ETV Bharat / bharat

MCD Result: ବିଜୟ ପରେ ଉତ୍ସାହିତ AAP, ମାନ କହିଲେ ଆଶ୍ଚର୍ଯ୍ୟ କରିବ ଗୁଜୁରାଟ ଫଳାଫଳ

author img

By

Published : Dec 7, 2022, 6:31 PM IST

MCD Result: ଫଳାଫଳ ପରେ ଉତ୍ସାହିତ AAP, ମାନ କହିଲେ ଆଶ୍ଚର୍ଯ୍ଯ କରିବ ଗୁଜୁରାଟ ଫଳାଫଳ
MCD Result: ଫଳାଫଳ ପରେ ଉତ୍ସାହିତ AAP, ମାନ କହିଲେ ଆଶ୍ଚର୍ଯ୍ଯ କରିବ ଗୁଜୁରାଟ ଫଳାଫଳ

ଆଶ୍ଚର୍ଯ୍ୟଚକିତ ହେବ ଗୁଜୁରାଟ ବିଧାନସଭା ଫଳାଫଳ (MCD Result)। ଦିଲ୍ଲୀ ମହାନଗର ନଗମ ହାତେଇବା ପରେ ଏହି ଦମ୍ଭୋକ୍ତି ଦେଖାଇଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଦିଲ୍ଲୀ ନଗର ନିଗମ ନିର୍ବାଚନ ଫଳାଫଳ (MCD Result) ପରେ ଆମ ଆଦମୀ ପାର୍ଟି ଶିିବିରରେ ଉତ୍ସାହ ଦେଖିବାକୁ ମିଳିଛି । ଏହି ଫଳାଫଳ ଦେଶକୁ ଏକ ବାର୍ତ୍ତା ବୋଲି ଦଳ ମୁଖ୍ୟ କେଜ୍ରିଓ୍ବାଲ କହିଛନ୍ତି । ସେହିପରି ଏହି ବିଜୟକୁ ଗୁଜୁରାଟ ବିଧାନସଭା ନିର୍ବାଚନ ଫଳାଫଳ ସହ ଯୋଡିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ । ଗୁଜୁରାଟରେ ଦଳ ବିଫଳ ହେବା ନେଇ ବିଭିନ୍ନ ଗଣମାଧ୍ୟମର ଏକଜିଟ ପୋଲ ଯେଉଁ ପୂର୍ବାକଳନ କରିଛି, ତାହା ଭୁଲ ପ୍ରମାଣିତ ହେବାକୁ ଯାଉଥିବା ମାନ କହିଛନ୍ତି ।

ମାନ କହିଛନ୍ତି ଗୁଜୁରାଟରେ ଦଳ ତାର ସମସ୍ତ ସାମର୍ଥ ଲଗାଇଛି । ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିବାକୁ ଯାଉଛି । ଆଜି ନଗର ନିଗମ ହାତେଇବା ପରେ ଆପ କର୍ମୀମାନେ ରାଜଧାନୀର ବିଭିନ୍ନ ସ୍ଥାନରେ ଉତ୍ସବ ପାଳନ ଜାରି ରଖିଛନ୍ତି । ଦିଲ୍ଲୀ ନଗର ନିଗମରେ ଗତ 15ବର୍ଷ ଧରି ଲଗାତାର କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି କ୍ଷମତାରୁ ବେଦଖଲ ହୋଇଛି । ଏହି ବିଜୟ ପାଇଁ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ଦଳ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ । ଏହି ଫଳଫଳ ସାରା ଦେଶକୁ ବାର୍ତ୍ତା ବୋଲି ମଧ୍ୟ ସେ କହିଛନ୍ତି ।

ସେହିପରି ଦଳ ଗୁଜୁରାଟ ବିଧାନସଭା ନିର୍ବାଚନରେ ମଧ୍ୟ ବେଶ ପରିଶ୍ରମ କରିଥିଲା । ମୁଖ୍ୟମନ୍ତ୍ରୀ ତଥା ଦଳ ମୁଖ୍ୟ କେଜ୍ରିଓ୍ବାଲଙ୍କ ସମେତ ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନ ମଧ୍ୟ ମାରଥନ ପ୍ରଚାର କରିଥିଲେ । ଆମ ଆଦମୀ ପାର୍ଟି ବେକାରୀ ଓ ଦରଦାମ ପ୍ରସଙ୍ଗ ଉଠାଇ ବିଜେପି ଉପରେ ବର୍ଷିବା ସହ ଏଥର ବିଜେପିର ବିକଳ୍ପ ଭାବେ ତାଙ୍କୁ ବହୁମତ ମିଳିବା ନେଇ ଆଶାବ୍ୟକ୍ତ କରିଥିଲେ। ହେଲେ ବୁଥ ବାହୁଡା ସର୍ଭେ (Gujarat results exit poll) ରେ AAP ବିଫଳ ହେବା ନେଇ ପୂର୍ବାକଳନ ପ୍ରକାଶ ପାଇଛି । ଯାହାକୁ ନେଇ ଦଳକୁ ନିରାଶ ହେବାକୁ ପଡିଛି । ହେଲେ ଦିଲ୍ଲୀ ଦଖଲ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନ ଗୁଜୁରାଟରେ ମଧ୍ୟ ଆଶ୍ଚର୍ଯ୍ୟ କରିବା ପରି ଫଳାଫଳ ସାମ୍ନାକୁ ଆସିବା ନେଇ ଆଶା ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.