ETV Bharat / bharat

GST Collection: ମେ’ ମାସରେ 1.40 ଲକ୍ଷ କୋଟି GST ସଂଗ୍ରହ

author img

By

Published : Jun 1, 2022, 8:52 PM IST

GST collection
GST collection

କେନ୍ଦ୍ର ଓ ରାଜ୍ୟର ମୋଟ ରାଜସ୍ବ ମେ ୨୦୨୨ ନିୟମିତ ଧାର୍ଯ୍ୟ ଆବଣ୍ଟନ ପରେ ସିଜିଏସଟି ପାଇଁ ୫୨ ହଜାର ୯୬୦ କୋଟି ଓ ଏଜସିଏସଟି ବାବଦକୁ ୫୫ ହଜରା ୧୨୪କୋଟି ଟଙ୍କା ହୋଇଛି । ଏହା ବ୍ୟତୀତ କେନ୍ଦ୍ର ସରକାର ଗତ ୩୧ ତାରିଖ ସୁଦ୍ଧା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଜିଏସଟି କ୍ଷତିପୂରଣ ବାବଦରେ ୮୬ ହଜାର ୯୧୨ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଗତ ମେ’ ମାସରେ ମୋଟ ଜିଏସଟି (GST Collection) ରାଜସ୍ବ ଆଦାୟ ପରିମାଣ ୧ଲକ୍ଷ ୪୦ ହଜାର ୮୮୫ କୋଟି ଟଙ୍କା ହୋଇଛି । ସେଥିରୁ ସିଜିଏସଟି(CGST) ବାବଦରେ ୨୫ ହଜାର ୩୬ କୋଟି ଟଙ୍କା ହୋଇଥିବାବେଳେ ଏସଜିଏସଟି(SGST) ବାବଦରେ ୩୨ ହଜାର ୧ କୋଟି ଓ ଆଇଜିଏସ(IGST)ଟି କ୍ଷେତ୍ରରୁ ୭୩ ହଜାର ୩୪୫କୋଟି ଟଙ୍କା ଆଦାୟ ହୋଇଛି । ଏହାବାଦ ୩୭ ହଜାର ୪୬୯ କୋଟି ଟଙ୍କା ଜିନିଷପତ୍ର ଆମଦାନୀ ବାବଦ ଓ ସେସ ବାବଦକୁ ୧୦ ହଜାର ୫୦୨ କୋଟି (ସେଥିରୁ ୯୩୧କୋଟି ସାମଗ୍ରୀ ଆମଦାନୀ ବାବଦକୁ ଆସିଛି) ।

GST collection: ମେ’ ମାସରେ 1.40 ଲକ୍ଷ କୋଟି GST ସଂଗ୍ରହ
GST collection: ମେ’ ମାସରେ 1.40 ଲକ୍ଷ କୋଟି GST ସଂଗ୍ରହ

ସରକାର ଆଇଜିଏସଟିରୁ ୨୭ ହଜାର ୯୨୪ କୋଟି ଟଙ୍କା ସିଜିଏସଟି ଓ ୨୩ ହଜାର ୧୨୩ କୋଟି ଟଙ୍କା ଏସଜିଏସଟି ବାବଦକୁ ଦେଇଛନ୍ତି । (Government has settled 27,924 crore to CGST and 23,123 crore to SGST from IGST)

କେନ୍ଦ୍ର ଓ ରାଜ୍ୟର ମୋଟ ରାଜସ୍ବ ମେ ୨୦୨୨ ନିୟମିତ ଧାର୍ଯ୍ୟ ଆବଣ୍ଟନ ପରେ ସିଜିଏସଟି ପାଇଁ ୫୨ ହଜାର ୯୬୦ କୋଟି ଓ ଏଜସିଏସଟି ବାବଦକୁ ୫୫ ହଜାର ୧୨୪କୋଟି ଟଙ୍କା ହୋଇଛି । ଏହା ବ୍ୟତୀତ କେନ୍ଦ୍ର ସରକାର ଗତ ୩୧ ତାରିଖ ସୁଦ୍ଧା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଜିଏସଟି କ୍ଷତିପୂରଣ ବାବଦରେ ୮୬ ହଜାର ୯୧୨ କୋଟି ଟଙ୍କା ପ୍ରଦାନ କରିଛନ୍ତି ।

ଗତବର୍ଷ ଏହି ମାସ ସୁଦ୍ଧା ଜିଏସଟି ରାଜସ୍ବ ୯୭ ହଜାର ୮୨୧ କୋଟି ଟଙ୍କା ଥିବାବେଳେ ମେ ୨୦୨୨ ରେ ଏହା ଶତକଡା ୪୪ଭାଗ ବୃଦ୍ଧି ପାଇଛି । ଏହି ମାସରେ ରାଜସ୍ବ ଜିନିଷପତ୍ର ଆମଦାନୀ କ୍ଷେତ୍ରରେ ଶତକଡା ଘରୋଇ ନେଣଦେଣ ତୁଳନାରେ ଅଧିକ ହୋଇଛି (ରପ୍ତାନୀ ସେବାରୁ) ଶତକଡା ୪୪ ଭାଗ ଅଧିକ ଗତବର୍ଷ ଏହି ସମୟ ମଧ୍ୟରେ ହୋଇଛି ।

ଜିଏସଟି ପ୍ରଚଳନ ହେବା ପରଠାରୁ ଚତୁର୍ଥ ଥର ପାଇଁ ମାସିକ ଜିଏସଟି ଆଦାୟ ୧. ୪୦ ଲକ୍ଷ କୋଟି ଅତିକ୍ରମ କରିଛି (This is only the fourth time the monthly GST collection crossed ₹1.40 lakh crore mark since inception of GST) । ଲଗାତାର ମାର୍ଚ୍ଚ ୨୦୨୨ ଠାରୁ ତୃତୀୟମାସ ଲାଗି ଏହା ସର୍ବାଧିକ ଜିଏସଟି ସଂଗ୍ରହ। ମେ ମାସର ଆଦାୟ ଯାହା ଏପ୍ରିଲ ମାସ ରିଟର୍ଣ୍ଣରୁ ଆସିଥାଏ ଓ ଏହା ଆର୍ଥିକ ବର୍ଷର ପ୍ରଥମ ମାସ ହୋଇଥିବାରୁ ଏପ୍ରିଲରେ କମ ଥାଏ । ଏପ୍ରିଲ ମାର୍ଚ୍ଚ ଆର୍ଥିକ ବର୍ଷର ଶେଷ ମାସ ଦୃଷ୍ଟିରୁ ମାର୍ଚ୍ଚର ରିଟର୍ଣ୍ଣି ଉପରେ ନିର୍ଭରଶୀଳ। ମାତ୍ର ମେ ୨୦୨୨ ମଧ୍ୟରେ ରାଜସ୍ବ ଆଦାୟ ୧. ୪୦ଲକ୍ଷ କୋଟି ଟଙ୍କା ଅତିକ୍ରମ କରିପାରିଛି । ଏପ୍ରିଲ ୨୦୨୨ରେ ଇ-ୱେ ବିଲ ବାବଦକୁ ୭.୪ କୋଟି ଟଙ୍କା ମିଳିଥିବା ବେଳେ ଏହାମାର୍ଚ୍ଚ ୨୦୨୨ ଇ-ୱେ ବିଲ ୭.୭କୋଟିରୁ ଶତକଡା ୪ ଭାଗ କମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.