ETV Bharat / bharat

Gujarat poll results: ସୁରଟରେ ଜିତିଥିଲା ୨୭ କାଉନସିଲର, ତଥାପି ଖାତା ଖୋଲି ପାରିଲାନି AAP

author img

By

Published : Dec 8, 2022, 10:58 PM IST

Updated : Dec 9, 2022, 10:39 AM IST

Gujarat poll results: ସୁରଟରେ ଜିତିଥିଲା 35 କାଉନସିଲର, ତଥାପି ଖାତା ଖୋଲି ପାରିଲାନି AAP
Gujarat poll results: ସୁରଟରେ ଜିତିଥିଲା 35 କାଉନସିଲର, ତଥାପି ଖାତା ଖୋଲି ପାରିଲାନି AAP

ସୁରଟ ମହାନଗର ନିଗମ ନିର୍ବାଚନରେ ୨୭ କାଉନସିଲର ଜିତି ଗୁଜୁରାଟ ରାଜନୀତିରେ ମୁଳଦୁଆ ପକାଇଥିଲା ଆପ (Gujarat poll results)। ହେଲେ ସୁରଟରେ 16 ବିଧାନସଭା ଆସନରେ ଖୋଲି ପାରିଲାନି ଖାତା । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଗୁଜୁରାଟରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭରୁ AAPର ଏଣ୍ଟ୍ରିକୁ ନେଇ ଯେଉଁପରି ଆକଳନ କରାଯାଉଥିଲା ନିର୍ବାଚନରେ ତାର ସମ୍ପୂର୍ଣ୍ଣ ବିପରୀତ ସ୍ଥିତି ଦେଖିବାକୁ ମିଳିଛି (Gujarat poll results)। ତା ଠାରୁ ଅଧିକ ଆଶ୍ଚର୍ଯ୍ୟଚକିତ କରିଛି ଦକ୍ଷିିଣ ଗୁଜୁରାଟର ସୁରଟରେ ଆପର ପ୍ରଦର୍ଶନ । ଗତବର୍ଷ ସୁରଟ ମହାନଗର ନିଗମ ନିର୍ବାଚନରେ ଦଳ 120 ମ୍ୟୁନିସିପାଲ ଆସନରୁ 27 ଆସନ ଦଖଲକୁ ନେଇଥିଲା । ତେବେ ଏତେ ସଂଖ୍ୟକ କାଉନସିଲର ଥାଇ ସତ୍ତ୍ବେ ଦଳ ସୁରଟରେ ଖାତା ଖୋଲି ନପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଦକ୍ଷିଣ ଗୁଜୁରାଟର ଭରୁଚ ଜିଲ୍ଲାରେ 5 ବିଧାନସଭା ଆସନ, ନର୍ମଦା ଜିଲ୍ଲାର 2, ତାପି 2, ଦାଙ୍ଗରେ ଗୋଟିଏ, ସୁରଟରେ ସର୍ବାଧିକ 16ଟି ବିଧାନସଭା ଆସନ ରହିଛି । ସେହିପରି ଭଲସାଦ ଜିଲ୍ଲାରେ 5 ଏବଂ ନଭସାରୀରେ 4ଟି ଆସନକୁ ମିଶାଇ ଦକ୍ଷିଣ ଗୁଜୁରାଟରେ ମୋଟ 35 ବିଧାନସଭା ଆସନ ରହିଛି । ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସୁରଟ ନଗର ନିଗମରେ ଆଖି ଦୃଶିଆ ଫଳାଫଳ କରିଥିବା ଆପ ମୁଖ୍ୟ କେଜ୍ରିଓ୍ବାଲ ସୁରଟରେ ଦଳ 8ଟି ବିଧାନସଭା ଆସନରେ ଜାତିବା ନେଇ ଦମ୍ଭୋକ୍ତି ଦେଖାଇଥିଲେ । ସେ ଫଳାଫଳରେ ନିଶ୍ଚିତ ଥିବା ଦର୍ଶାଇ ଲିଖିତ ମାଧ୍ୟମରେ ମଧ୍ୟ ନିଜ ପୂର୍ବାକଳନ ଜାହିର କରିଥିଲେ । ଦକ୍ଷିଣ ଗୁଜରାଟର ସମୁଦାୟ 35ଟି ବିଧାନସଭା ଆସନରୁ ବିଜେପି ଖାତାକୁ 33 ଆସନ ଯାଇଥିବା ବେଳେ କଂଗ୍ରେସ ଓ ଆପ ମାତ୍ର ଗୋଟିଏ ଲେଖାଏଁ ଆସନରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛନ୍ତି ।

ଗତବର୍ଷ ହୋଇଥିବା ସୁରଟ ମହାନଗର ନିଗମ ନିର୍ବାଚନରେ ଆମ ଆଦମୀ ପାର୍ଟି 120 ରୁ 27 କାଉନସିଲର ଜିତିଥିଲା । ଯାହା ମହାନଗର ନିଗମର ମୋଟ ଭୋଟ ପ୍ରତିଶତର 28.47 ଥିଲା । ସୁରଟ ଜରିଆରେ ଆପ ଗୁଜୁରାଟ ରାଜନୀତିରେ ପ୍ରବେଶ କରିସାରିଥିବା ମଧ୍ୟ ରାଜନୈତିକ ବିଶେଷଜ୍ଞମାନେ ବିଶ୍ଳେଷଣ କରୁଥିଲେ । ତେବେ ଆଜିର ଫଳାଫଳ ପରେ ସେ ଆକଳନ ଭୁଲ ପ୍ରମାଣିତ ହୋଇଛି । ସୁରଟର ସମସ୍ତ 16 ଆସନ ଭାରତୀୟ ଜନତା ପାର୍ଟି ବ୍ୟାଗକୁ ଯାଇଛି ।

ତେବେ ପାରମ୍ପରିକ ଭାବେ କଂଗ୍ରେସର ଭୋଟବ୍ୟାଙ୍କ କୁହାଯାଉଥିବା ଆଦିବାସୀ ବର୍ଗର ଭୋଟ ମଧ୍ୟ ଚଳିତଥର ଭାରତୀୟ ଜନତା ପାର୍ଟିକୁ ଯାଇଛି । 2017ରେ ଏମାନେ ବିଜେପି ବିରୋଧୀ ଆଭିମୁଖ୍ୟ ଗ୍ରହଣ କରିଥିଲେ । ହେଲେ ଚଳିତ ନିର୍ବାଚନରେ ଆଦିବାସୀ ଭୋଟ, ପଟିଦାର ସମ୍ପ୍ରଦାୟର ଭୋଟ ମଧ୍ୟ ବିଜେପି ସପକ୍ଷରେ ଯାଇଛି । ଆମ ଆଦମୀ ପାର୍ଟି ଓ ପାରମ୍ପରିକ ବିରୋଧୀ କଂଗ୍ରେସର ଅତି ନୈରାଶ୍ୟଜନକ ପ୍ରଦର୍ଶନ ସାଙ୍ଗକୁ ବିଜେପି ଏଥର ଐତିହାସିକ ଜନାଦେଶ ପାଇଛି । ଦଳ 156 ଆସନରେ ବିଜୟୀ ହୋଇ ପ୍ରଚଣ୍ଡ ବହୁମତରେ ସରକାର କରିବାକୁ ଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Dec 9, 2022, 10:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.