ETV Bharat / bharat

ଆଜି ତେଲେଙ୍ଗାନା ଛୁଟି, ଘୋଷଣା କଲେ KCR

author img

By

Published : Sep 28, 2021, 10:30 AM IST

'ଗୁଲାବ' ପ୍ରଭାବ: ଆଜି ତେଲେଙ୍ଗାନାକୁ ଛୁଟି ଘୋଷଣା କଲେ କେ.ସି.ଆର୍
'ଗୁଲାବ' ପ୍ରଭାବ: ଆଜି ତେଲେଙ୍ଗାନାକୁ ଛୁଟି ଘୋଷଣା କଲେ କେ.ସି.ଆର୍

ରାଜ୍ୟରେ ଆହୁରି ୨ଦିନ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ରାଜ୍ୟରେ ଛୁଟି ଘୋଷଣା କରିଛନ୍ତି ତେଲେଙ୍ଗାନା ସରକାର । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ବାତ୍ୟା 'ଗୁଲାବ'ର ପ୍ରଭାବରେ ଏବେ ତେଲେଙ୍ଗାନା ତୁହାକୁ ତୁହା ବର୍ଷା ଜାରି ରହିଛି । ରାଜ୍ୟରେ ଆହୁରି ୨ ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଆଜି (ମଙ୍ଗଳବାର) ରାଜ୍ୟରେ ଛୁଟି ଘୋଷଣା କରିଛନ୍ତି ତେଲେଙ୍ଗାନା ସରକାର । ସରକାରୀ ତଥା ବେସରକାରୀ ଶିକ୍ଷାନୁଷ୍ଠାନ ଓ ପ୍ରତିଷ୍ଠାନ ଗୁଡିକୁ ଆଜି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଜରୁରୀକାଳିନ ବିଭାଗ ଯଥା ରାଜସ୍ବ ବିଭାଗ, ଅଗ୍ନିଶମ, ମ୍ୟୁନିସିପାଲଟି, ପଞ୍ଚାୟତ ରାଜ, ଜଳସେଚନ ବିଭାଗର କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଏହି ସବୁ ବିଭାଗର କର୍ମଚାରୀ ଅଫିସ ଆସିବେ । ସଂପୃକ୍ତ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଡ୍ୟୁଟିରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଦୁଇ ଦିନ ହେଲା ରାଜ୍ୟରେ ମଧ୍ୟ ବର୍ଷା ଜାରି ରହିଛି ।

ଅନ୍ୟପକ୍ଷରେ ତେଲେଙ୍ଗାନା ବିଧାନସଭା ବୈଠକ ଓ କାଉନସିଲ ମିଟିଙ୍ଗ ମଧ୍ୟ ୩ଦିନ ପାଇଁ ସ୍ଥଗିତ ରଖାଯାଇଛି । ତେବେ ଶନିବାର ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ପ୍ରବଳ ବର୍ଷା ଯୋଗୁଁ ଜଣେ ଇଞ୍ଜିନିୟର ଡ୍ରେନରେ ଭାସିଯାଇଥିବା ଘଟଣା ସାମ୍ନାକୁ ଆସିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.