ETV Bharat / bharat

ହିମାଚଳ ପ୍ରଦେଶ ବିକାଶ ପାଇଁ ବିଜେପି ଶତ ପ୍ରତିଶତ କାମ କରିବ: ପ୍ରଧାନମନ୍ତ୍ରୀ

author img

By

Published : Dec 8, 2022, 11:05 PM IST

Etv Bharat
Etv Bharat

ହିମାଚଳ ପ୍ରଦେଶ ବିକାଶ ପାଇଁ ବିଜେପି ଶତ ପ୍ରତିଶତ କାମ କରିବ । ଗୁଜୁରାଟ ବିଧାନସଭା ନିର୍ବାଚନ (Gujurat Assembly Election) ରେ ବିଜେପିର ବମ୍ପର ବିଜୟ ହୋଇଛି । ଦଳର ବୃହତ ବିଜୟ ପରେ ନୂଆଦିଲ୍ଲୀ ସ୍ଥିତ ଦଳୀୟ ମୁଖ୍ୟାଳୟରୁ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ

ଗାନ୍ଧୀନଗର: ଗୁଜୁରାଟ ବିଧାନସଭା ନିର୍ବାଚନ (Gujurat Assembly Election) ରେ ବିଜେପିର ବମ୍ପର ବିଜୟ ହୋଇଛି । ଦଳର ବୃହତ ବିଜୟ ପରେ ନୂଆଦିଲ୍ଲୀ ସ୍ଥିତ ଦଳୀୟ ମୁଖ୍ୟାଳୟରୁ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ବିଜେପିକୁ ସମର୍ଥନ ସହ ବିଶ୍ବାସ କରିଥିବାରୁ ଗୁଜୁରାଟ ବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ମୋଦି । ହିମାଚଳରେ ଦଳ କ୍ଷମତାଚ୍ୟୁତ ହୋଇଥିଲେ ମଧ୍ୟ ହିମାଚଳ ବିକାଶ ପାଇଁ ବିଜେପି ଶତ ପ୍ରତିଶତ କାମ କରିବ ବୋଲି ପ୍ରତିଶୃତି ଦେଇଛନ୍ତି । ନିଜ ସମ୍ବୋଧନରେ ମୋଦି କହିଛନ୍ତି ମୁଁ ଗୁଜରାଟର ଜନତାଙ୍କୁ କହିଥିଲି ଏଥର ଭୂପେନ୍ଦ୍ରଙ୍କ ପାଇଁ ନରେନ୍ଦ୍ରଙ୍କ ରେକର୍ଡ ଭାଙ୍ଗିବା ଜରୁରୀ । ଏହାର ଜବାବ ଦେଇ ଗୁଜରାଟର ଜନତା ରେକର୍ଡ ଉପରେ ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି ।

ନିଜ ସରକାରର ସଫଳତା ଓ ଯୋଜନା ସମ୍ପର୍କରେ ଉଲ୍ଲେଖ କରି ମୋଦି କହିଛନ୍ତି ଆମେ ଦେଶର ବିକାଶ ପାଇଁ ପ୍ରତିଶୃତିବଦ୍ଧ । ଆଜିର ବିଜୟ ସହ ମୋଦି ଆଗାମୀ ଦଶନ୍ଧି ଦଶନ୍ଧି ଧରି ଦଳର ଆଭିମୁଖ୍ୟ ସମ୍ପର୍କରେ ସଂକେତ ଦେଇଛନ୍ତି । ଦେଶ ସ୍ବାଧୀନର ୧୦୦ ବର୍ଷ ପୂର୍ତ୍ତି ବେଳକୁ ଆମେ ଏକ ବିକଶିତ ଭାରତ ଆମ ଭବିଷ୍ୟତ ପୀଢି ପାଇଁ ନିର୍ମାଣ କରିବା ବୋଲି କହିଛନ୍ତି ।

ସଫଳ ନିର୍ବାଚନ ପରିଚାଳନ ପାଇଁ ନିର୍ବାଚନରେ ଜଡିତ ଥିବା ପ୍ରତ୍ୟେକ ଦଳ, ପ୍ରାର୍ଥୀ, କର୍ମଚାରୀ, ଅଧିକାରୀ ଓ ନିର୍ବାଚନ କମିଶନଙ୍କୁ ଧନ୍ୟବାଦ ଦେଇଛନ୍ତି ମୋଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.