ETV Bharat / bharat

GST Collection: ଚତୁର୍ଥ ଥର ପାଇଁ 1 ଲକ୍ଷ 30 ହଜାର କୋଟି ଅତିକ୍ରମ କଲା GST ସଂଗ୍ରହ

author img

By

Published : Jan 31, 2022, 8:19 PM IST

GST Collection
GST Collection

ଚତୁର୍ଥ ଥର ପାଇଁ ରେକର୍ଡ ସ୍ତରରେ ଜିଏସଟି ସଂଗ୍ରହ । ଜାନୁଆରୀରେ ସଂଗ୍ରହ ହୋଇଛି 1,38,394 କୋଟି ଟଙ୍କାର ରାଜସ୍ବ । ସୂୂଚନା ଦେଲା ଅର୍ଥ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଚତୁର୍ଥ ଥର ପାଇଁ ଦ୍ରବ୍ୟ ଓ ସେବା କର (GST) ସଂଗ୍ରହ ଏକ ଲକ୍ଷ କୋଟି ଟପିଛି । ଚଳିତ ମାସରେ 1,38,394 କୋଟି GST ସଂଗ୍ରହ ହୋଇଛି । ଚଳିତ ମାସ (ଜାନୁଆରୀ) ପାଇଁ ମୋଟ 1,38,394 କୋଟି ଟଙ୍କା ଦ୍ରବ୍ୟ ଓ ସେବା କର ବାବଦକୁ ରାଜସ୍ୱ ସଂଗ୍ରହ କରାଯାଇଥିବା ଅର୍ଥ ମନ୍ତ୍ରଣାଳୟ କହିଛି ।

ଚଳିତ ମାସର ସଂଗୃହିତ ହୋଇଥିବା ରାଜସ୍ୱ ଗତ ବର୍ଷର ଜାନୁଆରୀରେ ସଂଗୃହିତ ହୋଇଥିବା ରାଜସ୍ବ ପରିମାଣ ଠାରୁ 15% ଅଧିକ ଏବଂ 2020 ମସିହା ଜାନୁୟାରୀ ମାସରେ ସଂଗୃହିତ ରାଜସ୍ବ ଠାରୁ 25% ଅଧିକ ବୋଲି ସୂଚନା ଦେଇଛି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.