ETV Bharat / bharat

GST collections: ଚଳିତ ଆର୍ଥିକ ବର୍ଷରେ ପ୍ରଥମ ଥର ହ୍ରାସ ପାଇଲା GST ସଂଗ୍ରହ

author img

By ETV Bharat Odisha Team

Published : Sep 1, 2023, 9:45 PM IST

ଚଳିତ ଆର୍ଥିକ ବର୍ଷ 2023-24 ଜିଏସଟି ସଂଗ୍ରହରେ ଜାରି ରହିଛି ଉତ୍ସାହ ଜନକ ପ୍ରଦର୍ଶନ । ଚଳିତ ଆର୍ଥିକ ବର୍ଷର ସମସ୍ତ ମାସରେ ଜିଏସଟି ସଂଗ୍ରହ ବଢି ବଢି ଚାଲିଛି । ଗତ ଏପ୍ରିଲ ମାସରେ ଜିଏସଟି ସଂଗ୍ରହ 1.87 ଲକ୍ଷ କୋଟି ଥିବାବେଳେ, ଏହା ଜିଏସଟି ସଂଗ୍ରହରେ ସର୍ବକାଳୀନ ରେକର୍ଡ । ଗତ ଅଗଷ୍ଟ ମାସରେ ଜିଏସଟି ସଂଗ୍ରହ 1.59 ଲକ୍ଷ କୋଟି ହୋଇଛି । ଅଧିକ ପଢନ୍ତୁ

GST collections
GST collections

ନୂଆଦିଲ୍ଲୀ: ଦେଶର ଅର୍ଥନୀତିକୁ ନେଇ ଆସିବାରେ ଲାଗିଛି ଭଲ ଖବର । ପ୍ରଥମ ତ୍ରୈମାସିକ ଅର୍ଥାତ ଏପ୍ରିଲ-ଜୁନରେ ଦେଶର ଜିଡିପି ୭.୮% କୁ ବୃଦ୍ଧି ପାଇଛି। ପୂର୍ବ ଆର୍ଥିକ ବର୍ଷର ୪ର୍ଥ କ୍ବାର୍ଟରରେ ଅଭିବୃଦ୍ଧି ହାର ୬.୧% ଥିଲା। ଯାହାର ଦେଶର ଅର୍ଥନୀତି ପାଇଁ ବଡ ଖବର । ଏହାରି ଭିତରେ ଆଜି ଜିଏସଟି ସଂଗ୍ରହକୁ ନେଇ ଆସିଛି ବଡ ଖବର । ଗତ ଅଗଷ୍ଟ ମାସରେ ରେକର୍ଡ ଭାଙ୍ଗିଛି ଜିଏସଟି ସଂଗ୍ରହ । ଜିଏସଟି ସଂଗ୍ରହରେ 11 ପ୍ରତିଶତ ବୃଦ୍ଧି ପାଇ ଅଗଷ୍ଟ ମାସରେ 1.59 ଲକ୍ଷ କୋଟି ରାଜସ୍ବ ସଂଗ୍ରହ ହୋଇଛି ।

ଚଳିତ ଆର୍ଥିକ ବର୍ଷ 2023-24 ଜିଏସଟି ସଂଗ୍ରହରେ ଜାରି ରହିଛି ଉତ୍ସାହ ଜନକ ପ୍ରଦର୍ଶନ । ଚଳିତ ଆର୍ଥିକ ବର୍ଷର ସମସ୍ତ ମାସରେ ଜିଏସଟି ସଂଗ୍ରହ ବଢି ବଢି ଚାଲିଛି । ଗତ ଏପ୍ରିଲ ମାସରେ ଜିଏସଟି ସଂଗ୍ରହ 1.87 ଲକ୍ଷ କୋଟି ଥିବାବେଳେ, ଏହା ଜିଏସଟି ସଂଗ୍ରହରେ ସର୍ବକାଳୀନ ରେକର୍ଡ । ଗତ ଅଗଷ୍ଟ ମାସରେ ଜିଏସଟି ସଂଗ୍ରହ 1.59 ଲକ୍ଷ କୋଟି ହୋଇଛି । ଏନେଇ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏହାବି ପଢନ୍ତୁ- GST Collection: ଜିଏସଟି ଆଦାୟ ୧୮ ଲକ୍ଷ କୋଟି ପାର, ଗତ ବର୍ଷ ତୁଳନାରେ ୨୨% ବୃଦ୍ଧି

ଅର୍ଥମନ୍ତ୍ରଣାଳୟର ସୂଚନା ଅନୁସାରେ ଗତ ଅଗଷ୍ଟ ମାସରେ 1 ଲକ୍ଷ 59 ହଜାର 69 କୋଟି ଜିଏସଟି ସଂଗ୍ରହ ହୋଇଛି । ଏହା 2022 ଅଗଷ୍ଟ ମାସ ତୁଳନାରେ 11 ପ୍ରତିଶତ ଅଧିକ । କିନ୍ତୁ ଗତ 5 ମାସରେ ପ୍ରଥମ ଥର ପାଇଁ ଜିଏସଟି ସଂଗ୍ରହ 1.59 ଲକ୍ଷ କୋଟିକୁ ଖସି ଆସିଛି । କାରଣ ଗତ 5 ମାସ ହେଲା ଜିଏସଟି ସଂଗ୍ରହ 1.60 ଲକ୍ଷ କୋଟିରୁ ଅଧିକ ରହୁଥିଲା । ଚଳିତ ଆର୍ଥିକ ବର୍ଷରେ ଅଗଷ୍ଟ ମାସରେ ସର୍ବନିମ୍ନ ଜିଏସଟି ସଂଗ୍ରହ ହୋଇଛି ।

ଏହାବି ପଢନ୍ତୁ- GST ଆଦାୟରେ ସର୍ବାଧିକ; ଦେଶରେ ୧. ୮୭ ଲକ୍ଷ କୋଟି ଓ ରାଜ୍ୟରେ ୫୦୩୫.୭୪ କୋଟି

ଅଗଷ୍ଟ ମାସରେ ଯେଉଁ 1 ଲକ୍ଷ 59 ହଜାର 69 କୋଟି ଜିଏସଟି ସଂଗ୍ରହ ହୋଇଛି ସେଥିରୁ ସେଣ୍ଟ୍ରାଲ ଜିଏସଟିରୁ 28 ହଜାର 328 କୋଟି ସଂଗ୍ରହ ହୋଇଥିବା ବେଳେ, ଷ୍ଟେଟ ଜିଏସଟିରୁ 35 ହଜାର 794 କୋଟି, ଇଣ୍ଟିଗ୍ରେଟେଡ ଜିଏସଟିରୁ 83 ହଜାର 251 କୋଟ ସଂଗ୍ରହ ହୋଇଛି । ଇଣ୍ଟିଗ୍ରେଟେଡ ଜିଏସଟିର ମୋଟ ସଂଗ୍ରହରୁ ଦ୍ରବ୍ୟ ଓ ସେବା କରର 43 ହଜାର 550 କୋଟି ରହିଛି । ଏହାବାଦ ସେସରୁ 11 ହଜାର 695 କୋଟି ସଂଗ୍ରହ ହୋଇଛି ।

ଏହା ପୂର୍ବରୁ ଗତକାଲି ଏନଏସଓ ପକ୍ଷରୁ ପ୍ରଥମ ତ୍ରୈମାସିକ ଜିଡିପି ରିପୋର୍ଟ ଘୋଷଣା ହୋଇଥିଲା । ଯେଉଁଥିରେ ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ବାର୍ଟର (ଏପ୍ରିଲ-ଜୁନ) ରେ ଦେଶର ଜିଡିପି ୭.୮% କୁ ବୃଦ୍ଧି ପାଇଛି । ଯାହା ପୂର୍ବ ଆର୍ଥିକ ବର୍ଷର ୪ର୍ଥ କ୍ବାର୍ଟରରେ ଅଭିବୃଦ୍ଧି ହାର ୬.୧% ଥିଲା। ଏହି ଜିଡିପି ବିଶ୍ବର ସମସ୍ତ ଅର୍ଥ ବ୍ୟବସ୍ଥା ଠାରୁ ସର୍ବାଧିକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.