ETV Bharat / bharat

Gujarat poll Phase 2: ଅପରାହ୍ନ 3 ସୁଦ୍ଧା 50.5 ପ୍ରତିଶତ ଭୋଟିଂ

author img

By

Published : Dec 5, 2022, 4:52 PM IST

Gujarat poll phase 2 : ଅପରାହ୍ନ 3 ସୁଦ୍ଧା 50.5 ପ୍ରତିଶତ ଭୋଟିଂ
Gujarat poll phase 2 : ଅପରାହ୍ନ 3 ସୁଦ୍ଧା 50.5 ପ୍ରତିଶତ ଭୋଟିଂ

ଗୁଜୁରାଟରେ ଜାରି ରହିଛି ଭୋଟିଂ । ଅପରାହ୍ନ 3 ସୁଦ୍ଧା 50.5 ପ୍ରତିଶତ ଭୋଟିଂ ରେକର୍ଡ (Gujarat poll phase 2)। ମତଦାନ ଶେଷ ପରେ ପ୍ରକାଶ ପାଇବ ଏକଜିଟ ପୋଲ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଗୁଜୁରାଟରେ ଦ୍ବିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟିଂ ଜାରି ରହିଛି । ତେବେ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳର ସୂଚନା ଅନୁସାରେ ରାଜ୍ୟରେ ଅପରାହ୍ନ 3ଟା ଯାଏ 50.51 ପ୍ରତିଶତ ଭୋଟିଂ ହୋଇଛି (Gujarat poll phase 2) । ଏବେ ମଧ୍ୟ ଭୋଟିଂ ପ୍ରକ୍ରିୟା ଜାରି ରହିଛି ।

ଏହି ପର୍ଯ୍ୟାୟରେ 14 ଜିଲ୍ଲାର ମୋଟ 93 ଆସନରେ ଭୋଟିଂ ହେଉଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ପ୍ରମୁଖ ଭୋଟ ଦେଇଛନ୍ତି (Gujarat Assembly election phase 2 voting)।

ସଂଧ୍ୟା 5.30 ରେ ଭୋଟିଂ ସରିବା ପରେ ସମସ୍ତ ଇଭିଏମକୁ କଡା ସୁରକ୍ଷା ମଧ୍ୟରେ ପ୍ରସ୍ତୁତ ହୋଇଥିବା ଷ୍ଟ୍ରଙ୍ଗରୁମରେ ରଖାଯିବ । 8 ତାରିଖରେ ଭୋଟ ଗଣତି ସହ ଜନାଦେଶ ପ୍ରକାଶ ପାଇବ । ସେହିପରି ଆଜି ମତଦାନ ପ୍ରକ୍ରିୟା ଶେଷ ହେବା ପରେ ବୁଥ ବାହୁଡା ଜନମତ ବା ଏକଜିଟ ପୋଲ ସର୍ଭେ ପ୍ରକାଶ କରିବେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.