହାସଂଘ ସଭାପତି ବ୍ରିଜଭୂଷଣ ନିଜ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ଅଭିଯୋଗ ପ୍ରମାଣିତ ହେଲେ ସେ ନିଜକୁ ଶେଷ କରିଦେବେ ବୋଲି କହିଛନ୍ତି ।

  • #WATCH | "If a single allegation against me is proven, I will hang myself. If you (wrestlers) have any evidence, present it to the Court and I am ready to accept any punishment," says WFI chief and BJP MP Brij Bhushan Sharan Singh pic.twitter.com/hfoB7FOhWc

    — ANI (@ANI) May 31, 2023 " class="align-text-top noRightClick twitterSection" data=" ">

ବ୍ରିଜଭୂଷଣ କହିଛନ୍ତି, ‘‘ମୋ ବିରୋଧରେ କୌଣସି ଗୋଟିଏ ଅଭିଯୋଗ ପ୍ରମାଣିତ ହେଲେ ମୁଁ ନିଜକୁ ଝୁଲାଇ ଦେବି । ଯଦି ତୁମ (କୁସ୍ତିଯୋଦ୍ଧା) ପାଖରେ କିଛି ପ୍ରମାଣ ଅଛି, ତାହାଲେ କୋର୍ଟରେ ଦାଖଲ କର । ମୁଁ ଦୋଷୀ ସାବ୍ୟସ୍ତ ହେଲେ, କୌଣସି ଦଣ୍ଡକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି ।’’ ଅନ୍ୟପଟେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମାମଲାର ତଦନ୍ତ କରୁଥିବା ଦିଲ୍ଲୀ ପୋଲିସ ନିକଟରେ ବ୍ରିଜଭୂଷଣଙ୍କ ବିରୋଧରେ ଆସିଥିବା ଅଭିଯୋଗ ନେଇ କୌଣସି ଦୃଢ ପ୍ରମାଣ ମଧ୍ୟ ମିଳିନାହିଁ ।

15 ଦିନ ମଧ୍ୟରେ ଦିଲ୍ଲୀ ପୋଲିସ ଏହି ମାମଲାରେ ଚାର୍ଜସିଟ ଦାଖଲ କରିବ । ହେଲେ ଦିଲ୍ଲୀ ପୋଲିସ ହାତରେ ବ୍ରିଜଭୂଷଣଙ୍କ ବିରୋଧରେ ଆସିଥିବା ଅଭିଯୋଗ ନେଇ ସେପରି କିଛି ଠୋସ୍‌ ପ୍ରମାଣ ମିଳିନାହିଁ । ତେଣୁ ବ୍ରିଜଭୂଷଣଙ୍କ ଗିରଫଦାରୀ ନେଇ ସେପରି କିଛି ଆଶଙ୍କା ମଧ୍ୟ ଦେଖାଯାଉନାହିଁ । ବ୍ରିଜଭୂଷଣଙ୍କ ବିରୋଧରେ ଆସିଥିବା ଅଭିଯୋଗରେ 7 ବର୍ଷରୁ କମ ଦଣ୍ଡର ପ୍ରବଧାନ ରହିଛି । ତେଣୁ ତାଙ୍କୁ ମାମଲାର ତଦନ୍ତକାରୀ ଅଧିକାରୀ ଜେରା କରିପାରନ୍ତି, କିନ୍ତୁ ଗିରଫ କରିପାରିବେ ନାହିଁ । ତଦନ୍ତକୁ ପ୍ରଭାବିତ କରିବା କିମ୍ବା ପ୍ରମାଣ ନଷ୍ଟ ଉଦ୍ୟମ ପରି ଅଭିଯୋଗ ମଧ୍ୟ ବ୍ରିଜଭୂଷଣଙ୍କ ବିରୋଧରେ ଆସିନାହିଁ । ପୋଲିସ ତଦନ୍ତ ଜାରି ରଖିଛି । 15 ଦିନ ମଧ୍ୟରେ ପୋଲିସ କୋର୍ଟରେ ଏହି ମାମଲାର ଚୂଡାନ୍ତ ବିସ୍ତୃତ ରିପୋର୍ଟ ଦାଖଲ କରିପାରେ । ପୋଲିସ ଦାଖଲ କରିବାକୁ ଥିବା ରିପୋର୍ଟରେ କୌଣସି ପ୍ରମାଣ ନରହିଲେ, କୁସ୍ତିଯୋଦ୍ଧାଙ୍କ ସମସ୍ତ ଅଭିଯୋଗ ଖାରଜ ହେବା ସହ ବ୍ରିଜଭୂଷଣ କୋର୍ଟରୁ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇପାରନ୍ତି ।

ଦୀର୍ଘ ପ୍ରାୟ ଏକ ମାସରୁ ଅଧିକ ସମୟ ଧରି କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ଜାରି ରହଥିବା ବେଳେ ନୂତନ ସଂସଦ ଭବନ ଲୋକାର୍ପଣ ଦିନ (28 ତାରିଖ) ସେମାନେ ନୂଆ ସଂସଦ ଅଭିମୁଖେ ଯାତ୍ରା ପାଇଁ ପ୍ରସ୍ତୁତ ହେଉଥିଲେ । ପୋଲିସ ସେମାନଙ୍କୁ ବାଧା ଦେବା ସହ ଥାନାକୁ ଉଠାଇ ନେଇ ଅଟକ ରଖିଥିଲା । ପରେ ଧାରଣାସ୍ଥଳ ଜନ୍ତର ମନ୍ତରରେ ଧାରା 144 ଜାରି ସହ ସେଠାରେ ଆଉ କୌଣସି ପ୍ରକାର ଆନ୍ଦୋଳନ ବା ଧାରଣାକୁ ଅନୁମତି ଦେଇନଥିଲା ପୋଲିସ । ଏପରିକି ଗତକାଲି ଗଙ୍ଗା ଘାଟରେ ମେଡାଲ ବିସର୍ଜନ ନିଷ୍ପତ୍ତିକୁ ପ୍ରତ୍ୟାହାର କରି ସରକାରଙ୍କୁ ବ୍ରିଜଭୂଷଣକୁ ଗିରଫ ପାଇଁ 5 ଦିନର ମହଲତ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.