ETV Bharat / bharat

Gujarat Final Phase Polls: 833 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଅଢେଇ କୋଟି ଭୋଟର

author img

By

Published : Dec 4, 2022, 10:56 PM IST

Updated : Dec 5, 2022, 6:45 AM IST

Gujarat final phase polls : ଅନ୍ତିମ ପର୍ଯ୍ୟାୟରେ 833 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଅଢେଇ କୋଟି ଭୋଟର
Gujarat final phase polls : ଅନ୍ତିମ ପର୍ଯ୍ୟାୟରେ 833 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଅଢେଇ କୋଟି ଭୋଟର

ଆଜି ଗୁଜୁରାଟରେ ଦ୍ବିତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ । 14 ଜିଲ୍ଲାର 93 ଆସନରେ ମୋଟ 833 ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ 2.51 କୋଟି ଭୋଟର (gujarat polls Gujarat final phase polls) । 8ରେ ଭୋଟ ଗଣତି ଓ ଜନାଦେଶ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆଜି (ସୋମବାର) ଗୁଜୁରାଟ ବିଧାନସଭା ନିର୍ବାଚନର ଦ୍ବିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟିଂ (gujarat polls Gujarat final phase polls)। ଏହି ପର୍ଯ୍ୟାୟରେ ରାଜ୍ୟର ଉତ୍ତର ଏବଂ କେନ୍ଦ୍ରୀୟ 14ଟି ଜିଲ୍ଲାର 93ଟି ଆସନରେ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ପ୍ରାୟ ଅଢେଇ କୋଟି ଭୋଟର ମୈଦାନରେ ଥିବା ମୋଟ 833 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବାକୁ ଯାଉଛନ୍ତି (833 candidates for 93 seats)।

14ଟି ଜିଲ୍ଲାରେ ମତଦାନ:-

ଉତ୍ତର ଏବଂ କେନ୍ଦ୍ରୀୟ ଗୁଜରାଟର 14ଟି ଜିଲ୍ଲାର ମୋଟ 93ଟି ଆସନରେ ଏହି ପର୍ଯ୍ୟାୟରେ ଭୋଟିଂ ହେବାକୁ ଯାଉଛି । ଏହି ତାଲିକାରେ ଅନ୍ତର୍ଭୁକ୍ତ 14ଟି ଜିଲ୍ଲା ମଧ୍ୟରେ ଅହମ୍ମଦାବାଦ, ଆନନ୍ଦ, ଅରବାଲି, ବନାସ୍କାନ୍ତା, ଛୋଟଉଦୟପୁର, ଦୋହାଡ, ଗାନ୍ଧୀନଗର, ଖେଡା, ମେହସାନା, ମହିସାଗର, ପଞ୍ଚମାହଲ, ପାଟଣ, ସାବରକାନ୍ତ ଏବଂ ଭଦୋଦରା ଜିଲ୍ଲା ରହିଛି ।

ମୈଦାନରେ 69 ମହିଳା ଓ 764 ପୁରୁଷ ପ୍ରାର୍ଥୀ:-

ଏହି ପର୍ଯ୍ୟାୟରେ ମୋଟ 833 ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା ଦେଉଥିବା ବେଳେ ସେମାନଙ୍କ ମଧ୍ୟରେ 69 ମହିଳା ଏବଂ 764 ପୁରୁଷ ପ୍ରାର୍ଥୀ ରହିଛନ୍ତି । ମହିଳା ପ୍ରାର୍ଥୀଙ୍କ ଅନୁପାତ ମୋଟ ପ୍ରାର୍ଥୀଙ୍କ ତୁଳନାରେ ମାତ୍ର 8 ପ୍ରତିଶତ ରହିଥିବା ବେଳେ ପୁରୁଷ ପ୍ରାର୍ଥୀଙ୍କ ଅନୁପାତ ରହିଛି 92 ପ୍ରତିଶତ । ହାରାହାରି ସଂଖ୍ୟାକୁ ବିଚାରକୁ ନେଲେ ପ୍ରତ୍ୟେକ ଆସନରେ ପ୍ରାୟ 9ଜଣ ପ୍ରାର୍ଥୀଙ୍କ ପ୍ରତିଦ୍ବନ୍ଦ୍ବିତା ଦେଖବାକୁ ମୁଳୁଛି ।

26,409 କେନ୍ଦ୍ରରେ ଭୋଟ ଦେବେ 2.51 କୋଟି ଭୋଟର:-

ସେହିପରି 93ଟି ବିଧାନସଭା ମଣ୍ଡଳୀରେ ମୋଟ 26,409 ମତଦାନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । 2.51 କୋଟି ଭୋଟର ପଞ୍ଜିକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ 1.29 କୋଟି ପୁରୁଷ ଏବଂ 1.22 କୋଟି ମହିଳା ଭୋଟର ରହିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଯାଉଥିବା 93ଟି ଆସନରେ ଅନୁସୂଚୀତ ଜନଜାତି, ଅନୁସୂଚୀତ ଜାତି ଓ ସାଧାରଣ ବର୍ଗ ଆଧାରରେ ମଧ୍ୟ ଆବଣ୍ଟିତ କରାଯାଇଛି । ସେଥିମଧ୍ୟରୁ 6ଟି ଆସନ ଅନୁସୂଚୀତ ଜନଜାତି (ST) 13ଟି ଆସନ ଅନୁସୂଚୀତ ଜାତି (ଏସସି) ଓ ଅବଶିଷ୍ଟ 74 ଆସନ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ତାଲିକାଭୁକ୍ତ ହୋଇଛି ।

ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ରାଜନୈତିକ ଦଳ:-

ଏହି ପର୍ଯ୍ୟାୟରେ ସମସ୍ତ 93ଟି ଆସନରେ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ଦେଇଛି । କଂଗ୍ରେସ 90, ବିଏସପିରୁ 44, AAP 93, ସିପିଆଇ 4, BTP ରୁ 12, ସ୍ୱାଧୀନ ଭାବେ ମୋଟ 285 ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ସେହିପରି AIMIM ରୁ 7 ଜଣ ଏବଂ 204 ଜଣ ଅନ୍ୟାନ୍ୟ ପାର୍ଟିରୁ ପ୍ରାର୍ଥୀ ରହିଛନ୍ତି । ସେହିପରି ପ୍ରମୁଖ ରାଜନୈତିକ ଦଳ ବ୍ୟତୀତ ଛୋଟ ତଥା ଆଞ୍ଚଳିକ ଦଳକୁ ମିଶାଇ ପ୍ରାୟ 60ଟି ରାଜନୈତିକ ଦଳ ପ୍ରତିଦ୍ବନ୍ଦ୍ବିତାରେ ଅଂଶଗ୍ରହଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Dec 5, 2022, 6:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.